ବିମାନରେ ଅଛି ବୋମା। ଏୟାର ଇଣ୍ଡିଆର ଏକ ବିମାନକୁ ଏଭଳି କିଛି ଧମକ ମିଳିଛି। ଫଳରେ ଯାତ୍ରୀଙ୍କ ମଧ୍ୟ ଆତଙ୍କ ଖେଳି ଯାଇଛି। ମମ୍ବାଇରୁ ଥିରୁବନ୍ତପୁରମ୍ରେ ପହଞ୍ଚିଥିବା ଏୟାର ଇଣ୍ଡିଆର ବିମାନ AI 657ରେ ବୋମା ଥିବା ଧମକ ମିଳିବା ପରେ ପୂରା ବିମାନ ବନ୍ଦରରେ ଏମରଜେନ୍ସି ଘୋଷଣା କରାଯାଇଛି।
ଏହାପରେ ଏୟାର ଇଣ୍ଡିଆ ବିମାନ AI 657କୁ ବିମାନ ବନ୍ଦରରେ ନିରାପଦରେ ଅବତରଣ କରାଯାଇଥିଲା। ଏହି ବିମାନଟିକୁ ବର୍ତ୍ତମାନ ଆଇସୋଲେସନରେ ରଖାଯାଇଛି। କ୍ରୁ ସଦସ୍ୟଙ୍କ ସମେତ ବିମାନରେ ମୋଟ ୧୩୫ ଯାତ୍ରୀ ଥିଲେ। ସମସ୍ତଙ୍କୁ ସୁରକ୍ଷିତ ଭାବେ ବାହାରକୁ ଅଣାଯାଇଛି।ତେବେ ବୋମା ଖବର ହେତୁ ବିମାନବନ୍ଦରରେ ବିଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହୋଇଛି।
Also Read
ବିମାନ ବନ୍ଦର ଅଧିକାରୀମାନେ ସମ୍ପୂର୍ଣ୍ଣ ବିମାନର ଯାଞ୍ଚ ଜାରି ରଖିଛନ୍ତି। ବୋମା ବିମାନ ଭିତରେ ଅଛି କି ନାହିଁ ତାହା ଅନୁସନ୍ଧାନ କରାଯାଉଛି। ସୂତ୍ର ଅନୁସାରେ ଥିରୁବନ୍ତପୁରମ ବିମାନ ବନ୍ଦରରେ ବିମାନଟି ପହଞ୍ଚିବା ପରେ ପାଇଲଟଙ୍କୁ ଆଜି ସକାଳ ୮ଟାରେ ଏହି ଧମକ ମିଳିଥିଲା। ତେବେ ଏହି ଧମକ କିଏ କାହିଁକି ଓ କିଭଳି ଦେଇଥିଲେ ସେ ନେଇ କିଛି ସୂଚନା ମିଳିନାହିଁ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
National
ଏଣିକି ରୁଷ ଯିବାକୁ ଲାଗିବନି ଭିସା ! ଭାରତୀୟଙ୍କୁ ମିଳିପାରେ ଭିସା-ଫ୍ରି ଟ୍ରାଭେଲ୍ ସୁଯୋଗ
ଏଣିକି ରୁଷ ଯିବାକୁ ଲାଗିବନି ଭିସା । ଖୁବଶୀଘ୍ର ବିନା ଭିସାରେ ଯାଇ ହେବ ରୁଷିଆ।
National
ପରକିୟା ପ୍ରୀତିର ଭୟଙ୍କର ରୂପ; ପତ୍ନୀଙ୍କ ପ୍ରେମିକକୁ ପିଟି ପିଟି ମାରିଦେଲେ
ପରକିୟା ପ୍ରୀତିରେ ମାତିଥିଲେ ପତ୍ନୀ। ସ୍ୱାମୀଙ୍କ ପିଠି ପଛପଟେ ପ୍ରେମିକ ସହ ଚଳାଇଥିଲେ ରାସଲୀଳା। ମାତ୍ର ସ୍ୱାମୀଙ୍କ ହାବୁଡ଼ରେ ପଡ଼ିବା ପରେ ଘଟିଲା ଭୟଙ୍କର କାଣ୍ଡ।
National
ଆଜି ଆସିବ 'ୱାନ୍ ନେସନ୍ ୱାନ୍ ଇଲେକ୍ସନ୍' ବିଲ୍
ଆଜି ସଂସଦକୁ ଆସିବ ୱାନ୍ ନେସନ୍ ୱାନ୍ ଇଲେକ୍ସନ୍ ବିଲ୍। ଲୋକସଭାରେ ଆଗତ ହୋଇପାରେ ଏକକ ନିର୍ବାଚନ ବିଧେୟକ। ପ୍ରାୟ ମଧ୍ୟାହ୍ନ ବେଳକୁ ଏହା ଉପସ୍ଥାପିତ ହେବ ବୋଲି ସୂଚନା ମିଳିଛି।
National
କାଲି ଆସିବ ‘ଗୋଟିଏ ଦେଶ ଗୋଟିଏ ନିର୍ବାଚନ’ ବିଲ: ହ୍ୱିପ ଜାରି କଲା ବିଜେପି
ଆସନ୍ତାକାଲି ଲୋକସଭାରେ ଗୋଟିଏ ଦେଶ ଗୋଟିଏ ନିର୍ବାଚନ ବିଲ ଆଗତ କରିବା ପରେ ଆଇନମନ୍ତ୍ରୀ ମେଘୱାଲ ଏହା ଉପରେ ଅଧିକ ଆଲୋଚନା କରିବା ପାଇଁ ଏହାକୁ ଯୁଗ୍ମ ସଂସଦୀୟ କମିଟି ବା ଜେପିସି ପାଖକୁ ପଠାଇବାକୁ ଅନୁରୋଧ କରିବେ।
National
କଥା ଦେଲେ ଦିସାନାୟକେ: କହିଲେ- ଭାରତ ବିରୋଧରେ ବ୍ୟବହାର ହେବନି ଶ୍ରୀଲଙ୍କାର ମାଟି
ଶ୍ରୀଲଙ୍କା ଉପରେ ଚାଇନାର ଦବଦବା ବଢ଼ୁଥିଲେ ହେଁ ଭାରତ ବିରୋଧରେ ସିଂହଳ ଦେଶର ଇଞ୍ଚିଏ ମାଟିକୁ କେହି ବ୍ୟବହାର କରିପାରିବେ ନାହିଁ। ଭାରତର ସୁରକ୍ଷା ପ୍ରତି ବିପଦ ସୃଷ୍ଟି କରୁଥିବା କୌଣସି ତତ୍ତ୍ୱକୁ ଶ୍ରୀଲଙ୍କାର ମାଟି କେବେ ହେଲେ ବ୍ୟବହାର କରିବାକୁ ଦିଆଯିବ ବୋଲି ଦିସାନାୟକେ କହିଛନ୍ତି।