Advertisment

ଧରା ପଡ଼ିଲେ ମଳଦ୍ୱାରରେ ସୁନା ଚାଲାଣ କରୁଥିବା ଏୟାର ହୋଷ୍ଟେସ୍‌

ଗୋଟିଏ ଏୟାରଲାଇନ୍ସର ଜଣେ ଏୟାରହୋଷ୍ଟେସ ନିଜ ମଳଦ୍ୱାରାରେ ପ୍ରାୟ ୧ କେଜି ସୁନା ଚାଲାଣ କରୁଥିବା ବେଳେ ଧରାପଡ଼ିଛନ୍ତି।

author-image
Hemant Lenka
Air Hostess

Air Hostess

ସୁନା ଚୋରା ଚାଲାଣ ନୂଆ ଫର୍ମୁଲାର ଫର୍ଦ୍ଦଫାସ ହୋଇଛି। ପ୍ରଥମଥର ପାଇଁ କୌଣସି ବିମାନ ସେବା ପ୍ରଦାନ ସଂସ୍ଥାର କର୍ମଚାରୀଙ୍କ ଠାରୁ ମିଳିଛି ଚୋରାରେ ଚାଲାଣ ହେଉଥିବା ବିପୁଳ ପରିମାଣର ସୁନା।

Advertisment

ଗୋଟିଏ ଏୟାରଲାଇନ୍ସର ଜଣେ ଏୟାରହୋଷ୍ଟେସ ନିଜ ମଳଦ୍ୱାରାରେ ପ୍ରାୟ ୧ କେଜି ସୁନା ଚାଲାଣ କରୁଥିବା ବେଳେ ଧରାପଡ଼ିଛନ୍ତି। ସେ ମସ୍କାଟରୁ କେରଳର କନ୍ନୁରକୁ ମଳଦ୍ୱାରରେ ୧କେଜି ତରଳ ସୁନାକୁ ରଖି ଆଣିଥିଲେ।

ଡିଆରଆଇ କୋଚିନର ଗୁଇନ୍ଦା ସୂଚନା ଆଧାରରେ ଡିଆରଆଇ କନ୍ନୁରର ଅଧିକାରୀମାନେ ମଧ୍ୟ ଗୋଟିଏ ବିମାନ କମ୍ପାନୀର କ୍ୟାବିନ କ୍ରୁ ସଦସ୍ୟ ସୁରଭୀ ଖାତୁନଙ୍କ ଯାଞ୍ଚ କରିଥିଲେ। ତାଙ୍କ ଘର କୋଲକାତାରେ ହୋଇଥିବା ବେଳେ ସେ ମସ୍କାଟରୁ ସୁନା ଧରି କନ୍ନୁର ଏୟାରପୋର୍ଟରେ ମେ’ ୨୮ରେ ପହଞ୍ଚିଥିଲେ।

Advertisment

ପ୍ରଥମେ ତାଙ୍କୁ ଯାଞ୍ଚ କରାଯାଇଥିଲା। ହେଲେ ସେ ଅଭିଯୋଗକୁ ଆଦୌ ମାନି ନଥିଲେ। ଶେଷରେ ଭଲ ଭାବେ ଯାଞ୍ଚ କରାଯିବାରୁ ତାଙ୍କ ମଳଦ୍ୱାରରୁ ୯୬୦ ଗ୍ରାମ ତରଳ ସୁନା ମିଳିଥିଲା।

ସୁନା ଚୋରା ଚାଲାଣ କରୁଥିବା ଅଭିଯୋଗରେ ତାଙ୍କୁ ଗିରଫ କରାଯାଇଛି। ଏହାପରେ ସୁରଭୀଙ୍କୁ କୋର୍ଟରେ ହାଜର କରାଯାଇ ୧୪ ଦିନିଆ ରିମାଣ୍ଡରେ ଅଣାଯାଇଛି। କନ୍ନୁରରେ ଥିବା ମହିଳା କାରଗାରରେ ରଖି ତାଙ୍କୁ ଜେରା କରାଯାଉଛି।

ଅଧିକାରୀମାନେ କହିଛନ୍ତି ଯେ ପ୍ରଥମଥର ପାଇଁ କୌଣସି ଏୟାରଲାଇନର କ୍ରୁ ସଦସ୍ୟ ସୁନା ଚୋରାଚାଲାଣ କରିବା ଘଟଣାରେ ଧରା ପଡ଼ିଛନ୍ତି। ବର୍ତ୍ତମାନ ଘଟଣାର ତଦନ୍ତ କରାଯାଉଛି। ପୂର୍ବରୁ ସେ ସୁନା ଚୋରା ଚାଲାଣ କରିଥିଲେ କି ନାହିଁ, ତା’ର ଯାଞ୍ଚ କରାଯାଉଛି।

Air Hostess