Advertisment

ବାୟୁସେନା କନ୍‌ଭୟ ଉପରେ ଆତଙ୍କବାଦୀ ହମ୍‌ଲା, ଜଣେ ଯବାନ ସହିଦ

ଅନ୍ୟ ୪ ଜଣ ଯବାନଙ୍କ ଅବସ୍ଥା ଗୁରୁତର ରହିଛି। ସେମାନଙ୍କୁ ଉଦ୍ଧମପୁର ସ୍ଥିତ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

author-image
Madhupriya Mistry
poonch attack

poonch attack

ଶନିବାର ସନ୍ଧ୍ୟାରେ ଜମ୍ମୁ କଶ୍ମୀରର ପୁଞ୍ଛ ଜିଲ୍ଲାରେ ବାୟୁସେନା କନଭୟ ଉପରକୁ ବଡ ଧରଣର ଆତଙ୍କବାଦୀ ହମ୍‌ଲା ହୋଇଥିଲା। ଏହି ଅକ୍ରମଣରେ ଆହତ ହୋଇଥିବା ୫ ଜଣ ଯବାନଙ୍କ ମଧ୍ୟରୁ ଆଜି ଜଣେ ସହିଦ ହୋଇଛନ୍ତି। ସେନା ଅଧିକାରୀଙ୍କ ତରଫରୁ ଏହି ସୂଚନା ମିଳିଛି।

Advertisment

ସୂଚନା ମୁତାବକ, ଗତକାଲି ସନ୍ଧ୍ୟାରେ ଭାରତୀୟ ବାୟୁସେନାର କନଭୟରେ ଥିବା ୨ଟି ଗାଡ଼ି ଉପରେ ଆତଙ୍କବାଦୀମାନେ ସୁରନକୋଟର ସନାଇ ଗାଁରେ ଆକ୍ରମଣ କରିଥିଲେ। ଗ୍ରେନେଡ ସହ ଆଖିବୁଜା ଗୁଳିମାଡ ହୋଇଥିଲା। ଏଥିରେ ୫ ଜଣ ଯବାନ ଆହତ ହୋଇଥିଲେ।

ସେମାନଙ୍କୁ ଉଦ୍ଧମପୁର ସ୍ଥିତ ହସ୍ପିଟାଲକୁ ଏୟାରଲିଫ୍ଟ କରାଯାଇଥିଲା। ସେଠାରେ ଚିକିତ୍ସାଧିନ ଅବସ୍ଥାରେ ଜଣେ ଯବାନ ସହିଦ ହୋଇଛନ୍ତି। ଅନ୍ୟ ୪ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ସେପଟେ ବାୟୁସେନାର ଗାଡିଗୁଡିକୁ ଶାହସିତାର ନିକଟସ୍ତ ଏୟାରବେସ୍‌ ଭିତରକୁ ସୁରକ୍ଷିତ ଭାବେ ପଠାଇ ଦିଆଯାଇଛି।

Advertisment

ହମଲା ସମ୍ପର୍କରେ ଖବର ମିଳିବା ପରେ କନଭୟରେ ଥିବା ଯବାନଙ୍କୁ ବ୍ୟାକଅପ ଦେବାକୁ ଅଧିକ ସଂଖ୍ୟକ ସୁରକ୍ଷାକର୍ମୀଙ୍କୁ ଘଟଣାସ୍ଥଳକୁ ପଠାଇ ଯାଇଥିଲା। ଘଟଣାସ୍ଥଳରେ ଇଣ୍ଡିଆନ୍‌ ଏୟାରଫୋର୍ସର ଗରୁଡ ସ୍ପେଶାଲ ଫୋର୍ସକୁ ମଧ୍ୟ ମୁତୟନ କରାଯାଇଛି। ସେନା ଓ ଜମ୍ମୁ ପୁଲିସର ଯବାନମାନେ ଘଟଣାରେ ସାମିଲ ଆତଙ୍କବାଦୀଙ୍କ ବିରୋଧରେ ସର୍ଚ୍ଚ ଅପରେସନ୍‌ ଜାରି ରଖିଛନ୍ତି।

Indian Air Force Terror Attack Jammu Kashmir