Advertisment

Operation Sindoor: ପାକିସ୍ତାନ ଓ ଅପରେସନ ସିନ୍ଦୁରକୁ ନେଇ ବଡ଼ କଥା କହିଲେ ବାୟୁସେନା ମୁଖ୍ୟ

ଭାରତୀୟ ସେନା ମୁଖ୍ୟ ଏୟାର ଚିଫ ମାର୍ଶଲ ଅମର ପ୍ରୀତ ସିଂହ ଗୁରୁବାର ଅପରେସନ ସିନ୍ଦୁରକୁ ବର୍ଷର ସବୁଠାରୁ ମହତ୍ତ୍ୱପୂର୍ଣ୍ଣ ସାମରିକ କାର୍ଯ୍ୟାନୁଷ୍ଠାନ ଭାବେ ଅବିହିତ କରିଛନ୍ତି। ଭାରତର ଏୟାର ଡିଫେନ୍ସ କ୍ଷମତା ଓ ମିଳିତ ସେବା ଯୋଜନାକୁ ଅପରେସନ ପ୍ରଦର୍ଶିତ କରିଥିବା ସେ କହିଛନ୍ତି।

author-image
Hemant Lenka
IAF

ବାୟୁସେନା ମୁଖ୍ୟ

ଭାରତୀୟ ସେନା ମୁଖ୍ୟ ଏୟାର ଚିଫ ମାର୍ଶଲ ଅମର ପ୍ରୀତ ସିଂହ(IAF Chief) ଗୁରୁବାର ଅପରେସନ ସିନ୍ଦୁରକୁ ବର୍ଷର ସବୁଠାରୁ ମହତ୍ତ୍ୱପୂର୍ଣ୍ଣ ସାମରିକ କାର୍ଯ୍ୟାନୁଷ୍ଠାନ ଭାବେ ଅବିହିତ କରିଛନ୍ତି। ଭାରତର ଏୟାର ଡିଫେନ୍ସ କ୍ଷମତା ଓ ମିଳିତ ସେବା ଯୋଜନାକୁ ଅପରେସନ ପ୍ରଦର୍ଶିତ କରିଥିବା ସେ କହିଛନ୍ତି। 

Advertisment

ଅକ୍ଟୋବର ୮ରେ ହିଣ୍ଡୋନ ଏୟାର ବେସ୍‌ରେ ଆୟୋଜିତ ପ୍ୟାରେଡ ପୂର୍ବରୁ ଆଜି ବାର୍ଷିକ ବାୟୁସେନା ଦିବସ(IAF Day) ପ୍ରେସ କନଫରେନ୍ସରେ ଏୟାର ଚିଫ ମାର୍ଶଲ ଅମର ପ୍ରୀତ ସିଂହ ପାକିସ୍ତାନ ଓ ଅପରେସନ ସିନ୍ଦୁରକୁ ନେଇ ବଡ଼ କଥା କହିଛନ୍ତି। ତାଙ୍କ କହିବା କଥା ଯେ ସ୍ଥଳ ପଥରୁ ଆକାଶ ପଥକୁ ମାଡ଼ କରାଯାଇ ପାରୁଥିବା ଦୂରଗାମୀ ମିସାଇଲ ଗେମ ଚେଞ୍ଜର ସାବ୍ୟସ୍ତ ହୋଇଥିଲା। ସେମାନଙ୍କ(ପାକିସ୍ତାନ) ଅଞ୍ଚଳର ୩୦୦ ମିଟିର ଦୂରରେ ଥିବା ଟାର୍ଗେଟକୁ ଆମେ ହିଟ କରିପାରିଥିଲୁ। ଏହା ସବୁଠାରୁ ଲମ୍ବା ଟାର୍ଗେଟ ଥିଲା। ଆମର ସଶକ୍ତ ଏୟାର ଡିଫେନ୍ସ ଭିତ୍ତିଭୂମି ସବୁ କିଛି ବଦଳାଇବାକୁ ସକ୍ଷମ ହୋଇଥିଲା ବୋଲି ସେ କହିଛନ୍ତି।

ଏତେ ଦୂରରେ ଥିବା ପାକିସ୍ତାନର କେଉଁ ଯୁଦ୍ଧାସ୍ତ୍ର ବା ଭିତ୍ତିଭୂମି କ୍ଷତିଗ୍ରସ୍ତ ହୋଇଛି ଓ କେଉଁ ଧରଣର ଦୂରଗାମୀ ମିସାଇଲ ମାଡ଼ କରାଯାଇଥିଲା, ସେକଥା ଏୟାର ଚିଫ ମାର୍ଶଲ ଅମର ପ୍ରୀତ ସିଂହ ସାର୍ବଜନୀନ କରି ନାହାନ୍ତି। କିନ୍ତୁ ଏଠାରେ ସମ୍ଭବତଃ ସେ ରୁଷ ଠାରୁ କିଣା ଯାଇଥିବା ଏସ୍‌-୪୦୦ ମିସାଇଲ ସିଷ୍ଟମ କଥା କହିଛନ୍ତି। କାରଣ ଏହାର ଲକ୍ଷ୍ୟଭେଦ କ୍ଷମତା ୩୦୦ କିମି ଦୂର। 

Advertisment

ଏୟାର ଚିଫ ମାର୍ଶଲ ଅମର ପ୍ରୀତ ସିଂହ ଆହୁରି କହିଛନ୍ତି ଯେ “ଇତିହାସ ପୃଷ୍ଠାରେ ଏହି ଅପରେସନ(Operation Sindoor) ଲିପିବଦ୍ଧ ହୋଇ ରହିବ। ଆମେ ପୂରା ସଠିକ ଟାର୍ଗେଟକୁ ହିଟ କରିପାରିଥିଲୁ। ଅପରେସନ ସିନ୍ଦୁରର ଗୋଟିଏ ରାତିରେ ଆମେ ସେମାନଙ୍କୁ ଆଣ୍ଠେଇବାକୁ ସକ୍ଷମ ହୋଇଥିଲୁ। ସ୍ଥଳ ସେନା, ବାୟୁସେନା ଓ ନୌସେନା ମିଳିତ ଭାବେ ପୂରା ଅପରେସନର ଯୋଜନା ଓ କାର୍ଯ୍ୟକାରୀ କରିଥିଲେ। ଅପରେସନ ସିନ୍ଦୁରରେ ଆମେ ଅକ୍ଷତ, ଅଭେଦ୍ୟ ଓ ସଠିକକୁ ପ୍ରମାଣିତ କରିଥିଲୁ।” 

ଭୁଲ ତଥ୍ୟ ଓ ଗଣମାଧ୍ୟମର ଭୂମିକା 

ଅପରେସନ ସିନ୍ଦୁର ବେଳେ ଭୁଲ ତଥ୍ୟକୁ କାଉଣ୍ଟର କରିବାରେ ଗଣମାଧ୍ୟମର ଭୂମିକା ସମ୍ପର୍କରେ ମତ ରଖିଛନ୍ତି ଏୟାର ଚିଫ ମାର୍ଶଲ ଅମର ପ୍ରୀତ ସିଂହ। ସେ କହିଛନ୍ତି, “ଅପରେସନ ବେଳେ ଭୁଲ ତଥ୍ୟର ପାହାଡ଼ ସୃଷ୍ଟି ହୋଇଥିଲା। କିନ୍ତୁ ଆମ ମିଡିଆ ସେନା ବାହିନୀକୁ ବେଶ ସହଯୋଗ କରିଥିଲେ। ସୈନିକମାନେ ଲଢ଼େଇ କରିବା ବେଳେ ଲୋକଙ୍କ ଭାବନା ପ୍ରଭାବିତ ହେବା କଥା ନୁହେଁ ଓ ଏହାକୁ ଆଗ ଚ୍ୟାନେଲଗୁଡ଼ିକ ନିଶ୍ଚିତ କରିଥିଲେ।” 

ଭବିଷ୍ୟତର ପ୍ରସ୍ତୁତି ଓ ଆତ୍ମନିର୍ଭରତା

ଏୟାର ଚିଫ ମାର୍ଶଲ ଅମର ପ୍ରୀତ ସିଂହ କହିଛନ୍ତି, ଆମକୁ ଆମ ବିଚାର ଟ୍ୟାବ୍ସକୁ ଅନ କରି ରଖିବାର ଆବଶ୍ୟକତା ରହିଛି। ବର୍ତ୍ତମାନ ଓ ଭବିଷ୍ୟତର ଯୁଦ୍ଧ ପାଇଁ ପ୍ରସ୍ତୁତ ରହିବାକୁ ହେବ। ସମସ୍ତ ସେନା ବାହିନୀ ଓ ଏଜାନ୍ସି ମଧ୍ୟରେ ଗୋଟିଏ ଇଣ୍ଟିଗ୍ରେଟେଡ ଆଭିମୁଖ୍ୟ ଗ୍ରହଣ କରିବାକୁ ପଡ଼ିବ।

ଭାରତୀୟ ବାୟୁସେନା ସବୁବେଳେ ଆତ୍ମନର୍ଭରତା ଉପରେ ଫୋକସ କରି ଆସିଛି। ଆମେ ଆଗକୁ ମଧ୍ୟ ଏହାକୁ ଗୁରୁତ୍ୱ ଦେବୁ। କିନ୍ତୁ ଆବଶ୍ୟକ ସ୍ଥଳରେ ଆମେ ରଣନୀତିଗତ ଟେକ୍ନୋଲୋଜିକୁ ଆପଣାଇବୁ।

IAF IAF Day IAF Chief Operation Sindoor