Advertisment

ଇସ୍ରାଏଲ ସହ ବିମାନ ସେବା ବାତିଲ କଲା ଭାରତ

ବର୍ତ୍ତମାନ ସୁଦ୍ଧା ୩୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇ ସାରିଲାଣି। ଶତାଧିକ ଲୋକ ଆହତ ମଧ୍ୟ ହୋଇଛି। ଆମେରିକା ଠାରୁ ଆରମ୍ଭ ଭାରତ ଭଳି ଦେଶ ହମଲା ଆରମ୍ଭ କରିଥିବା ହମାସକୁ ନିନ୍ଦା କରିଛନ୍ତି। ସେହିପରି ଇସ୍ରାଏଲକୁ ସମର୍ଥନ ଘୋଷଣା କରିଛନ୍ତି।

Air India

Air India

Advertisment

ଇସ୍ରାଏଲରେ ଚାଲିଥିବା ଘମାଘୋଟ ଲଢ଼େଇ ଯୋଗୁ ସ୍ଥିତି ବେହେଲା ହୋଇଛି। ହମାସ ଆତଙ୍କବାଦୀମାନେ ଇସ୍ରାଏଲରେ ଆକ୍ରମଣ କରି ରକ୍ତର ହୋଲି ଖେଳିଛନ୍ତି। ଇସ୍ରାଏଲ ମଧ୍ୟ ସ୍ୱତନ୍ତ୍ର ରଣନୀତି ପ୍ରସ୍ତୁତ କରି କାଉଣ୍ଟର ଆଟାକ ଆରମ୍ଭ କରି ଦେଇଛି।

Advertisment

ଏହି ଲଢ଼େଇରେ ବର୍ତ୍ତମାନ ସୁଦ୍ଧା ୩୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇ ସାରିଲାଣି। ଶତାଧିକ ଲୋକ ଆହତ ମଧ୍ୟ ହୋଇଛି। ଆମେରିକା ଠାରୁ ଆରମ୍ଭ ଭାରତ ଭଳି ଦେଶ ହମଲା ଆରମ୍ଭ କରିଥିବା ହମାସକୁ ନିନ୍ଦା କରିଛନ୍ତି। ସେହିପରି ଇସ୍ରାଏଲକୁ ସମର୍ଥନ ଘୋଷଣା କରିଛନ୍ତି।

ଇସ୍ରାଏଲରେ ଭୟଙ୍କର ଯୁଦ୍ଧ ପରିସ୍ଥିତି ଦେଖାଦେଇଥିବାରୁ ସେଠାରେ ରହୁଥିବା ଭାରତୀୟଙ୍କୁ ସତର୍କ ରହିବାକୁ ନୂଆଦିଲ୍ଲୀ ପକ୍ଷରୁ ପରାମର୍ଶ ଦିଆଯାଇଛି। ସେହିପରି ଇସ୍ରାଏଲାର ରାଜଧାନୀ ତେଲଅଭିଭରୁ ଆସୁଥିବା ଓ ସେଠାକୁ ଯାଉଥିବା ସମସ୍ତ ପ୍ରକାରର ବିମାନ ସେବାକୁ ଭାରତ ସରକାର ବାତିଲ କରି ଦେଇଛନ୍ତି। ଇସ୍ରାଏଲ ଓ ଭାରତ ମଧ୍ୟରେ ଏୟାର ଇଣ୍ଡିଆର ଦୁଇଟି ବିମାନ ଯାତାୟାତ କରୁଥିଲା।

Advertisment

ଏୟାର ଇଣ୍ଡିଆ ମୁଖପାତ୍ର କହିଛନ୍ତି, “ ଦିଲ୍ଲୀରୁ ତେଲଅଭିଭକୁ ଯାଉଥିବା ଏଆଇ ୧୩୯ ଓ ସେଠାରୁ ଏଠାକୁ ଆସୁଥିବା ଏଇଆଇ ୧୪୦କୁ ବାତିଲ କରି ଦିଆଯାଇଛି। ଆମର ଅତିଥି ଓ କ୍ରୁଙ୍କ ସୁରକ୍ଷା ଦୃଷ୍ଟିରୁ ଏପରି ପଦକ୍ଷେପ ନିଆଯାଇଛି। ଯାତ୍ରୀମାନଙ୍କୁ ସେମାନଙ୍କ ଆବଶ୍ୟକ ଅନୁଯାୟୀ ସବୁ ପ୍ରକାରର ସହଯୋଗ ଓ ସମର୍ଥନ ଯୋଗାଇ ଦିଆଯିବ।”

ହମାସ ପକ୍ଷରୁ ଆଜି ହଠାତ୍‌ ଇସ୍ରାଏଲ ଉପରେ ୫ ହଜାର ରକେଟ ମାଡ଼ କରାଯାଇଥିଲା। ଏଥିରେ ୧୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଥିବା ବେଳେ ୨୦୦ରୁ ଅଧିକ ଆହତ ହୋଇଥିଲେ। ରକେଟ ଆଟାକ ପରେ ହମାସ ଆତଙ୍କବାଦୀମାନେ ଗାଜା ସୀମା ଦେଇ ଇସ୍ରାଏଲରେ ପ୍ରବେଶ କରିଛନ୍ତି।

ସେମାନେ ଲୋକଙ୍କୁ ଗୁଳି କରୁଥିବା ବେଳେ ଅପହରଣ ମଧ୍ୟ କରିବାରେ ଲାଗିଛନ୍ତି। ମହିଳା ଓ ଯୁବତୀମାନେ ମଧ୍ୟ ସେମାନଙ୍କ ଅତ୍ୟାଚାରରୁ ରକ୍ଷା ପାଇ ନାହାନ୍ତି।

Air India Israel Israel Declares War Israel Rocket Attacks
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe