Advertisment

ଦିଲ୍ଲୀରୁ ସାନ ଫ୍ରାନ୍ସିସକୋ ଯାଉଥିଲା ବିମାନ, ରୁଷରେ କଲା ଜରୁରୀ ଅବତରଣ

ବିମାନଟି ମଝି ଆକାଶରେ ଥିବା ବେଳେ ଏପରି ଘଟଣା ଘଟିଥିଲା। ପାଇଲଟ ତୁରନ୍ତ କଣ୍ଟ୍ରୋଲ ରୁମ ସହ ଯୋଗାଯୋଗ କରିଥିଲେ। ନିକଟରେ ରୁଷର ବିମାନ ବନ୍ଦର ଥିବାରୁ ସେଠାରେ ଅବତରଣ ପାଇଁ ଅନୁମତି ଲୋଡ଼ା ଯାଇଥିଲା।

Air India

Air India

Advertisment

ମଝି ଆକାଶରେ ଥିବା ବେଳେ ଏୟାର ଇଣ୍ଡିଆର ଗୋଟିଏ ବିମାନ ବୈଷୟିକ ତ୍ରୁଟିର ସମ୍ମୁଖୀନ ହୋଇଛି। ତେବେ ପାଇଲଟଙ୍କ ଉପସ୍ଥିତି ବୁଦ୍ଧି ଯୋଗୁ ବିମାନରେ ଥିବା ସମସ୍ତ ଯାତ୍ରୀ ସୁରକ୍ଷିତ ରହିଛନ୍ତି। ବିମାନଟି ରୁଷରେ ଜରୁରୀ ଅବତରଣ କରିବାରୁ ବଡ଼ ଅଘଟଣରୁ ସମସ୍ତେ ବର୍ତ୍ତି ଯାଇଛନ୍ତି। 

Advertisment

ଏୟାର ଇଣ୍ଡିଆର ଏହି ବିମାନଟି ଦିଲ୍ଲୀରୁ ଆମେରିକାର ସାନ ଫ୍ରାନ୍ସିସକୋ ଯାଉଥିଲା। ଏଥିରେ ୨୧୬ ଜଣ ଯାତ୍ରୀ ଓ ୧୬ ଜଣ କ୍ରୁ ସଦସ୍ୟ ଥିଲେ। ଉଡ଼ାଣ ଭରିବାର ବେଶ କିଛି ଘଣ୍ଟା ପରେ ହଠାତ୍‌ ଏହାର ଇଞ୍ଜିନିୟରେ ବୈଷୟିକ ତ୍ରୁଟି ଦେଖାଯାଇଥିଲା।

ବିମାନଟି ମଝି ଆକାଶରେ ଥିବା ବେଳେ ଏପରି ଘଟଣା ଘଟିଥିଲା। ପାଇଲଟ ତୁରନ୍ତ କଣ୍ଟ୍ରୋଲ ରୁମ ସହ ଯୋଗାଯୋଗ କରିଥିଲେ। ନିକଟରେ ରୁଷର ବିମାନ ବନ୍ଦର ଥିବାରୁ ସେଠାରେ ଅବତରଣ ପାଇଁ ଅନୁମତି ଲୋଡ଼ା ଯାଇଥିଲା। ଶେଷରେ ବିମାନଟି ବେଶ ସୁରକ୍ଷିତ ଭାବେ ରୁଷର ମାଗାଦାନ ଏୟାରପୋର୍ଟରେ ଜରୁରୀ ଅବତରଣ କରିଥିଲା। 

Advertisment

ଅବତରଣ ପରେ ବିମାନର ଯାଞ୍ଚ କରାଯାଇଥିଲା। ଏଥିସହ ଗାଇଡଲାଇନ ଅନୁସାରେ ସବୁ ପ୍ରକାରର ବାଧ୍ୟତାମୂଳକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା ବୋଲି ଏୟାର ଇଣ୍ଡିଆ ପକ୍ଷରୁ ସୂଚନା ଦିଆଯାଇଛି। କମ୍ପାନୀ କହିଛି ଯେ ରୁଷ ଏୟାରପୋର୍ଟରେ ବିମାନ ପହଞ୍ଚିବା ପରେ ଯାତ୍ରୀମାନଙ୍କୁ ସବୁ ପ୍ରକାରର ସହାୟତା ଯୋଗାଇ ଦିଆଯାଇଥିଲା।

ସେହିପରି ସେମାନଙ୍କୁ ନିଜର ଗନ୍ତବ୍ୟ ସ୍ଥଳକୁ ପଠାଇବା ପାଇଁ ବିକଳ୍ପ ବ୍ୟବସ୍ଥା ମଧ୍ୟ କରାଯାଇଥିଲା। ଏବେ ସମସ୍ତେ ନିଜ ନିଜ ଗନ୍ତବ୍ୟ ସ୍ଥଳରେ ପହଞ୍ଚି ସାରିଛନ୍ତି। ଦିଲ୍ଲୀରୁ ଆଜି ଭୋର ୪.୨୩ରେ ବିମାନଟି ଉଡ଼ାଣ ଭରିଥିବା ବେଳେ ଅପରାହ୍ନ ସମୟରେ ବୈଷୟିକ ତ୍ରୁଟିର ସମ୍ମୁଖୀନ ହୋଇଥିଲା।

USA Russia Air India
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe