Advertisment

ବିମାନ କ୍ରାଶ: Mayday କଲ୍‌ ପରେ ନୀରବ ହୋଇଯାଇଥିଲେ ପାଇଲଟ୍‌

କ୍ରାଶ ପୂର୍ବରୁ ପାଇଲଟ ଆସନ୍ନ ବିପଦ ସମ୍ପର୍କରେ ଜାଣି ପାରି "Mayday" କଲ୍‌ କରିଥିଲେ ବୋଲି ଡିଜିସିଏ ସ୍ପଷ୍ଟ କରିଛି।

author-image
Hemant Lenka
ଅଦ୍ୟତନ ହୋଇଛି
MayDay

MayDay

ଗୁଜରାଟର ସର୍ଦାର ବଲ୍ଲଭ ଭାଇ ପଟେଲ ଅନ୍ତର୍ଜାତୀୟ ଏୟାରପୋର୍ଟରୁ ଉଡ଼ାଣ ଭରିବାର ମାତ୍ର କିଛି ସମୟ ପରେ କ୍ରାଶ ହୋଇଯାଇଛି ଏୟାର ଇଣ୍ଡିଆ ବିମାନ। ବିମାନରେ ୧୬୯ ଜଣ ଭାରତୀୟ, ୫୩ ଜଣ ବ୍ରିଟିଶ ନାଗରିକ, ୭ ଜଣ ପର୍ତ୍ତୁଗିଜ ଓ ଜଣେ କାନାଡା ନାଗରିକ ରହିଥିଲେ। କ୍ରାଶ ପରେ ବିମାନଟି ପୂରା ନିଆଁ ପିଣ୍ଡୁଳାରେ ପରିଣତ ହୋଇଯାଇଛି। ଏଥିଯୋଗୁ ସମସ୍ତ ୨୪୨ ଜଣଙ୍କ ମୃତ୍ୟୁ ହୋଇଥିବା ଆଶଙ୍କା କରାଯାଉଛି। ବିମାନରେ ୨୩୦ ଜଣ ଯାତ୍ରୀ, ୨ ଜଣ ପାଇଲଟ ଓ ୧୦ ଜଣ କ୍ରୁ ସଦସ୍ୟ ରହିଥିଲେ।

Advertisment

ତେବେ କ୍ରାଶ ପୂର୍ବରୁ ପାଇଲଟ ଆସନ୍ନ ବିପଦ ସମ୍ପର୍କରେ ଜାଣି ପାରି "Mayday" କଲ୍‌ କରିଥିଲେ ବୋଲି ଡିଜିସିଏ ସ୍ପଷ୍ଟ କରିଛି। ଏହି କଲ ରେଡିଓ ସିଗ୍ନାଲ ଦ୍ୱାରା କରାଯାଏ। ପାଇଲଟ ୩ ଥର "Mayday" ବୋଲି କୁହନ୍ତି। ଏହାର ଅର୍ଥ ସହଯୋଗ ଦରକାର। 

 ଡିଜିସିଏ କହିଛି ଯେ ଲଣ୍ଡନ ଅଭିମୁଖେ ବୋଇଂ ୭୮୭ ଏୟାରକ୍ରାଫ୍ଟ ଟେଲ ନମ୍ବର ଭିଟି ଏଏନବି ୨୮ ନମ୍ବର ରନ ୱେରୁ ମଧ୍ୟାହ୍ନ ୧.୩୯ ମିନିଟରେ ଉଡ଼ାଣ ଭରିଥିଲା। ଉଡ଼ାଣ ଭରିବା କ୍ଷଣି ପାଇଲଟ ତୁରନ୍ତ ମେ’ ଡେ କଲ୍‌ ବା ଜରୁରିକାଳୀନ କଲ ଜରିଆରେ ଏୟାର ଟ୍ରାଫିକ କଣ୍ଟ୍ରୋଲ ସହ ଯୋଗାଯୋଗ କରିବାକୁ ଚେଷ୍ଟା କରିଥିଲେ।

Advertisment

ବିମାନକୁ ବଡ଼ ବିପଦ ଥିବା ପାଇଲଟ ଅନୁଭବ କରି ସହାୟତା ମାଗିଥିଲେ। ଏୟାର ଟ୍ରାଫିକ କଣ୍ଟ୍ରୋଲ ପକ୍ଷରୁ ଏହାର ଜବାବ ପାଇଲଟଙ୍କ ପାଖରେ ପହଞ୍ଚି ପାରି ନଥିଲା। ପାଲଟ ମେ’ଡେ କଲ କରିବା ପରେ ନୀରବି ଯାଇଥିଲେ। ସହାୟତା କରାଯିବା ପୂର୍ବରୁ ବିମାନ ସହ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଥିଲା। ଏହାପରେ ବିମାନଟି ଏୟାପୋର୍ଟ ବାହାରେ ଖସି ପଡ଼ିବା ସହ ଏଥିରେ ନିଆଁ ଲାଗି ଯାଇଥିଲା। ପୂରା ଅଞ୍ଚଳ ଧୂଆଁ ମୟ ହୋଇଥିବା ବେଳେ ଗୋଟିଏ ବିଲଡିଂ ମଧ୍ୟ କ୍ଷତିଗ୍ରସ୍ତ ହୋଇଛି। ଉଡ଼ାଣର ୫ ମିନିଟ ପରେ ବିମାନ କ୍ରାଶ ହୋଇଥିଲା। ଏହା ୬୨୫ ଫୁଟ ଉପରେ ରହିଥିଲା ବୋଲି ଡିଜିସିଏ ସ୍ପଷ୍ଟ କରିଛି।

ବିମାନଟିର ଉଡ଼ାଣ କ୍ୟାପ୍ଟେନ ସୁମିତ ସଭରୱାଲ କରୁଥିଲେ। ତାଙ୍କ ପାଖରେ ୮୨୦୦ ଘଣ୍ଟା ବିମାନ ଉଡ଼ାଣର ଅଭିଜ୍ଞତା ରହିଥିଲା। ସେହିପରି ପ୍ରଥମ ଅଫିସର କ୍ଲାଇଭ କୁନ୍ଦର ୧୧୦୦ ଘଣ୍ଟା ବିମାନ ଉଡ଼ାଣ କରିବାର ଅଭିଜ୍ଞତା ରଖିଥିଲେ। ସାମ୍ନାକୁ ଆସିଥିବା ୧୭ ସେକେଣ୍ଡ ଭିଡିଓରେ ଦେଖାଯାଉଛି ଯେ ବିମାନଟି ଗୋଟିଏ ଆବାସିକ ଅଞ୍ଚଳରେ କ୍ରାଶ ହେଉଛି। ବିମାନଟି କ୍ରାଶ ହେବା ପରେ ଭୟଙ୍କର ବିସ୍ଫୋରଣ ହେବା ସହ ଏହା ନିଆଁ ପିଣ୍ଡୁଳାରେ ପରିଣତ ହୋଇଯାଇଥିଲା।

Air India Gujarat Plane Crash