Advertisment

ଏୟାର ଇଣ୍ଡିଆ ଉପରେ ଲାଗିଲା ୩୦ ଲକ୍ଷ ଟଙ୍କାର ଫାଇନ୍‌

ହ୍ୱିଲ ଚେୟାର ଅଭାବରରୁ ୮୦ ବର୍ଷୀୟ ଯାତ୍ରୀଙ୍କୁ ଏୟାର ଇଣ୍ଡିଆ ବିମାନରୁ ଟର୍ମିନାଲ ବିଲଡିଂ ଯାଏ ଚାଲି ଚାଲି ଆସିବାକୁ ବାଧ୍ୟ କରିଥିଲା।

air India

air India

Advertisment

ଏୟାର ଇଣ୍ଡିଆ ଉପରେ ଲାଗିଛି ୩୦ ଲକ୍ଷ ଟଙ୍କାର ଫାଇନ। ଜଣେ ୮୦ ବର୍ଷୀୟ ଯାତ୍ରୀଙ୍କ ମୃତ୍ୟୁ ଘଟଣାରେ ଡିଜିସିଏ ବିମାନ ସେବା ପ୍ରଦାନକାରୀ ସଂସ୍ଥା ଏୟାର ଇଣ୍ଡିଆ ଉପରେ ଫାଇନ ଲଗାଇଛି।

Advertisment

ହ୍ୱିଲ ଚେୟାର ଅଭାବରରୁ ୮୦ ବର୍ଷୀୟ ଯାତ୍ରୀଙ୍କୁ ଏୟାର ଇଣ୍ଡିଆ ବିମାନରୁ ଟର୍ମିନାଲ ବିଲଡିଂ ଯାଏ ଚାଲି ଚାଲି ଆସିବାକୁ ବାଧ୍ୟ କରିଥିଲା। ଏଥିଯୋଗୁ ଉକ୍ତ ଯାତ୍ରୀଙ୍କ ଜୀବନ ଚାଲି ଯାଇଥିବା ଅଭିଯୋଗ ହୋଇଥିଲା।

ଏହି କାରଣ ପାଇଁ ଏୟାର ଇଣ୍ଡିଆକୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଥିଲା। ନିୟମ ଉଲ୍ଲଙ୍ଘନ କରିଥିବାରୁ କାହିଁକି ସଂସ୍ଥା ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ନ ଯିବ ବୋଲି ଡିଜିସିଏ ପ୍ରଶ୍ନ କରିଥିଲା। ଫେବୃଆରୀ ୨୦ରେ ସଂସ୍ଥା ପକ୍ଷରୁ ଜବାବ ଦାଖଲ କରାଯାଇଥିଲା।

Advertisment

ଏୟାର ଲାଇନ କହିଥିଲା ଯେ ବୃଦ୍ଧ ଜଣଙ୍କ ତାଙ୍କ ପତ୍ନୀଙ୍କ ସହ ଚାଲି ଚାଲି ଯିବାକୁ ପସନ୍ଦ କରିଥିଲେ। ତାଙ୍କ ପତ୍ନୀ ମଧ୍ୟ ହ୍ୱିଲ ଚେୟାରରେ ରହିଥିଲେ। ତାଙ୍କୁ ଆଉ ଗୋଟିଏ ହ୍ୱିଲ ଚେୟାର ଆସିବା ଯାଏ ଅପେକ୍ଷା କରିବାକୁ କୁହାଯାଇଥିଲେ ହେଁ ସେ କିଛି ବି ଶୁଣି ନଥିଲେ।

କାହିଁକି ପୂର୍ବରୁ ବୃଦ୍ଧ ଯାତ୍ରୀଙ୍କ ପାଇଁ ହ୍ୱିଲ ଚେୟାରର ବ୍ୟବସ୍ଥା କରାଯାଇ ନଥିଲା ବୋଲି ପ୍ରଶ୍ନର ସନ୍ତୋଷଜନକ ଉତ୍ତର କିନ୍ତୁ ଏୟାର ଇଣ୍ଡିଆ ଦେଇ ପାରି ନାହିଁ।ତ୍ରୁଟି କରିଥିବା କର୍ମଚାରୀଙ୍କ ବିରୋଧରେ କ’ଣ କାର୍ଯ୍ୟାନୁଷ୍ଠାନ ନିଆଯାଇଛି ଓ ଭବିଷ୍ୟତରେ ଏଭଳି ଘଟଣାକୁ ରୋକିବା ପାଇଁ କ’ଣ ସବୁ ପଦକ୍ଷେପ ନିଆଯାଇଛି, ସେବିଷୟରେ ଏୟାର ଇଣ୍ଡିଆ କିଛି ବି କହି ନାହିଁ।

ତେଣୁ ସଂସ୍ଥା ଉପରେ ଡିଜିସିଏ ପକ୍ଷରୁ ୩୦ ଲକ୍ଷ ଟଙ୍କାର ଫାଇନ ଲାଗୁ କରାଯାଇଛି। ସେହିପରି ସବୁ ବିମାନ ସେବା ପ୍ରଦାନକାରୀ ସଂସ୍ଥାଗୁଡ଼ିକୁ ଯାତ୍ରୀଙ୍କ ପାଇଁ ଆବଶ୍ୟକ ହ୍ୱିଲ ଚେୟାର ବ୍ୟବସ୍ଥା କରିବାକୁ ମଧ୍ୟ ଡିଜିସିଏ କହିଛି।

ଫେବୃଆରୀ ୧୨ରେ ଜଣେ ୮୦ ବର୍ଷୀୟ ବ୍ୟକ୍ତି ଓ ତାଙ୍କ ପତ୍ନୀ ଏୟାର ଇଣ୍ଡିଆ ବିମାନରେ ନ୍ୟୁୟର୍କରୁ ମୁମ୍ବାଇ ଆସିଥିଲେ। ଉଭୟ ପୂର୍ବରୁ ହିଁ ହ୍ୱିଲ ଚେୟାର ବୁକ କରିଥିଲେ। କିନ୍ତୁ ହ୍ୱିଲ ଚେୟାରର ଅଭାବ ଯୋଗୁ ଦମ୍ପତିଙ୍କୁ କମ୍ପାନୀ ଗୋଟିଏ ହ୍ୱିଲ ଚେୟାର ଦେଇଥିଲା।

ବୃଦ୍ଧଙ୍କୁ ଆଉ ଗୋଟିଏ ହ୍ୱିଲ ଚେୟାର ଆସିବା ଯାଏ ଅପେକ୍ଷା କରିବାକୁ କୁହାଯାଇଥିଲା। ହେଲେ ସେ ପତ୍ନୀଙ୍କୁ ହ୍ୱିଲ ଚେୟାରରେ ବସାଇ ଚାଲିବାକୁ ଲାଗିଥିଲେ। ସେ ରନ ୱେୟରୁ ଚାଲିଚାଲି ଟର୍ମିନାଲରେ ପହଞ୍ଚିବା ପରେ ହଠାତ୍‌ ଅଚେତ ହୋଇ ତଳେ ପଡ଼ି ଯାଇଥିଲେ।

ଏୟାରପୋର୍ଟର ଇମିଗ୍ରେସନ କାଉଣ୍ଟର ନିକଟରେ ତାଙ୍କର ମୃତ୍ୟୁ ହୋଇଥିଲା। ଫେବୃଆରୀ ୨୦ରେ ଏନଏଚଆରସି ନିଜ ଆଡ଼ୁ ଘଟଣାକୁ ବିଚାର ପାଇଁ ନେଇଥିଲେ। ଏନଏଚଆରସି ପକ୍ଷରୁ ଡିଜିସିଏକୁ ନୋଟିସ କରାଯାଇ ୪ ସପ୍ତାହ ମଧ୍ୟରେ ଜବାବ ରଖିବାକୁ କୁହାଯାଇଥିଲା।

Air India Air India Flight
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe