Advertisment

ଏୟାର ଇଣ୍ଡିଆକୁ DGCA ଛାଟ, ଗଣିବ ୮୦ ଲକ୍ଷ ଟଙ୍କାର ଫାଇନ

ବିମାନ ସେବା ସମୟ ସୀମିତ କରିବା ଅଭିଯୋଗରେ ଏହି ଜରିମାନା ଲାଗୁ କରାଯାଇଛି।

author-image
Madhupriya Mistry
ଅଦ୍ୟତନ ହୋଇଛି
undefined

Air India

ବିମାନ କମ୍ପାନୀ ଏୟାର ଇଣ୍ଡିଆକୁ ଝଟ୍‌କା। ଗଣିବ ୮୦ ଲକ୍ଷ ଟଙ୍କାର ଫାଇନ୍‌। ବିମାନ ଚଳାଳଚ ସମୟ ନିୟମାବଳୀ ଉଲ୍ଲଙ୍ଘନ କରିଥିବା ଅଭିଯୋଗରେ ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ ତଥା ଡିଜିସିଏ ଏୟାର ଇଣ୍ଡିଆ ଉପରେ ଏହି ଫାଇନ୍‌ ଲାଗାଇଛି।

Advertisment

ରିପୋର୍ଟ ଅନୁଯାୟୀ ଟାଟା ଗ୍ରୁପ୍ ନିୟନ୍ତ୍ରିତ ଏୟାର ଇଣ୍ଡିଆ ଉପରେ ୮୦ ଲକ୍ଷ ଟଙ୍କା ଜରିମାନା କରାଯାଇଛି। ବିମାନ ସେବା ସମୟ ସୀମିତ କରିବା ଅଭିଯୋଗରେ ଏହି ଜରିମାନା ଲାଗୁ କରାଯାଇଛି। ଏଥିସହ ଏହି ଏୟାରଲାଇନ୍ସ କର୍ମଚାରୀଙ୍କ ପାଇଁ ବିଶ୍ରାମ ତଥା ଥକ୍କା ପରିଚାଳନା ବ୍ୟବସ୍ଥା ସହ ଜଡିତ ମାନକକୁ ଅଣଦେଖା କରିଥିବା ଅଭିଯୋଗ ହୋଇଛି। ଡିଜିସିଏ ଜାନୁଆରୀରେ ଏୟାର ଇଣ୍ଡିଆର ଏକ ଅନ-ସାଇଟ୍ ଅଡିଟ୍ କରିଥିଲା। ଏହି ଅଡିଟ୍‌ରୁ ମିଳିଥିବା ପ୍ରମାଣ ଆଧାରରେ ଏହି ନିଷ୍ପତ୍ତି ନିଆଯାଇଛି।

ଡିଜିସିଏର କହିବା ମୁତାବକ, ରିପୋର୍ଟ ଓ ପ୍ରମାଣର ବିଶ୍ଲେଷଣରୁ ଜଣାପଡିଛି ଯେ ଏୟାର ଇଣ୍ଡିଆ ଲିମିଟେଡ୍‌ ୬୦ ବର୍ଷରୁ ଅଧିକ ବୟସର ଦୁଇ ଜଣ ଫ୍ଲାଇଟ କ୍ରୁ ସଦସ୍ୟଙ୍କ ସହ ବିମାନ ଉଡାଣ ଭରିଥିଲା। ବିମାନ ଉଡାଣ ପୂର୍ବରୁ ଓ ପରେ ଏମାନଙ୍କୁ ପର୍ଯ୍ୟାପ୍ତ ବିଶ୍ରାମ କରିବାକୁ ମଧ୍ୟ ଦିଆଯାଇନଥିଲା। ଯାହାକି ବିମାନ ଉଡ଼ାଣ ନିୟମ, ୧୯୩୭ ର ନିୟମ ୨୮ର ସବ ନିୟମ (୨) କୁ ଉଲ୍ଲଂଘନ କରିଛି।

Advertisment

ମାର୍ଚ୍ଚ ୧ ତାରିଖରେ ଡିଜିସିଏ ଏୟାର ଇଣ୍ଡିଆକୁ ଏନେଇ କାରଣ ଦର୍ଶାଅ ନୋଟିସ ଜାରି କରିଥିଲା। ତେବେ ଏହି ନୋଟିସ ଆଧାରରେ ଏୟାରଲାଇନ୍‌ ଯେଉଁ ଉତ୍ତର ଦେଇଥିଲା ତାହା ସନ୍ତୋଷଜନକ ନଥିଲା।

ଅନ୍ୟପଟେ ପାଇଲଟଙ୍କ ପାଇଁ ସଂଶୋଧିତ ଫ୍ଲାଇଙ୍ଗ ସର୍ଭିସ ଆଦର୍ଶ କାର୍ଯ୍ୟକାରୀ କରିବା ପାଇଁ ଡିଜିସିଏ ଜୁନ୍ ସମୟସୀମା ବୃଦ୍ଧି ନ କରିବାକୁ ନିଷ୍ପତ୍ତି ନେଇଛି। ବିମାନ ନିୟାମକ ଏପ୍ରିଲ ୧୫ ସୁଦ୍ଧା ସଂଶୋଧିତ ଯୋଜନା ଦାଖଲ କରିବାକୁ ଏୟାରଲାଇନ୍ସକୁ କହିଛି। ଫେଡେରେସନ୍ ଅଫ୍ ଇଣ୍ଡିଆନ୍ ଏୟାରଲାଇନ୍ସ (ଏଫଆଇଏ) ଡିଜିସିଏଙ୍କୁ ଅତି କମରେ ଦୁଇଥର ଚିଠି ଲେଖିଥିଲା। ଏଥିରେ, ଜାନୁଆରୀ ୮ରେ ଦିଆଯାଇଥିବା ସଂଶୋଧିତ ବିମାନ ସେବା ସମୟ ସୀମା ନିୟମକୁ କାର୍ଯ୍ୟକାରୀ କରିବାକୁ ଅଧିକ ସମୟ ମଗାଯାଇଥିଲା। ତେବେ ଏହାକୁ ଏବେ ଡିଜିସିଏ ଖାରଜ କରିଦେଇଛନ୍ତି। ଜୁନ୍ ୧ରୁ କାର୍ଯ୍ୟକାରୀ ହେବାକୁ ଥିବା ନୂତନ ନିୟମ ଅନୁଯାୟୀ ପାଇଲଟମାନଙ୍କୁ ବିଶ୍ରାମ ପାଇଁ ପର୍ଯ୍ୟାପ୍ତ ସମୟ ଦିଆଯାଇଛି, ଯାହା ଦ୍ୱାରା ସେମାନଙ୍କର ଥକ୍କା ଦୂର ହୋଇପାରିବ।

Air India DGCA Air India Flight