Advertisment

ବରଖାସ୍ତ ନିଷ୍ପତ୍ତି ପ୍ରତ୍ୟାହାର କଲା ଏୟାର ଇଣ୍ଡିଆ ଏକ୍ସପ୍ରେସ

ମୁଖ୍ୟ ଶ୍ରମ କମିଶନରଙ୍କ ପରାମର୍ଶକ୍ରମେ କମ୍ପାନୀ କର୍ତ୍ତୃପକ୍ଷ ବିକ୍ଷୋଭକାରୀଙ୍କୁ ଆଜି ଦିନ ୨ଟାରେ ଭେଟିଥିଲେ। ଏହାପରେ ତତ୍କାଳ ଭାବେ ବରଖାସ୍ତ ନିଷ୍ପତ୍ତିକୁ ପ୍ରତ୍ୟାହାର କରାଯାଇଛି।

author-image
Hemant Lenka
Air India

Air India

ଛୁଟିରେ ଥିବା କ୍ୟାବିନ କ୍ରୁମାନଙ୍କୁ ବରଖାସ୍ତ କରିବା ନିଷ୍ପତ୍ତିକୁ ପ୍ରତ୍ୟାହାର କରି ନେଇଛି ଏୟାର ଇଣ୍ଡିଆ ଏକ୍ସପ୍ରେସ। କମ୍ପାନୀର ପ୍ରାୟ ୩ଶହ କର୍ମଚାରୀ ଏକାଠି ଛୁଟିରେ ଚାଲିଯିବା ହେତୁ ଘୋର ସମସ୍ୟା ସୃଷ୍ଟି ହୋଇଥିଲା। ଛୁଟିରେ ଯାଇଥିବା ୩ଶହ କର୍ମଚାରୀଙ୍କ ମଧ୍ୟରୁ ୩୦ ଜଣଙ୍କୁ ଏୟାର ଇଣ୍ଡିଆ ଏକ୍ସପ୍ରେସ ବରଖାସ୍ତ କରିଥିଲା।

Advertisment

ହେଲେ ଏହାକୁ ବିରୋଧ କରି କ୍ୟାବିନ କ୍ରୁ ସଦସ୍ୟମାନେ ବିକ୍ଷୋଭ ଆରମ୍ଭ କରିଥିଲେ। ଏହାପରେ ମୁଖ୍ୟ ଶ୍ରମ କମିଶନରଙ୍କ ପରାମର୍ଶକ୍ରମେ କମ୍ପାନୀ କର୍ତ୍ତୃପକ୍ଷ ବିକ୍ଷୋଭକାରୀଙ୍କୁ ଆଜି ଦିନ ୨ଟାରେ ଭେଟିଥିଲେ। ଏହାପରେ ତତ୍କାଳ ଭାବେ ବରଖାସ୍ତ ନିଷ୍ପତ୍ତିକୁ ପ୍ରତ୍ୟାହାର କରାଯାଇଛି।

ବିନା ନୋଟିସରେ କର୍ମଚାରୀମାନେ ଦେହ ଖରାପ ଛୁଟି ନେଇ ଯାଇଥିବାରୁ କମ୍ପାନୀ ବାଧ୍ୟ ହୋଇ ମଙ୍ଗଳବାର ପ୍ରାୟ ୧୦୦ଟି ବିମାନର ଉଡ଼ାଣ ବାତିଲ କରିଥିଲା। କମ୍ପାନୀ ବ୍ୟାପକ କ୍ଷତି ସହିବାରୁ ବିନା ନୋଟିସରେ ଛୁଟିରେ ଥିବା ୩୦ ଜଣ କର୍ମଚାରୀଙ୍କୁ ବରଖାସ୍ତ କରିଥିଲା।

Advertisment

ଏଥିସହ ଛୁଟିରେ ଥିବା ବାକି କର୍ମଚାରୀଙ୍କୁ ଦିନ ୪ଟା ସୁଦ୍ଧା କାମରେ ଯୋଗ ଦେବାକୁ ସମୟ ଦେଇଥିଲା। ଯଦି କେହି ଛୁଟିରେ ରହିବେ, ତା’ହେଲେ ସେମାନଙ୍କୁ ମଧ୍ୟ ବରଖାସ୍ତ କରାଯିବ ବୋଲି ମ୍ୟାନେଜମେଣ୍ଟ ଚେତାବନୀ ଦେଇଥିଲା। 

ସନ୍ଧ୍ୟାରେ ବରଖାସ୍ତ ନିଷ୍ପତ୍ତି ପ୍ରତ୍ୟାହାର ହୋଇଥିଲେ ହେଁ ଆଜି କମ୍ପାନୀ ୮୫ଟି ବିମାନର ଉଡ଼ାଣ ବାତିଲ କରିଛି। 

Delhi Air India Air India Flight