Advertisment

ମହିଳା ବନ୍ଧୁଙ୍କୁ କକପିଟ୍‌ରେ ବସାଇଥିଲେ ଦୁଇ ପାଇଲଟ, ହେଲା ବଡ଼ କାର୍ଯ୍ୟାନୁଷ୍ଠାନ

ଦିଲ୍ଲୀରୁ ଲେହ ଯିବା ବେଳେ ଏପରି ଘଟଣା ଘଟିଥିଲା। ଏଥିପାଇଁ ଏୟାର ଦୁଇ ପାଇଲଟଙ୍କୁ ବିମାନ ଚଳାଇବା ଦାୟିତ୍ୱ ହଟାଇ ଦେଇଛି। ପାଇଲଟ ଓ କୋ-ପାଇଲଟଙ୍କ ବିରୋଧରେ ଏପରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।

Air India

Air India

Advertisment

ପୁଣିଥରେ ଦୁଇ ଜଣ ପାଇଲଟଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ଏୟାର ଇଣ୍ଡିଆ। ଏହି ଦୁଇ ପାଇଲଟ ବିମାନ ଚଳାଇବା ବେଳେ ନିଜର ମହିଳା ବନ୍ଧୁଙ୍କୁ ବେଆଇନ ଭାବେ କକପିଟ୍‌ରେ ପ୍ରବେଶ କରିବାକୁ ଅନୁମତି ଦେଇଥିଲେ।

Advertisment

ଦିଲ୍ଲୀରୁ ଲେହ ଯିବା ବେଳେ ଏପରି ଘଟଣା ଘଟିଥିଲା। ଏଥିପାଇଁ ଏୟାର ଦୁଇ ପାଇଲଟଙ୍କୁ ବିମାନ ଚଳାଇବା ଦାୟିତ୍ୱ ହଟାଇ ଦେଇଛି। ପାଇଲଟ ଓ କୋ-ପାଇଲଟଙ୍କ ବିରୋଧରେ ଏପରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।

ଦୁଇ ପାଇଲଟ ବେଆଇନ ଭାବେ ଜଣେ ମହିଳା ଯାତ୍ରୀଙ୍କୁ ଗତ ସପ୍ତାହରେ ଦିଲ୍ଲୀରୁ ଲେହ ଯାଉଥିବା ଏଆଇ-୪୪୫ ବିମାନର କକପିଟ୍‌ରେ ପ୍ରବେଶ କରିବାକୁ ଅନୁମତି ଦେଇଥିଲେ। ଏ ସମ୍ପର୍କରେ କ୍ୟାବିନ କ୍ରୁ ତୁରନ୍ତ ଏୟାର ଇଣ୍ଡିଆ ମ୍ୟାନେଜମେଣ୍ଟଙ୍କ ନିକଟରେ ଅଭିଯୋଗ କରିଥିଲେ। ଏହାପରେ କମ୍ପାନୀ ପକ୍ଷରୁ ଦୁଇ ପାଇଲଟଙ୍କୁ ଗ୍ରାଉଣ୍ଡେଡ ବା ବିମାନ ଚଳାଇବା ଦାୟିତ୍ୱରୁ ଅପସାରଣ କରାଯାଇଥିବା କମ୍ପାନୀ ପକ୍ଷରୁ କୁହାଯାଇଛି।

Advertisment

ଘଟଣା ଉପରେ ପ୍ରତିକ୍ରିୟା ରଖି ଡିଜିସିଏ କହିଛି, “ଡିଜିସିଏ ଏହି ଘଟଣା ସମ୍ପର୍କରେ ଜାଣିଛି ଓ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ପ୍ରଚଳିତ ନିୟମ ଅନୁସାରେ ଗ୍ରହଣ କରାଯାଇଛି। ଏୟାର ଇଣ୍ଡିଆ ଘଟଣାର ବିସ୍ତୃତ ତଦନ୍ତ ପାଇଁ ଗୋଟିଏ କମିଟି ଗଠନ କରିଛି।”

ଏହାପୂର୍ବରୁ ଏୟାର ଇଣ୍ଡିଆର ଜଣେ ପାଇଲଟ ସମାନ କାଣ୍ଡ ଘଟାଇଥିଲେ। ସେ ତାଙ୍କର ମହିଳା ବନ୍ଧୁଙ୍କୁ କକପିଟ୍‌ ମଧ୍ୟରେ ପ୍ରବେଶ ପାଇଁ ଅନୁମତି ଦେଇଥିଲେ। ଏଥିପାଇଁ ଡିଜିସିଏ ପାଇଲଟଙ୍କ ଲାଇସେନ୍ସକୁ ନିଲମ୍ବିତ କରିଥିଲା। ଏଥିସହ ଏୟାର ଇଣ୍ଡିଆ ଉପରେ ମଧ୍ୟ ୩୦ ଲକ୍ଷ ଟଙ୍କାର ଜୋରିମାନା ଲାଗୁ କରାଯାଇଥିଲା।

Air India DGCA
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe