Advertisment

ଆକ୍ସନ ମୁଡରେ ଏୟାର ଇଣ୍ଡିଆ; ଛୁଟିରେ ଥିବା ୨୫ କର୍ମଚାରୀଙ୍କୁ ବିଦା କଲା

ଆକ୍ସନ ମୁଡକୁ ଚାଲି ଆସିଛି ଏୟାର ଇଣ୍ଡିଆ। ପ୍ରାୟ ୩ଶହ କର୍ମଚାରୀ ଛୁଟିରେ ଚାଲିଯିବା ହେତୁ ଘୋର ଅସୁବିଧାର ସମ୍ମୁଖୀନ ହେଉଥିବା ଏୟାର ଇଣ୍ଡିଆ କର୍ତ୍ତୃପକ୍ଷ ନେଇଛନ୍ତି କଠୋର ପଦକ୍ଷେପ ।

Air India

Air India

Advertisment

ଆକ୍ସନ ମୁଡକୁ ଚାଲି ଆସିଛି ଏୟାର ଇଣ୍ଡିଆ। ପ୍ରାୟ ୩ଶହ କର୍ମଚାରୀ ଛୁଟିରେ ଚାଲିଯିବା ହେତୁ ଘୋର ଅସୁବିଧାର ସମ୍ମୁଖୀନ ହେଉଥିବା ଏୟାର ଇଣ୍ଡିଆ କର୍ତ୍ତୃପକ୍ଷ ନେଇଛନ୍ତି କଠୋର ପଦକ୍ଷେପ । ଛୁଟିରେ ଯାଇଥିବା ୩ଶହ କର୍ମଚାରୀଙ୍କ ମଧ୍ୟରୁ ୨୫ ଜଣଙ୍କୁ ବାହାର ରାସ୍ତା ଦେଖାଇଛି ଏୟାର ଇଣ୍ଡିଆ।

Advertisment

ଏଥିସହ ଏହି ବିବାଦର ସମାଧାନ ପାଇଁ ତୁରନ୍ତ AIE ଅନ୍ୟ କ୍ରିଉ ମେମ୍ବରଙ୍କ ସହ ଜରୁରୀ ବୈଠକ ଡାକିଛି। । ଯାତ୍ରୀ ଓ କମ୍ପାନୀ ଭୋଗୁଥିବା ଅସୁବିଧାର ସମାଧାନ ପାଇଁ ଏହି ଜରୁରୀ ବୈଠକ ଡକା ଯାଇଥିବା ଜଣାଯାଇଛି। ଏଥିସହ ଘଟଣା ସମ୍ପର୍କରେ ତୁରନ୍ତ ରିପୋର୍ଟ ଦେବାକୁ ବେସାମରିକ ଚଳାଚଳ ମନ୍ତ୍ରାଳୟ ପକ୍ଷରୁ ଏୟାର ଇଣ୍ଡିଆକୁ ନିର୍ଦ୍ଦେଶ ଦିଆଯାଇଛି।।

ଅସୁସ୍ଥତା ଦର୍ଶାଇ ଏକ ସଙ୍ଗେ ଏୟାର ଇଣ୍ଡିଆର ୩ଶହ କର୍ମଚାରୀ ସମୂହ ଛୁଟିରେ ଗତ ମଙ୍ଗଳବାର ରାତିରୁ ଚାଲି ଯାଇଛନ୍ତି। ଫଳରେ ଏୟାର ଇଣ୍ଡିଆ ୭୦ରୁ ଅଧିକ ଘରୋଇ ଓ ଅନ୍ତର୍ଜାତୀୟ ଉଡ଼ାଣକୁ ଗତକାଲି ବାତିଲ୍ କରି ଦିଆଯାଇଥିବା ବେଳେ  ଆଜି ବି ସମାନ ଅବସ୍ଥା ରହିଛି। ଏଥିଯୋଗୁ ଯାତ୍ରୀମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି।  ବାତିଲ ହୋଇଥିବା ଫ୍ଲାଇଟ୍ସ ମଧ୍ୟରେ ଚେନ୍ନାଇରୁ କୋଲକତା, ଚେନ୍ନାଇରୁ ସିଙ୍ଗାପୁର ଆଦି ଫ୍ଲାଇଟ୍‌ ସାମିଲ ଅଛି।

Advertisment

  ହଠାତ୍‌ ୩ଶହ କର୍ମଚାରୀ ଅସୁସ୍ଥତା ଦର୍ଶାଇ ମଙ୍ଗଳବାର ରାତିରେ ଛୁଟି ପାଇଁ ଆବେଦନ କରିଥିଲେ। ଏହାପରେ ସମସ୍ତଙ୍କ ମୋବାଇଲ ସୁଇଚ ଅଫ୍‌ ହୋଇ ଯାଇଛି। ଫଳରେ ବୁଧବାର ବିମାନ ଚଳାଚଳ ନିମନ୍ତେ କର୍ତ୍ତୃପକ୍ଷଙ୍କୁ ଘୋର ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିଲା। ଚାକିରିରେ ଲାଗିଥିବା ନୂଆ ସର୍ତ୍ତକୁ ବିରୋଧ କରି କର୍ମଚାରୀମାନେ ଏପରି ସମୂହ ଛୁଟିରେ ଚାଲି ଯାଇଥିବା ଜଣାଯାଇଛି।

ଗତ ମାସରେ ଏୟାର ଇଣ୍ଡିଆ ଏକ୍ସପ୍ରେସ୍‌ କ୍ୟାବିନ କ୍ରୁ୍ୟ ମେମ୍ବରଙ୍କ ଏକ ଟିମ୍‌ ଅଭିଯୋଗ କରିଥିଲେ କି ମ୍ୟାନେଜମେଣ୍ଟ ଠିକ୍‌ ଭାବେ କାମ କରୁନି। କର୍ମଚାରୀଙ୍କ ସହ ସମାନ ବ୍ୟବହାର ପ୍ରଦର୍ଶନ କରାଯାଉନି। ପରିଚାଳନାଗତ ତ୍ରୁଟି ହେତୁ କ୍ର୍ୟୁ ମେମ୍ବର ଶକ୍ତ ମାନସିକ ଆଘାତ ପାଉଥିବାରୁ ଏପରି ଚରମ ପଦକ୍ଷେପ ନେଇଥିବା ଆଲୋଚନା ହେଉଛି।

Air India
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe