/odisha-reporter/media/post_attachments/uploadimage/library/16_9/16_9_0/Black_Box__1750319086.jpg)
Black Box
ଜୁନ ୧୨ରେ ଅହମଦାବାଦ ଏୟାର ପୋର୍ଟ ନିକଟରେ ଦୁର୍ଘଟଣା ଗ୍ରସ୍ତ ହୋଇଥିବା ଏୟାର ଇଣ୍ଡିଆର ବୋଇଂ ୭୮୭-୮ ଡ୍ରିମଲାଇନର ବିମାର ବାକ୍ସ ବକ୍ସ ଅତ୍ୟଧିକ ମାତ୍ରାରେ କ୍ଷତିଗ୍ରସ୍ତ ହୋଇଛି। ଉଦ୍ଧାରକାରୀ ଦଳ ଏହାକୁ ଦୁର୍ଘଟଣା ସ୍ଥଳରୁ ଠାବ କରିଥିଲେ ହେଁ ଏଥିରୁ ତଥ୍ୟ ରିକଭରୀ ହୋଇପାରୁ ନାହିଁ। ଏଥିପାଇଁ ଏହାକୁ ଆମେରିକା ପଠାଯିବ ବୋଲି ଜଣାପଡ଼ିଛି। ୱାଶିଂଟନରେ ଥିବା ଗୋଟିଏ ଲ୍ୟାବକୁ ଏୟାର ଇଣ୍ଡିଆର ବାକ୍ସ ବକ୍ସକୁ ପଠାଯିବ। ସେଠାରେ ଏଥିରୁ ତଥ୍ୟ ରିକଭରୀ କରାଯିବ। ତେବେ ଏ ସଂକ୍ରାନ୍ତରେ ଚୂଡ଼ାନ୍ତ ନିଷ୍ପତ୍ତି କେନ୍ଦ୍ର ସରକାର ନେବେ।
କମଳା ରଙ୍ଗର ଏହି ଡିଭାଇସକୁ ଦୁର୍ଘଟଣା ଗ୍ରସ୍ତ ବିମାନର ପଛ ପାର୍ଶ୍ୱରୁ ଠାବ କରାଯାଇଥିଲା। ବିମାନଟି ନିୟନ୍ତ୍ରଣ ହରାଇ ଜେବି ମେଡିକାଲ କଲେଜର ହଷ୍ଟେଲ ବିଲଡିଂକୁ ଧକ୍କା ଦେଇଥିଲା। ବିଲଡିଂ କାନ୍ଥରେ ଏହାର ପଛ ପାର୍ଶ୍ୱ ଲାଗି ଯାଇଥିଲା। ଉଦ୍ଧାରକାରୀ ଦଳ ଛାତ ଉପରୁ ବ୍ଲାକ ବକ୍ସକୁ ଠାବ କରିଥିଲେ। ବ୍ଲାକ ବକ୍ସ ମିଳିଥିବାରୁ ତଦନ୍ତକାରୀ ଟିମକୁ ଦୁର୍ଘଟଣାର କାରଣ ଖୋଜିବାରେ ବେଶ ସହାୟକ ହେବ ବୋଲି କୁହାଯାଉଥିଲା। କିନ୍ତୁ କ୍ରାଶ ଯୋଗୁ ଏହା ମଧ୍ୟ କ୍ଷତିଗ୍ରସ୍ତ ହୋଇଛି। ଏଥିରୁ ତଥ୍ୟ ରିକଭରୀ କରିବାରେ ତଦନ୍ତକାରୀ ଟିମ ସମସ୍ୟାର ସମ୍ମୁଖୀନ ହେଉଛନ୍ତି।
ବ୍ଲାକ ବକ୍ସକୁ ଫ୍ଲାଇଟ ରେକର୍ଡର୍ ମଧ୍ୟ କୁହାଯାଏ। ବ୍ଲାକ ବକ୍ସ ବହୁତ ଶକ୍ତିଶାଳୀ। ଏହା ବିମାନର ପଛ ଭାଗରେ ସୁରକ୍ଷିତ ରହିଥାଏ। ବିମାନ ଦୁର୍ଘଟଣା ପରେ ବ୍ଲାକ ବାକ୍ସ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଉପକରଣ ମଧ୍ୟରୁ ଗୋଟିଏ। ଏହା ସାହାଯ୍ୟରେ ଦୁର୍ଘଟଣାର ତଦନ୍ତ କରାଯାଏ। ବିମାନ କିପରି ଦୁର୍ଘଟଣାଗ୍ରସ୍ତ ହେଲା? ଏହା ପଛରେ କ’ଣ କାରଣ ଥିଲା? କକପିଟରେ ପାଇଲଟ ଓ ଅନ୍ୟମାନେ କ’ଣ କରୁଥିଲେ ଆଦି ତଥ୍ୟ ମିଳିଥାଏ।
ବ୍ଲାକ ବକ୍ସ ସବୁବେଳେ ବିମାନ ଉଡ଼ାଣ ସମୟରେ ଘଟୁଥିବା ସମସ୍ତ କାର୍ଯ୍ୟକଳାପକୁ ରେକର୍ଡ କରେ। ଏହି କାରଣରୁ ଏହାକୁ ଫ୍ଲାଇଟ ଡାଟା ରେକର୍ଡର ବା FDR ମଧ୍ୟ କୁହାଯାଏ। ବ୍ଲାକ ବକ୍ସଟି ଟାଇଟାନିୟମ ଧାତୁରେ ତିଆରି। ଭୟଙ୍କର ଦୁର୍ଘଟଣା ଘଟିଲେ ମଧ୍ୟ ବ୍ଲାକ ବାକ୍ସ ସୁରକ୍ଷିତ ରହିଥାଏ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
