Advertisment

ବିମାନରେ ବୋମା ଆତଙ୍କ, ଯାତ୍ରୀ ଛାନିଆ

କ୍ରୁ ସଦସ୍ୟଙ୍କ ସମେତ ବିମାନରେ ମୋଟ ୧୩୫ ଯାତ୍ରୀ ଥିଲେ।

ଅଦ୍ୟତନ ହୋଇଛି
Air India

Air India

Advertisment

ବିମାନରେ ଅଛି ବୋମା। ଏୟାର ଇଣ୍ଡିଆର ଏକ ବିମାନକୁ ଏଭଳି କିଛି ଧମକ ମିଳିଛି। ଫଳରେ ଯାତ୍ରୀଙ୍କ ମଧ୍ୟ ଆତଙ୍କ ଖେଳି ଯାଇଛି। ମମ୍ବାଇରୁ ଥିରୁବନ୍ତପୁରମ୍‌ରେ ପହଞ୍ଚିଥିବା ଏୟାର ଇଣ୍ଡିଆର ବିମାନ AI 657ରେ ବୋମା ଥିବା ଧମକ ମିଳିବା ପରେ ପୂରା ବିମାନ ବନ୍ଦରରେ ଏମରଜେନ୍ସି ଘୋଷଣା କରାଯାଇଛି।

Advertisment

ଏହାପରେ ଏୟାର ଇଣ୍ଡିଆ ବିମାନ AI 657କୁ ବିମାନ ବନ୍ଦରରେ ନିରାପଦରେ ଅବତରଣ କରାଯାଇଥିଲା। ଏହି ବିମାନଟିକୁ ବର୍ତ୍ତମାନ ଆଇସୋଲେସନରେ ରଖାଯାଇଛି। କ୍ରୁ ସଦସ୍ୟଙ୍କ ସମେତ ବିମାନରେ ମୋଟ ୧୩୫ ଯାତ୍ରୀ ଥିଲେ। ସମସ୍ତଙ୍କୁ ସୁରକ୍ଷିତ ଭାବେ ବାହାରକୁ ଅଣାଯାଇଛି।ତେବେ ବୋମା ଖବର ହେତୁ ବିମାନବନ୍ଦରରେ ବିଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହୋଇଛି।

ବିମାନ ବନ୍ଦର ଅଧିକାରୀମାନେ ସମ୍ପୂର୍ଣ୍ଣ ବିମାନର ଯାଞ୍ଚ ଜାରି ରଖିଛନ୍ତି। ବୋମା ବିମାନ ଭିତରେ ଅଛି କି ନାହିଁ ତାହା ଅନୁସନ୍ଧାନ କରାଯାଉଛି। ସୂତ୍ର ଅନୁସାରେ ଥିରୁବନ୍ତପୁରମ ବିମାନ ବନ୍ଦରରେ ବିମାନଟି ପହଞ୍ଚିବା ପରେ ପାଇଲଟଙ୍କୁ ଆଜି ସକାଳ ୮ଟାରେ ଏହି ଧମକ ମିଳିଥିଲା। ତେବେ ଏହି ଧମକ କିଏ କାହିଁକି ଓ କିଭଳି ଦେଇଥିଲେ ସେ ନେଇ କିଛି ସୂଚନା ମିଳିନାହିଁ।

Advertisment
Bomb Threat Air India Flight
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe