Advertisment

ମଝି ଆକାଶରେ ବିମାନ, ଦେଖାଗଲା ସାଂଘାତିକ ତ୍ରୁଟି: ଘୋଷଣା ହେଲା ଏମର୍ଜେନ୍ସି

ଯେକୌଣସି ମୁହୂର୍ତ୍ତରେ ଏହା ତ୍ରିଚି ଏୟାରପୋର୍ଟରେ ଏମର୍ଜେନ୍ସିଂ ଲ୍ୟାଣ୍ଡିଂ କରିପାରେ। ବିମାନ ବନ୍ଦରରେ ଜରୁରୀ ସ୍ଥିତିର ମୁକାବିଲା ପାଇଁ ୨୦ଟି ଆମ୍ବୁଲାନ୍ସ ଓ ଅଗ୍ନିଶମ ଗାଡ଼ି ଏୟାରପୋର୍ଟରେ ରହିଛନ୍ତି।

air India

air India

Advertisment

ମଝି ଆକାଶରେ ଏୟାର ଇଣ୍ଡିଆ ଏକ୍ସପ୍ରେସର ଗୋଟିଏ ଯାତ୍ରିବାହୀ ବିମାନ ସାଂଘାତିକ ତ୍ରୁଟିର ସମ୍ମୁଖୀନ ହୋଇଛି। ଏଥିଯୋଗୁ ମଝି ଆକାଶରେ ସୃଷ୍ଟି ହୋଇଛି ଆତଙ୍କ। ଏୟାର ଇଣ୍ଡିଆ ବିମାନରେ ହାଇଡ୍ରୋଲିକ୍ ତ୍ରୁଟି ଦେଖାଯାଇଛି।

Advertisment

ତାମିଲନାଡ଼ୁର ତ୍ରିଚିରୁ ବିମାନଟି ୟୁଏଇର ଶାରଜା ଅଭିମୁଖେ ଯାଉଥିଲା। ତେବେ ମଝି ଆକାଶରେ ଏୟାରଇଣ୍ଡିଆ ବିମାନରେ ତ୍ରୁଟି ଦେଖାଯିବାରୁ ଏମର୍ଜେନ୍ସି ଘୋଷଣା କରାଯାଇଛି।

ଯେକୌଣସି ମୁହୂର୍ତ୍ତରେ ଏହା ତ୍ରିଚି ଏୟାରପୋର୍ଟରେ ଏମର୍ଜେନ୍ସିଂ ଲ୍ୟାଣ୍ଡିଂ କରିପାରେ। ବିମାନ ବନ୍ଦରରେ ଜରୁରୀ ସ୍ଥିତିର ମୁକାବିଲା ପାଇଁ ୨୦ଟି ଆମ୍ବୁଲାନ୍ସ ଓ ଅଗ୍ନିଶମ ଗାଡ଼ି ଏୟାରପୋର୍ଟରେ ରହିଛନ୍ତି।

Advertisment

ମିଳିଥିବା ସୂଚନା ଅନୁସାରେ, ବିମାନର ହାଇଡ୍ରୋଲିକ ତ୍ରୁଟି ଦେଖାଯାଇଛି। ତ୍ରୁଟି ଯୋଗୁ ଏହା ତ୍ରିଚି ଏୟାରସ୍ପେଶରେ ଚକର ମାରୁଛି। ଆସନ୍ତା ୪୫ ମିନିଟ ମଧ୍ୟରେ ବିମାନଟି ରନ ୱେରେ ଜରୁରୀ ଅବତରଣ କରିପାରେ।

ବିମାନରେ ମୋଟଟ ୧୪୦ ଜଣ ଯାତ୍ରୀ ରହିଛନ୍ତି। ସନ୍ଧ୍ୟା ୫.୪୩ରେ ବିମାନଟି ଶାରଜା ଅଭିମୁଖେ ଉଡ଼ାଣ ଆରମ୍ଭ କରିଥିଲା। କିନ୍ତୁ ଉଡ଼ାଣର କିଛି ମିନିଟ ମଧ୍ୟରେ ଏହା ଯାନ୍ତ୍ରିକ ତ୍ରୁଟିର ସମ୍ମୁଖୀନ ହୋଇଛି। ଏ ସମ୍ପର୍କରେ ବିମାନର ପାଲଟ ଏୟାର ଷ୍ଟେସନକୁ ସୂଚନା ଦେଇଛନ୍ତି।

ଲ୍ୟାଣ୍ଡିଂ ଗିୟର, ବ୍ରେକ ଓ ଫ୍ଲାପ୍ସ ଆଦି ହାଇଡ୍ରୋଲିକ ତ୍ରୁଟି ଯୋଗୁ କାମ କରିବା ବନ୍ଦ କରିଦେଇଥାଏ। ଏହାର ଅର୍ଥ ବିମାନଟି ପେଟ ଦ୍ୱାରା ଲ୍ୟାଣ୍ଡ କରିବାର ସମ୍ଭାବନା ରହିଛି। ଏପରି ସ୍ଥିତି ଯୋଗୁ ନିଆଁ ଲାଗିବା ଆଶଙ୍କାକୁ ମଧ୍ୟ ଏଡ଼ାଇ ଦିଆଯାଇ ନ ପାରେ। 

Tamilnadu Air India Flight
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe