ରୁଷରେ ଜରୁରୀ ଅବତରଣ କଲା ଏୟାର ଇଣ୍ଡିଆ ବିମାନ । ଦିଲ୍ଲୀରୁ ସାନ୍ ଫ୍ରାନସିସ୍କୋ ଯାଉଥିବା ବେଳେ ବିମାନରେ ଯାନ୍ତ୍ରିକ ତ୍ରୁଟି ଯୋଗୁ ରୁଷର କ୍ରାସ୍ନୋୟାର୍ସ୍କ ଅନ୍ତର୍ଜାତୀୟ ବିମାନବନ୍ଦରରେ ଓହ୍ଲାଇଥିଲା AI-183 ବିମାନ। ସମସ୍ତ ୨୨୫ ଜଣ ଯାତ୍ରୀ ଓ ୧୯ କ୍ରିଉ ମେମ୍ବର ସୁରକ୍ଷିତ ଅଛନ୍ତି। ସୁରକ୍ଷିତ ଅବତରଣ ନେଇ ସୋସିଆଲ୍ ମିଡିଆ Xରେ ସୂଚନା ଦେଇଛନ୍ତି ଏୟାର ଇଣ୍ଡିଆ କର୍ତ୍ତୃପକ୍ଷ।
ଏୟାର ଇଣ୍ଡିଆ କର୍ତ୍ତୃପକ୍ଷ ଲେଖିଛନ୍ତି, ପରବର୍ତ୍ତୀ କାର୍ଯ୍ୟପନ୍ଥା ଯାଏ ଯାତ୍ରୀଙ୍କୁ ଆବଶ୍ୟକ ସହାୟତା ସୁନିଶ୍ଚିତ କରିବା ପାଇଁ ବିଭିନ୍ନ କର୍ତ୍ତୃପକ୍ଷଙ୍କ ସହ ଯୋଗାଯୋଗ କରାଯାଉଛି। ବିମାନ ଯାତ୍ରୀ ଓ କର୍ମଚାରୀଙ୍କ ସୁରକ୍ଷା ଏବଂ କଲ୍ୟାଣ ସର୍ବୋଚ୍ଚ ପ୍ରାଥମିକତା । ସାନ୍ ଫ୍ରାନ୍ସିସ୍କୋକୁ ଯାତ୍ରୀଙ୍କୁ ନେବା ପାଇଁ ବ୍ୟବସ୍ଥା କରାଯାଉଥିବା କହିଛି ଏୟାରଇଣ୍ଡିଆ।
Also Read
ଗତକାଲି ବିମାନ ଦିଲ୍ଲୀରୁ ଉଡ଼ାଣ ଭରିଥିଲା। ହଠାତ୍ କାର୍ଗୋ ହୋଲ୍ଡ ଅଞ୍ଚଳରେ କକପିଟ୍ କ୍ରିଉ ସମ୍ଭାବ୍ୟ ସମସ୍ୟା ଚିହ୍ନଟ କରିବା ପରେ ବିମାନଟି ରୁଷରେ ସତର୍କତାମୂଳକ ଅବତରଣ କରିଥିଲା।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Politics
‘ଆମ୍ବେଦକର ବିବାଦ’ରେ ସ୍ପଷ୍ଟୀକରଣ ରଖିଲେ ଅମିତ ଶାହ, କହିଲେ- ଇସ୍ତଫା ଦେବିନି
ବିରୋଧୀଙ୍କ ସ୍ୱର ଶାଣିତ ହେଉଥିବା ବେଳେ ଆଜି ସାମ୍ବାଦିକ ସମ୍ମିଳନୀ କରି ପୂରା ବିବାଦ ଉପରେ ସ୍ପଷ୍ଟୀକରଣ ରଖିଛନ୍ତି ଅମିତ ଶାହ। ଏହି ସମୟରେ ସେ କଂଗ୍ରେସକୁ ସମାଲୋଚନା କରିବାକୁ ଆଦୌ ପଛାଇ ନାହାନ୍ତି।
National
ସମୁଦ୍ରରେ ଯାତ୍ରୀବାହୀ ଡଙ୍ଗାକୁ ପିଟିଲା ସ୍ପିଡ୍ ବୋଟ୍
ବର୍ତ୍ତମାନ ସୁଦ୍ଧା ଏଥିରେ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଉଦ୍ଧାରକାରୀ ଦଳ ପାଣି ଭିତରକୁ ୬୬ ଜଣଙ୍କୁ ସୁରକ୍ଷିତ ଉଦ୍ଧାର କରିଛନ୍ତି।
National
୨୦୨୦ରୁ ଜେଲରେ ଥିବା ଉମର ଖାଲିଦଙ୍କୁ ୭ ଦିନ ପାଇଁ ମିଳିଲା ବେଲ୍
ଖାଲିଦ ପାରିବାରିକ ବିବାହ ପାଇଁ ୭ ଦିନର ଜାମିନ ପାଇଛନ୍ତି। ଡିସେମ୍ବର ୨୮ରୁ ଜାନୁଆରୀ ୩ ଯାଏ କୋର୍ଟ ତାଙ୍କୁ ଜାମିନ ଦେଇଛନ୍ତି।
Politics
ଅମିତ ଶାହଙ୍କ ବିରୋଧରେ ସ୍ୱାଧିକାର ନୋଟିସ ଦେଲେ ଟିଏମସି ସାଂସଦ
ଅମିତ ଶାହଙ୍କ ବୟାନ ଡ ବିଆର ଆମ୍ବେଦକର ଛାଡ଼ି ଯାଇଥିବା ଛାପକୁ ଅପମାନିତ କରିଛି। ଏପରି ବୟାନ ଗୃହର ମର୍ଯ୍ୟାଦାକୁ ମଧ୍ୟ କ୍ଷତି ପହଞ୍ଚାଇଛି। ଅମିତ ଶାହଙ୍କ ବୟାନ ସଂସଦର ଗାରିମାକୁ ଉଲ୍ଲଙ୍ଘନ କରିଥିବାରୁ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସେ ଦାବି କରିଛନ୍ତି।
Guest Column
ଏକ ରାଷ୍ଟ୍ର, ଏକ ନିର୍ବାଚନ- କେତେକ ଆଶଙ୍କା
ଏହି ବିଲ୍ ଯଦି ଆଇନରେ ପରିଣତ ହୁଏ ତେବେ ଏକ ନିର୍ଦ୍ଦିଷ୍ଟ ବର୍ଷ ଯେତେବେଳେ ଲୋକସଭା ନିର୍ବାଚନ ହେବ ସେହି ସମୟରେ ବିଧାନସଭାଗୁଡ଼ିକର ନିର୍ବାଚନ ପାଇଁ ବ୍ୟବସ୍ଥା ହେବ। ଯେଉଁ ବିଧାନସଭାର କାର୍ଯ୍ୟକାଳ ଶେଷ ହୋଇ ନଥିବ ସେମାନେ ଏହାର ପ୍ରତିବାଦ କରିବା ସ୍ୱାଭାବିକ।