Advertisment

ଟଳିଲା ବିପଦ,୨ ଘଣ୍ଟା ଚକର ମାରିବା ପରେ ଲ୍ୟାଣ୍ଡ କଲା ବିମାନ

ବିମାନଟି ମଝି ଆକାଶରେ ଥିବା ବେଳେ ଘଟିଥିଲା ଅଘଟଣ। ବିମାନର ହାଇଡ୍ରୋଲିକ ତ୍ରୁଟି ହୋଇଥିବା ପାଇଲଟ ଜାଣିବାକୁ ପାଇଥିଲେ।

author-image
Hemant Lenka
Land

Land

ଟଳିଛି ବଡ଼ ବିପଦ। ସୁରକ୍ଷିତ ଭାବେ ଏୟାର ପୋର୍ଟରେ ଅବତରଣ କରିଛି ଏୟାର ଇଣ୍ଡିଆ ଏକ୍ସପ୍ରେସ। ହାଇଡ୍ରୋଲିକ ତ୍ରୁଟି ଯୋଗୁ ଦୀର୍ଘ ୨ ଘଣ୍ଟା କଳା ୧୪୦ଙ୍କୁ ଧରି ମଝି ଆକାଶରେ ବିମାନଟି ଚକର ମାରିଥିଲା। ଏହାପରେ ସନ୍ଧ୍ୟା ୮.୧୪ରେ ପାଇଲଟ ବେଶ ଚମତ୍କାର ଢଙ୍ଗରେ ବିମାନକୁ ସୁରକ୍ଷିତ ଭାବେ ଲ୍ୟାଣ୍ଡ କରାଇବାରେ ସକ୍ଷମ ହୋଇଛନ୍ତି।

Advertisment

ପୂର୍ବରୁ ହାଇଡ୍ରୋଲିକ ତ୍ରୁଟି ଯୋଗୁ ଲ୍ୟାଣ୍ଡିଂ ଗିୟରରେ ସମସ୍ୟା ଦେଖାଯିବାର ଆଶଙ୍କା ଥିଲା। କିନ୍ତୁ ସୌଭାଗ୍ୟ ବଶତଃ ବିମାନଟି ଲ୍ୟାଣ୍ଡିଂ କରିବା ବେଳେ ଗିୟର ମାକ କରିଥିଲା। ଏଥିଯୋଗୁ ପାଇଲଟ ସୁରକ୍ଷିତ ଭାବେ ବିମାନକୁ ଜରୁରୀ ଅବତରଣ କରାଇବାରେ ସକ୍ଷମ ହୋଇଛନ୍ତି। ବିମାନରେ ଥିବା ସମସ୍ତ ୧୪୦ ଜଣ ଯାତ୍ରୀ ସୁରକ୍ଷିତ ରହିଛନ୍ତି ଓ ସେମାନେ କରତାଳି ଦେଇ ପାଇଲଟଙ୍କୁ ସାଧୁବାଦ ଜଣାଇଛନ୍ତି।

ଆଜି ସନ୍ଧ୍ୟା ୫.୪୩ରେ ଏୟାର ଇଣ୍ଡିଆ ଏକ୍ସପ୍ରେସର AXB 613 ବିମାନ ତାମିଲନାଡୁର ତ୍ରିଚି ଏୟାରପୋର୍ଟରୁ ଶାରଜା ଅଭିମୁଖେ ଉଡ଼ାଣ ଭରିଥିଲା। ବିମାନରେ ୧୪୦ ଜଣ ଯାତ୍ରୀ ଥିଲେ। ବିମାନଟି ମଝି ଆକାଶରେ ଥିବା ବେଳେ ଘଟିଥିଲା ଅଘଟଣ।

Advertisment

ବିମାନର ହାଇଡ୍ରୋଲିକ ତ୍ରୁଟି ହୋଇଥିବା ପାଇଲଟ ଜାଣିବାକୁ ପାଇଥିଲେ। ଲ୍ୟାଣ୍ଡିଂ ଗିୟର, ବ୍ରେକ ଓ ଫ୍ଲାପ୍ସ ଆଦି ହାଇଡ୍ରୋଲିକ ତ୍ରୁଟି ଯୋଗୁ କାମ କରିବା ବନ୍ଦ କରିଦେଇଥାଏ। ଏନେଇ ସେ ତୁରନ୍ତ ତ୍ରିଚି ଏୟାର ଷ୍ଟେସନକୁ ଖବର ଦେଇଥିଲେ।

ନିୟମ ଅନୁସାରେ, ପାଇଲଟ ଜରୁରୀ ଅବତରଣ ପାଇଁ ଅନୁମତି ମାଗିଥିଲେ। କିନ୍ତୁ ଏମର୍ଜେନ୍ସି ଲ୍ୟାଣ୍ଡିଂ ପୂର୍ବରୁ ବିମାନରେ ଥିବା ତେଲକୁ ପାଇଲଟ ଖାଲି କରିବାକୁ ଚାହିଁଥିଲେ। ଲ୍ୟାଣ୍ଡିଂ ଗିୟର କାମ କରୁ ନଥିବାରୁ ସେ ବେଲି ଲ୍ୟାଣ୍ଡିଂ ବା ବିମାନର ପେଟ ଜରିଆରେ ଲ୍ୟାଣ୍ଡ କରିବାକୁ ନିଷ୍ପତ୍ତି ନେଇଥିଲେ। ଏହାପୂର୍ବରୁ ସେ ବିମାନରୁ ତେଲ ଖାଲି କରିବା ପାଇଁ ପ୍ରାୟ ୨ ଘଣ୍ଟା କାଳ ତ୍ରିଚି ଆକାଶରେ ଲୋକଙ୍କୁ ଧରି ଚକର ମାରିଥିଲେ।

ଏସବୁ ଭିତରେ ଏୟାରପୋର୍ଟରେ ଜରୁରୀ ସ୍ଥିତିର ମୁକାବିଲା ପାଇଁ ୨୦ଟି ଆମ୍ବୁଲାନ୍ସ ଓ ଏକାଧିକ ଅଗ୍ନିଶମ ଗାଡ଼ି ପହଞ୍ଚି ଯାଇଥିଲା। ବରିଷ୍ଠ ଅଧିକାରୀଙ୍କ ଠାରୁ ସୁରକ୍ଷାର୍କୀ ତ୍ରିଚିପାଲ୍ଲୀ ଏୟାରପୋର୍ଟକୁ କର୍ଡନ କରିଥିଲେ। ସମସ୍ତେ ‌ଆଶା ଓ ଆଶଙ୍କା ମଧ୍ୟରେ ରହିଥିଲେ। କିନ୍ତୁ ପାଇଲଟ ନିଜ ଉପସ୍ଥିତ ବୁଦ୍ଧି ଖଟାଇ ଠିକ ସନ୍ଧ୍ୟା ୮.୧୪ରେ ବିମାନର ଲ୍ୟାଣ୍ଡିଂ ପ୍ରକ୍ରିୟା ଆରମ୍ଭ କରିଥିଲେ।

ହାଇଡ୍ରୋଲିକ ତ୍ରୁଟି ସତ୍ତ୍ୱେ ଲ୍ୟାଣ୍ଡ ବେଳେ ଗିୟର କାମ କରିଥିଲା। ବ୍ରେକ ମଧ୍ୟ ସ୍ୱାଭାବିକ ଭାବେ କାର୍ଯ୍ୟ କରିଥିଲା। ତେଣୁ ସେ ବିମାନକୁ ସ୍ୱାଭାବିକ ଢଙ୍ଗରେ ନିରାପଦ ଅବତରଣ କରାଇବାରେ ସକ୍ଷମ ହୋଇଛନ୍ତି। ଏବେ ତ୍ରୁଟିକୁ ଯାଞ୍ଚ କରାଯିବା ସହ ଯାତ୍ରୀମାନଙ୍କୁ ସୁରକ୍ଷିତ ଭାବେ ବିମାନରୁ ବାହାର କରାଯାଇଛି।

ସୁରକ୍ଷିତ ଲ୍ୟାଣ୍ଡିଂ ପାଇଁ ବିମାନର ପାଇଲଟ ଓ କ୍ରୁ ସଦସ୍ୟଙ୍କୁ ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନ ଶୁଭେଚ୍ଛା ଓ ଧନ୍ୟବାଦ ଜଣାଇଛନ୍ତି।

Air India Air India Flight