Advertisment

ବିମାନରେ ପରିସ୍ରା ଘଟଣା: ନିଜ କ୍ରିୟୁ ମେମ୍ବରଙ୍କୁ ଅଧିକ କ୍ଷମତା ଦେଲା ଏୟାର ଇଣ୍ଡିଆ

ମଦ୍ୟପଙ୍କ ଯାତ୍ରୀଙ୍କ ବିଶୃଙ୍ଖଳିତ ଆଚରଣ ଉପରେ ରୋକ ଲଗାଇବାକୁ ନିଜ କ୍ରିୟୁ ମେମ୍ବରଙ୍କୁ ଅଧିକ କ୍ଷମତା ପ୍ରଦାନ କରିଛି ଏୟାର ଇଣ୍ଡିଆ।

author-image
Niharika Rout
Air India

Air India

ବିମାନ ମଧ୍ୟରେ ମଦ୍ୟପାନକୁ ନେଇ ଥିବା ନିଜ ପଲିସିରେ ପରିବର୍ତ୍ତନ ଅଣିଛି ଏୟାର ଇଣ୍ଡିଆ। ମଦ୍ୟପଙ୍କ ଯାତ୍ରୀଙ୍କ ବିଶୃଙ୍ଖଳିତ ଆଚରଣ ଉପରେ ରୋକ ଲଗାଇବାକୁ ନିଜ କ୍ରିୟୁ ମେମ୍ବରଙ୍କୁ ଅଧିକ କ୍ଷମତା ପ୍ରଦାନ କରିଛି ଏୟାର ଇଣ୍ଡିଆ। ଏପରିକି ଆବଶ୍ୟକ ସ୍ଥଳେ ଯାତ୍ରୀଙ୍କୁ ଅଧିକ ମଦ୍ୟପାନ ନିମନ୍ତେ ବାରଣ କରିବାକୁ ମଧ୍ୟ ନିଜ କ୍ରିୟୁ ମେମ୍ବରକୁ ପ୍ରଦାନ କରିଛି ଅଧିକାର। ବିମାନ ଉଡ଼ାଣ ବେଳେ ଏହାର କ୍ରିୟୁ ମେମ୍ବର କ’ଣ କରିପାରିବେ ଓ କ’ଣ ନୁହେଁ ତାହାର ଏକ ତାଲିକା ପ୍ରଦାନ କରିଛି ଏହି ବିମାନ ସେବା ପ୍ରଦାନକାରୀ ସଂସ୍ଥା।

Advertisment

ଗତ ମାସରେ ପ୍ୟାରିସରୁ ଦିଲ୍ଲୀ ଆସୁଥିବା ଏକ ଅନ୍ତର୍ଜାତୀୟ ଏୟାର ଇଣ୍ଡିଆ ବିମାନରେ ଜଣେ ଯାତ୍ରୀ ନିଜ ସହଯାତ୍ରୀଙ୍କ କମ୍ବଳରେ ପରିସ୍ରା କରିଦେବା ଘଟଣା ସମଗ୍ର ଦେଶରେ ଚହଲ ପକାଇଥିଲା। ଏହି ଘଟଣାରେ କାର୍ଯ୍ୟାନୁଷ୍ଠାନରେ ଅବହେଳା ପାଇଁ ଏୟାର ଇଣ୍ଡିଆ ଉପରେ ୧୦ ଲକ୍ଷ ଟଙ୍କା ଜରିମାନା ଲାଗୁ କରାଯାଇଛି। ଏହା ପୂର୍ବରୁ ନଭେମ୍ବର ୨୬ରେ ନ୍ୟୁୟର୍କରୁ ଦିଲ୍ଲୀ ଆସୁଥିବା ଶଙ୍କର ମିଶ୍ରା ନାମକ ଜଣେ ବ୍ୟକ୍ତି ମଦ ନିଶାରେ ବିମାନରେ ଯାତ୍ରା କରୁଥିବା ଜଣେ ବୃଦ୍ଧାଙ୍କ ଉପରେ ପରିସ୍ରା କରି ଦେଇଥିଲେ। ଉକ୍ତ ଘଟଣାରେ ଏୟାର ଇଣ୍ଡିଆ ଉପରେ ୩୦ ଲକ୍ଷ ଟଙ୍କାର ଜୋରିମାନା ଲାଗୁ କରାଯାଇଥିଲା। ପୁନର୍ବାର ଯେପରି ଏପରି ଘଟଣାର ପୁନରାବୃତ୍ତି ନ ହୁଏ ସେଥିନିମନ୍ତେ ନୂଆ ନିୟମ ପ୍ରଣୟନ କରିଛି ଏୟାର ଇଣ୍ଡିଆ।

ଜାନୁଆରୀ ୧୯ ତାରିଖରେ ପ୍ରଣୟନ ହୋଇଥିବା ଏହି ନୂଆ ନିୟମ ଅନୁଯାୟୀ, କ୍ରିୟୁ ମେମ୍ବର ହିଁ ବିମାନ ଯାତ୍ରୀଙ୍କୁ ମଦ ପରଷିବେ। ସେମାନେ ବାହାରୁ ନିଜ ସହ ମଦ ନେଇ ବିମାନରେ ପିଇ ପାରିବେ ନାହିଁ। ବିମାନ ମଧ୍ୟକୁ ପ୍ରବେଶ କରିଥିବା ଯାତ୍ରୀ ପୂର୍ବରୁ ମଦ୍ୟପାନ କରିଛନ୍ତି କି ନାହିଁ ତାହା ଉପରେ ଷ୍ଟାଫ୍‌ କଡ଼ା ନଜର ରଖିବେ।

Advertisment

ବିମାନ ମଧ୍ୟରେ କ୍ରିୟୁ ମେମ୍ବର ହିଁ ସେମାନଙ୍କୁ ସୁରକ୍ଷିତ ଉପାୟରେ ମଦ ପରଷିବେ। ଏପରିକି ଯାତ୍ରୀଜଣକ ଅତ୍ୟଧିକ ମଦ୍ୟପାନ କରିଥିବା କ୍ରିୟୁ ମେମ୍ବର ଅନୁଭବ କଲେ ତାଙ୍କୁ ପୁନର୍ବାର ମଦ ପରଷିବାକୁ ମନା କରି ଦେଇପାରିବେ । ହେଲେ ନିଜ ସୀମା ମଧ୍ୟରେ ରହି ଏସବୁ ନିୟମ ପାଳନ କରିବାକୁ ନିଜ ଷ୍ଟାଫ୍‌ଙ୍କୁ ଏୟାର ଇଣ୍ଡିଅ ସ୍ପଷ୍ଟ ନିର୍ଦ୍ଦେଶ ଦେଇଛି।

ଅର୍ଥାତ ଅତ୍ୟଧିକ ମଦ୍ୟପାଦ କରିଥିବା ଯାତ୍ରୀଙ୍କ ସହ କଡ଼ା ଭାଷାରେ କଥା ନ ହେବାକୁ କ୍ରିୟୁ ମେମ୍ବରଙ୍କୁ ନିର୍ଦ୍ଦେଶ ଦିଅଯାଇଛି। ଏପରିକି ଶାଳୀନତାର ସହ ଆଉ ମଦ ପରସା ଯିବ ନାହିଁ ବୋଲି ସେମାନଙ୍କୁ ବାରଣ କରିବା ଉଚିତ। ଏପରି ସମୟରେ ଉତ୍ତ୍ୟକ୍ତ ହୋଇ ଯାତ୍ରୀ ଉଚ୍ଚ ସ୍ୱରରେ କଥା ହେଲେ ମଧ୍ୟ କ୍ରିୟୁ ମେମ୍ବରଙ୍କୁ ସେମାନଙ୍କ ସହ ଭଦ୍ରୋଚିତ ଭାବେ କଥା ହେବାକୁ ନିର୍ଦ୍ଦେଶ ଦିଆଯାଇଛି।

ଏପରିକି ଅତ୍ୟଧିକ ମଦ୍ୟପାନ କରିଥିବା ଯାତ୍ରୀ ନିଜ ନିୟନ୍ତ୍ରଣରେ ରହି ନ ପାରିଲେ ତଥା ଅନ୍ୟମାନଙ୍କ ପାଇଁ ସମସ୍ୟା ଉପୁଜାଇଲେ ସେମାନଙ୍କୁ ବିମାନ ବାହାର ରାସ୍ତା ଦେଖାଇବାକୁ ବି ମିଳିଛି ଅନୁମତି ।

ଏହି ନୂଆ ପଲିସିକୁ ତର୍ଜମା କରାଯିବା ସହ ଆବଶ୍ୟକ ସ୍ଥଳରେ ଏଥିରେ ପରିବର୍ତ୍ତନ କରାଯିବ ବୋଲି ଏୟାର ଇଣ୍ଡିଆ ପ୍ରବକ୍ତା କହିଛନ୍ତି । ମଦ୍ୟପଙ୍କୁ ଚିହ୍ନଟ ସହ ସେମାନଙ୍କୁ ବ୍ୟବସ୍ଥିତ କରିବାକୁ NRAର ଟ୍ରାଫିକ୍ ଲାଇଟ୍ ସିଷ୍ଟମ୍ ବ୍ୟବହାର କରାଯିବା ଆବଶ୍ୟକ ବୋଲି ଏୟାର ଇଣ୍ଡିଆ ପକ୍ଷରୁ କୁହାଯାଇଛି। ଏହାବାଦ ଫ୍ଲାଇଟ ମଧ୍ୟରେ ଯାତ୍ରୀଙ୍କ ଆଚରଣକୁ ଅନୁଧ୍ୟାନ କରି ତାହାକୁ ଗ୍ରୀନ୍‌, ୟେଲୋ ଓ ରେଡ ଶ୍ରେଣୀରେ ବିଭକ୍ତ କରାଯିବ ବୋଲି ମଧ୍ୟ କହିଛି ଏହି ବିମାନ ସେବାକାରୀ ସଂସ୍ଥା। 

Air India