Advertisment

ଏୟାର ଇଣ୍ଡିଆକୁ ଡିଜିସିଏ ଛାଟ, ୧ କୋଟି ୧୦ ଲକ୍ଷ ଫାଇନ୍‌

ଏୟାର ଇଣ୍ଡିଆର ଜଣେ କର୍ମଚାରୀଙ୍କ ଅଭିଯୋଗ ପରେ ଏହି ପଦକ୍ଷେପ ନିଆଯାଇଛି।

author-image
Madhupriya Mistry
Air India

Air India

ନିୟମ ଉଲ୍ଲଙ୍ଘନ କରିବା ଏୟାର ଇଣ୍ଡିଆ ଏୟାରଲାଇନ୍ସକୁ ପଡ଼ିଲା ମହଙ୍ଗା। ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ (ଡିଜିସିଏ) ପକ୍ଷରୁ ଏୟାର ଇଣ୍ଡିଆକୁ ପଡିଛି ଛାଟ । ମୋଟା ଅଙ୍କର କରାଯାଇଛି ଫାଇନ୍‌। ସୁରକ୍ଷା ନିୟମ ଉଲ୍ଲଂଘନ କରିଥିବା ଅଭିଯୋଗରେ ଡିଜିସିଏ ଏୟାର ଇଣ୍ଡିଆ ଉପରେ ୧ କୋଟି ୧୦ ଲକ୍ଷ ଟଙ୍କା ଜରିମାନା କରିଛି। ଏୟାର ଇଣ୍ଡିଆର ଜଣେ କର୍ମଚାରୀଙ୍କ ଅଭିଯୋଗ ପରେ ଏହି ପଦକ୍ଷେପ ନିଆଯାଇଛି।

Advertisment

କର୍ମଚାରୀ ଜଣକ ଅଭିଯୋଗ କରିଛନ୍ତି ଯେ ଏୟାର ଇଣ୍ଡିଆ ଦ୍ୱାରା ପରିଚାଳିତ କେତେକ ଗୁରୁତ୍ୱପୂର୍ଣ୍ଣ ଦୂରଗାମୀ ରୁଟରେ ବିମାନ ଉଡ଼ାଣରେ ସୁରକ୍ଷା ନିୟମ ଉଲ୍ଲଂଘନ କରାଯାଇଛି। ଅଭିଯୋଗ ମିଳିବା ପରେ ତଦନ୍ତ କରାଯାଇଥିଲା। ଯାଞ୍ଚ ପରେ ମାମଲାଟି ସତ୍ୟ ବୋଲି ଜଣାପଡିଥିବା ଡିଜିସିଏ କହିଛି। ତେଣୁ ଏୟାର ଇଣ୍ଡିଆ ଲିମିଟେଡର ଉତ୍ତରଦାୟୀ ମ୍ୟାନେଜରଙ୍କୁ ଏକ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଥିଲା।

କାରଣ ଦର୍ଶାଅ ନୋଟିସର ଉତ୍ତର ମିଳିବା ପରେ ବିଧି ବ୍ୟବସ୍ଥା ଅନୁଯାୟୀ ଧାର୍ଯ୍ୟ କରାଯାଇଥିବା ସର୍ତ୍ତରେ ପରୀକ୍ଷା କରାଯାଇଥିଲା। ଏହାପରେ ବିମାନର କାର୍ଯ୍ୟ ସୁରକ୍ଷା ନିୟମ ବିରୁଦ୍ଧ ଥିବା ଜଣାପଡିଥିଲା। ତେଣୁ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରାଯାଇଛି। ଏୟାର ଇଣ୍ଡିଆ ଉପରେ ୧ କୋଟି ୧୦ ଲକ୍ଷ ଟଙ୍କା ଜରିମାନା କରାଯାଇଥିବା ଡିଜିସିଏ କହିଛି।

Advertisment

ନିକଟରେ ଡିଜିସିଏ ଇଣ୍ଡିଗୋ ଏୟାରଲାଇନ୍ସକୁ ମଧ୍ୟ ୧ କୋଟି ୧୦ ଲକ୍ଷ ଟଙ୍କାର ଜରିମାନା କରିଥିଲା। ମୁମ୍ବାଇ ବିମାନବନ୍ଦରର ରନ୍‌ଓ୍ୱେରେ ଯାତ୍ରୀମାନେ ବସି ଖାଉଥିବା ନଜର ଆସିଥିଲେ। ଏହି ଭିଡିଓ ଭାଇରାଲ ହେବା ପରେ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ଏହାକୁ ବିରୋଧ କରିଥିଲେ। ଯେ କୌଣସି ପରିସ୍ଥିତିରେ ଏହାକୁ ବରଦାସ୍ତ କରାଯିବ ନାହିଁ ବୋଲି କହିଥିଲେ।

Air India DGCA