Advertisment

ମିଗ୍‌ ଯୁଦ୍ଧ ବିମାନର ଉଡ଼ାଣ ବନ୍ଦ କରିବାକୁ ବାୟୁସେନାର ନିଷ୍ପତ୍ତି

ମେ’ ୮ ରାଜସ୍ଥାନର ହନୁମାନଗଡ଼ରେ ମିଗ୍‌ ୨୧ ବିମାନ କ୍ରାଶ କରିବା ପଛର କାରଣ ଜାଣିବା ପାଇଁ ତଦନ୍ତ ଚାଲିଛି। ଏଯାଏ ଏହା ପଛର କାରଣ ଜଣାପଡ଼ିନି। କିନ୍ତୁ ଏସବୁ ଭିତାରେ ସମସ୍ତ ମିଗ-୨୧ ଯୁଦ୍ଧ ବିମାନକୁ ଗ୍ରାଉଣ୍ଡେଡ୍‌ କରାଯାଇଛି।

author-image
Hemant Lenka
ଅଦ୍ୟତନ ହୋଇଛି
MIG21

MIG21

ରାଜସ୍ଥାନରେ ମିଗ-୨୧ ବିମାନ ଦୁର୍ଘଟଣା ହେବା ଓ ୩ ଜଣଙ୍କ ମୃତ୍ୟୁ ଘଟିବା ପରେ ବଡ଼ ନିଷ୍ପତ୍ତି ନେଇଛି ବାୟୁସେନା। ଏବେ ଏହି ସୋଭିଏତ ଅର୍ଜିନ ଯୁଦ୍ଧ ବିମାନର ସମସ୍ତ ପ୍ରକାରର ଉଡ଼ାଣକୁ ବନ୍ଦ କରାଯାଇଛି। ବାରମ୍ବାର ମିଗ୍‌ ବିମାନ ଦୁର୍ଘଟଣାଗ୍ରସ୍ତ ହେଉଥିବାରୁ ଏପରି ନିଷ୍ପତ୍ତି ହୋଇଛି।

Advertisment

ମେ’ ୮ ରାଜସ୍ଥାନର ହନୁମାନଗଡ଼ରେ ମିଗ୍‌ ୨୧ ବିମାନ କ୍ରାଶ କରିବା ପଛର କାରଣ ଜାଣିବା ପାଇଁ ତଦନ୍ତ ଚାଲିଛି। ଏଯାଏ ଏହା ପଛର କାରଣ ଜଣାପଡ଼ିନି। କିନ୍ତୁ ଏସବୁ ଭିତାରେ ସମସ୍ତ ମିଗ-୨୧ ଯୁଦ୍ଧ ବିମାନକୁ ଗ୍ରାଉଣ୍ଡେଡ୍‌ କରାଯାଇଛି। ଅର୍ଥାତ ଏବେ ମିଗ୍‌ ୨୧ ବିମାନ ଆଉ ଉଡ଼ିବ ନାହିଁ।

ଦୀର୍ଘ ବର୍ଷ ହେଲାଣି ମିଗ୍‌ ୨୧ ଯୁଦ୍ଧ ବିମାନ ବାୟୁସେନାର ପ୍ରମୁଖ ଅଂଶ ହୋଇ ରହି ଆସିଥିଲା। ୧୯୬୦ରେ ପ୍ରଥମଥର ଏହା ବାୟୁସେନାରେ ସାମିଲ ହୋଇଥିଲା। ଏହାପରେ ନିଜର ଯୁଦ୍ଧ ଦକ୍ଷତାକୁ ବୃଦ୍ଧି କରିବା ପାଇଁ ୭୦୦ରୁ ଅଧିକ ମିଗ-୨୧ ବିମାନ ଆମଦାନୀ କରାଯାଇଥିଲା।

Advertisment

ବର୍ତ୍ତମାନ ବାୟୁସେନା ପାରେ ୩ ମିଗ-୨୧ ସ୍କ୍ୱାର୍ଡନ୍ସ ରହିଛି। ଏହା ମଧ୍ୟରେ ୫୦ଟି ଯୁଦ୍ଧ ବିମାନ ଅଛି। ୨୦୨୧ ଫେବୃଆରୀ ମାସରେ ସରକାର ହାଲ ସହ ୪୮ ହଜାର କୋଟି ଟଙ୍କାର ଚୁକ୍ତି କରି ୮୩ ତେଜାସ ଜେଟ୍‌ ଆଣିବାକୁ ନିଷ୍ପତ୍ତି ନେଇଥିଲେ।

ଭାରତୀୟ ବାୟୁସେନା ପାଖରେ ଏବେ ୩୬ଟି ରାଫେଲ ଯୁଦ୍ଧ ବିମାନ ରହିଛି। ସେହିପରି ୧୧୪ଟି ମିଡିୟମ ରୋଲ ଫାଇଟର ଏୟାର କ୍ରାଫ୍ଟ ଆଣିବାକୁ ମଧ୍ୟ ବାୟୁସେନା ଯୋଜନା କରିଛି।

IAF