Advertisment

ବିମାନରେ ପରିସ୍ରା ଘଟଣା: ଏୟାର ଇଣ୍ଡିଆକୁ ପୁଣି ୧୦ ଲକ୍ଷ ଫାଇନ୍‌

କାର୍ଯ୍ୟରେ ଅବହେଳା ପାଇଁ ଏୟାର ଇଣ୍ଡିଆ ଉପରେ ୧୦ ଲକ୍ଷ ଟଙ୍କାର ଜୋରିମାନା ଲାଗୁ କରାଯାଇଛି।

author-image
Hemant Lenka
Air India

Air India

ପୁଣିଥରେ ବିମାନ ସେବା ପ୍ରଦାନକାରୀ ସଂସ୍ଥା ଏୟାର ଇଣ୍ଡିଆ ଉପରେ ଜୋରିମାନା ଲଗାଇଛି ଡିଜିସିଏ। ଗତ ମାସରେ ଜଣେ ଯାତ୍ରୀ ବିମାନରେ ଯାତ୍ରା କରିବା ବେଳେ ମହିଳା ସହଯାତ୍ରୀଙ୍କ କମ୍ବଳରେ ପରିସ୍ରା କରି ଦେଇଥିଲେ। ପ୍ୟାରିସରୁ ଦିଲ୍ଲୀ ଆସୁଥିବା ବିମାନରେ ଏପରି ଘଟଣା ଘଟିଥିଲେ ମଧ୍ୟ ଏୟାର ଇଣ୍ଡିଆ ପକ୍ଷରୁ ଡିଜିସିଏ ପାଖରେ ଏନେଇ କୌଣସି ପ୍ରକାରର ତଥ୍ୟ ଉପସ୍ଥାପନ କରାଯାଇ ନଥିଲା।

Advertisment

ଏଥିସହ ଡିସେମ୍ବର ୬ରେ ଘଟଣା ଘଟିଥିବା ବେଳେ ଏୟାର ଇଣ୍ଡିଆ ତା’ର ଆଭ୍ୟନ୍ତରୀଣ କମିଟିକୁ ମଧ୍ୟ ବହୁ ବିଳମ୍ବରେ ରିପୋର୍ଟ କରିଥିଲା। ତେଣୁ କାର୍ଯ୍ୟରେ ଅବହେଳା ପାଇଁ ଏୟାର ଇଣ୍ଡିଆ ଉପରେ ୧୦ ଲକ୍ଷ ଟଙ୍କାର ଜୋରିମାନା ଲାଗୁ କରାଯାଇଛି।

ଏହାପୂର୍ବରୁ ନଭେମ୍ବର ୨୬ ବିମାନରେ ପରିସ୍ରା ଘଟଣା ପାଇଁ ଏୟାର ଇଣ୍ଡିଆ ଉପରେ ୩୦ ଲକ୍ଷ ଟଙ୍କାର ଜୋରିମାନା ଲାଗୁ କରାଯାଇଥିଲା। ନଭେମ୍ବର ୨୬ରେ ନ୍ୟୁୟର୍କରୁ ଦିଲ୍ଲୀ ଆସୁଥିବା ଶଙ୍କର ମିଶ୍ରା ନାମକ ଜଣେ ବ୍ୟକ୍ତି ମଦ ନିଶାରେ ବିମାନରେ ଯାତ୍ରା କରୁଥିବା ଜଣେ ବୃଦ୍ଧାଙ୍କ ଉପରେ ପରିସ୍ରା କରି ଦେଇଥିଲେ। ଏହାକୁ ପ୍ରାୟ ମାସକ ପରେ ହଇଚଇ ସୃଷ୍ଟି ହୋଇଥିଲା।

Advertisment

ଏହି ଘଟଣାରେ ଶଙ୍କର ମିଶ୍ରା ଗିରଫ ମଧ୍ୟ ହୋଇଛନ୍ତି। ଡିଜିସିଏ ଉକ୍ତ ଘଟଣାର ତଦନ୍ତ କରୁଥିବା ବେଳେ ଡିସେମ୍ବର ୬ରେ ମଧ୍ୟ ଏୟାର ଇଣ୍ଡିଆର ପ୍ୟାରିସ ଫେରନ୍ତା ବିମାନରେ ସମାନ ଘଟଣା ଘଟିଥିବା ଜଣାପଡ଼ିଥିଲା।

ଡିସେମ୍ବର ୬ରେ ଘଟଣା ଘଟିଥିବା ବେଳେ ଏୟାର ଇଣ୍ଡିଆ ଜାନୁଆରୀ ୫ରେ ଡିଜିସିଏକୁ ଏ ବିଷୟରେ ଜଣାଇଥିଲା। ବିଳମ୍ବରେ ଜଣାଇବାରୁ ଏୟାର ଇଣ୍ଡିଆକୁ ଆର୍ଥିକ ଜୋରିମାନାରେ ଦଣ୍ଡିତ କରାଯାଇଛି।

Air India