Advertisment

Air Force: ରାୱଲପିଣ୍ଡି ଚିକେନ ଟିକ୍କା ଠାରୁ ବାହାବଲପୁର ନାନ: ଭାଇରାଲ ହେଉଛି ବାୟୁସେନାର ଡିନର ମେନ୍ୟୁ

ପାକିସ୍ତାନ ସହ ସାମରିକ ବିବାଦ ସମୟରେ ବାୟୁସେନା ନିଜର ପରାକ୍ରମ ଦେଖାଇଥିଲା। ପାକିସ୍ତାନର ଯେଉଁ ସବୁ ସହରରେ ବାୟୁସେନା ନିଜର ଦମ୍ଭ ଦେଖାଇଥିଲା, ଏବେ ସେହି ସବୁ ସ୍ଥାନ ନାଁରେ ବାୟୁବୀରଙ୍କୁ ଖାଦ୍ୟ ପରସା ଯାଇଛି।

IAF

ବାୟୁସେନାର ଡିନର ମେନ୍ୟୁ

Advertisment

ପାକିସ୍ତାନକୁ ନିଆରା ଷ୍ଟାଇଲରେ କଟାକ୍ଷ କରିଛି ଭାରତୀୟ ବାୟୁସେନା। ଚର୍ଚ୍ଚାରେ ବାୟୁସେନାର ଡିନର ମେନ୍ୟୁ। ଭାରତୀୟ ଏୟାର ଫୋର୍ସ ଦିବସରେ ଅଧିକାରଙ୍କ ପ୍ଲେଟରେ ପରସା ଯାଇଥିବା ଖାଦ୍ୟର ନାଁଗୁଡ଼ିକ ବେଶ ଭାଇରାଲ ହୋଇଛି। ରାୱଲପିଣ୍ଡି ଚିକେନ ଟିକ୍କା ମସାଲା, ଭୋଲାରି ପନିର ମେଥି ମଲାଇ ଓ ବାଲାକୋଟ ତିରାମିସୁ (କେକ) ଖାଇଛନ୍ତି ଭାରତୀୟ ବାୟୁ ବୀର।

Advertisment

ପାକିସ୍ତାନ ସହ ସାମରିକ ବିବାଦ ସମୟରେ ବାୟୁସେନା(IAF) ନିଜର ପରାକ୍ରମ ଦେଖାଇଥିଲା। ପାକିସ୍ତାନର ଯେଉଁ ସବୁ ସହରରେ ବାୟୁସେନା ନିଜର ଦମ୍ଭ ଦେଖାଇଥିଲା, ଏବେ ସେହି ସବୁ ସ୍ଥାନ ନାଁରେ ବାୟୁବୀରଙ୍କୁ ଖାଦ୍ୟ ପରସା ଯାଇଛି। 

ଭାରତୀୟ ବାୟୁସେନା ପ୍ରସ୍ତୁତ କରିଥିବା ଡିନର ମେନ୍ୟୁ ଏବେ ସୋଶାଲ ମିଡିଆରେ ନିଆଁ ଭଳି ବ୍ୟାପିବାରେ ଲାଗିଛି। ଅପରେସନ ସିନ୍ଦୁର(Operation Sindoor) ବେଳେ ଭାରତୀୟ ବାୟୁସେନାର ଆକ୍ରମଣରେ ମାଟି କାମୁଡ଼ିଥିଲା ପାକିସ୍ତାନ। ଆକ୍ରମଣ ବନ୍ଦ ପାଇଁ ନେହୁରା ହେବା ପରେ ମୁହଁ ଫୁଟାଣି ଦେଖାଇଥିଲା ପାକିସ୍ତାନ। ଏବେ ଭାରତୀୟ ବାୟୁ ସେନା ବେଶ ନିଆରା ଷ୍ଟାଇଲରେ ପାକିସ୍ତାନୀ ଧଜିଆ ଉଡ଼ାଇଛି।

Advertisment

ଅପରେସନ ସିନ୍ଦୁର ବେଳେ ପାକିସ୍ତାନ ସହିଥିବା କ୍ଷତିକୁ ମେନ୍ୟୁ ଦ୍ୱାରା ପରିହାସ କରାଯାଇଛି। ପାକିସ୍ତାନର ଭୋଲାରି ଏୟାରବେସ୍‌ ଠାରୁ ମୁର୍ଦିକେରେ ଥିବା ଲସ୍କର କ୍ୟାମ୍ପ ଧ୍ୱଂସ ହୋଇଥିଲା। ଏବେ ସେସବୁ ସ୍ଥାନ ନାଁରେ ଭିନ୍ନଭିନ୍ନ ମେନ୍ୟୁ ପରସା ଯାଇଛି। 

୯୩ ତମ ବାୟୁ ସେନା ଦିବସ(IAF Day) ପାଳନ ପରେ ଏକାଧିକ ଭେଟରାନ ଆର୍ମି ଅଧିକାରୀ ଓ ସାମ୍ବାଦିକ ଏକ୍ସରେ ମେନ୍ୟୁର ଫଟୋ ଶେୟାର କରିଛନ୍ତି। ଏବେ ଏହା ଭାଇରାଲ ହେବାରେ ଲାଗିଛି। 

ଭାଇରାଲ ହେଉଥିବା ମେନ୍ୟୁ ଅନୁସାରେ, ମୁଖ୍ୟ ଖାଦ୍ୟରେ ବାହାବଲପୁର ନାନ ଓ ରାୱଲପିଣ୍ଡି ଚିକେନ ଟିକ୍କା ମସାଲା ପରସା ଯାଇଥିଲା। ପାକିସ୍ତାନର ବାଲାକୋଟ, ମୁଜାଫରବାଦ ଓ ମୁର୍ଦିକେରେ ଥିବା ଆତଙ୍କୀ କ୍ୟାମ୍ପଗୁଡ଼ିକୁ ଧ୍ୱଂସ ହେବା ଘଟଣାକୁ ଡେସର୍ଟ ଆକାରରେ ବାୟୁବୀରଙ୍କୁ ଦିଆଯାଇଥିଲା। 

ବାୟୁସେନା ଦିବସ ପୂର୍ବରୁ ଚାଲିଥିବା ପ୍ରସ୍ତୁତ ବେଳେ ଆଗ୍ରା ଆକାଶରେ ଦୁଇଟି ବିମାନ ଦେଖିବାକୁ ମିଳିଥିଲେ। ଏଥିରେ ରଫିକ୍ୟୁ ଓ ଶେହବାଜର ସଙ୍କେତ ରହିଥିଲା। ଏହି ସଙ୍କେତ ଦ୍ୱାରା ଭାରତୀୟ ବାୟୁସେନା ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ଶରିଫଙ୍କୁ କଟାକ୍ଷ ଓ ରଫିକ୍ୟୁ ଏୟାରବେସ୍‌ରେ ଭାରତ କରିଥିବା ଅପରେସନକୁ ପ୍ରଦର୍ଶିତ କରାଯାଇଥିଲେ। 

ବାୟୁସେନା ପକ୍ଷରୁ ଛପା ଯାଇଥିବା ମେନ୍ୟୁ

ଭାରତୀୟ ବାୟୁ ସେନାର ୯୩ ବର୍ଷ 

ଅଚୁକ, ଅଭେଦ୍ୟ ଓ ସଠିକ 

ମେନ୍ୟୁ 

ରାୱଲପିଣ୍ଡି ଚିକେନ ଟିକ୍କା ମସାଲା

ରଫିକ୍ୟୁ ମଟନ

ଭୋଲାରି ପନିର ମେଥି ମଲାଇ 

ସୁକୁର ଶାମ ସବେରା କୋଫଟା 

ସରଗୋଡ଼ା ଡାଲ ମଖନୀ 

ଜକୋବାବାଦ ମେୱା ପୁଲାଉ

ବାହାବଲପୁର ନାନ 

ଡେଜର୍ଟ

ବାଲାକୋଟ ତିରାମିସୁ 

ମୁଜାଫରବାଦ କୁଲଫି ଫାଲୁଦା 

ମୁର୍ଦିକେ ମୀଠା ପାନ 

Operation Sindoor IAF Day IAF
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe