Advertisment

ବୟଫ୍ରେଣ୍ତ ସହ ରହୁଥିଲେ ଏୟାର ହୋଷ୍ଟେସ୍, ରୁମରୁ ମିଳିଲା ମୃତଦେହ

ଏପ୍ରିଲ୍ ମାସରେ ରୂପାଲ ଓର୍ଗେ ଏୟାର ଇଣ୍ତିଆରେ ନିଯୁକ୍ତି ପାଇବା ପରେ ମୁମ୍ବାଇ ଆସିଥିଲେ।

ଅଦ୍ୟତନ ହୋଇଛି
Trainee Air Hostess Rupal Ogrey

Trainee Air Hostess Rupal Ogrey

Advertisment

ମାୟାନଗରୀ ମୁମ୍ବାଇରୁ ଆସିଛି ଗୋଟିଏ ଦୁଖଦଃ ଖବର। ମୁମ୍ବାଇର ଆନ୍ଧେରୀ ସ୍ଥିତ ଏକ ଆପାର୍ଟମେଣ୍ଟରୁ ମିଳିଛି ଜଣେ ୨୫ ବର୍ଷୀୟ ଯୁବତୀଙ୍କ ମୃତଦେହ। ମୃତ ଯୁବତୀ ଜଣଙ୍କ ହେଉଛନ୍ତି ଛତିଶଗଡ଼ର ରୂପାଲ ଓର୍ଗେ। ସେ ଏୟାର ଇଣ୍ତିଆର ଜଣେ ଟ୍ରେନି ଏୟାର ହୋଷ୍ଟେସ୍ ଭାବେ କାମ କରୁଥିଲେ। ଏଠାରେ ସେ ନିଜ ବୟଫ୍ରେଣ୍ଡଙ୍କ ସହ ରହୁଥିଲେ। କିନ୍ତୁ ରବିବାର ସେ ରହିଥିବା ଆପାର୍ଟମେଣ୍ଟରୁ ତାଙ୍କ ମୃତଦେହ ମିଳିଛି। 

Advertisment

ଏପ୍ରିଲ୍ ମାସରେ ରୂପାଲ ଓର୍ଗେ ଏୟାର ଇଣ୍ତିଆରେ ନିଯୁକ୍ତି ପାଇଥିଲେ। ଏହାପରେ ସେ ମୁମ୍ବାଇକୁ ଚାଲି ଆସିଥିଲେ। ଏଠାରେ ସେ ତାଙ୍କ ବୟଫ୍ରେଣ୍ତଙ୍କ ସହ ରହୁଥିଲେ। ରୂପାଲଙ୍କ ଭଉଣୀ ମଧ୍ୟ ଏମାନଙ୍କ ସହ ରହୁଥିଲେ। ସମସ୍ତେ ମୁମ୍ବାଇର ଆନ୍ଧେରୀ ସ୍ଥିତ ଗୋଟିଏ ଆପାର୍ଟମେଣ୍ଟରେ ରହୁଥିଲେ। ତେବେ ଗତ କିଛି ଦିନ ତଳୁ ତାଙ୍କ ବୟଫ୍ରେଣ୍ତ ଓ ରୂପାଲଙ୍କ ଭଉଣୀ ନିଜ ଘରକୁ ଚାଲି ଯାଇଥିଲା। ରୂପାଲ ଏକାକୀ ଆପାର୍ଟମେଣ୍ଟରେ ରହୁଥିଲେ।  

ରବିବାର ରୂପାଲଙ୍କୁ ତାଙ୍କ ପରିବାର ଲୋକ ବାରମ୍ବାର ଫୋନ କରିଥିଲେ। ହେଲେ ସେ ଏହାର ଉତ୍ତର ଦେଇ ନଥିଲେ। ପରିବାର ଲୋକ ବ୍ୟସ୍ତ ହୋଇ ମୁମ୍ବାଇରେ ରହୁଥିବା ରୂପାଲଙ୍କ ଜଣେ ବନ୍ଧୁଙ୍କୁ ଫୋନ କରିଥିଲେ। ଏଥିସହ ତାଙ୍କୁ ରୂପାଲଙ୍କ ଆପାର୍ଟମେଣ୍ଟକୁ ଯିବାକୁ କହିଥିଲେ। ସେ ସେଠାରେ ପହଞ୍ଚିଲା ବେଳକୁ ରୂପାଲ ରକ୍ତାକ୍ତ ଅବସ୍ଥାରେ ତଳେ ପଡ଼ି ରହିଥିବା ଦେଖିବାକୁ ପାଇଥିଲେ। 

Advertisment

ଖବର ପାଇ ପୁଲିସ ତୁରନ୍ତ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ। ରୂପାଲଙ୍କୁ ହତ୍ୟା କରାଯାଇଥିବା ପୁଲିସ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛି। ଏହି ଘଟଣାରେ ଆପାର୍ଟମେଣ୍ଟରେ ସୁଇପର ଭାବେ କମ କରୁଥିବା ଜଣେ ୪୦ ବର୍ଷୀୟ ବ୍ୟକ୍ତିଙ୍କୁ ଗରିଫ କରିଛି ପୁଲିସ।

ଗିରଫ ହୋଇଥିବା ବ୍ୟକ୍ତି ଜଣଙ୍କ ହେଉଛନ୍ତି ବିକ୍ରମ ଅଠାୱାଲ। ଆପାର୍ଟମେଣ୍ଟରେ ଲାଗିଥିବା ସିସିଟିଭି ଫୁଟେଜକୁ ଆଧାର କରି ପୁଲିସ୍‌ ସୁଇପରଙ୍କୁ ଗିରଫ କରିଛି। କିନ୍ତୁ ସେ କ’ଣ ପାଇଁ ରୂପାଲଙ୍କୁ ହତ୍ୟା କଲେ, ସେ ବିଷୟରେ ପୁଲିସ୍‌ କିଛି ବି କହିନି। 

Murder Mumbai
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe