Air India
ମଝି ଆକାଶରେ ଗୋଟିଏ ବଡ଼ ବିପଦରୁ ଅଳ୍ପକେ ରକ୍ଷା ପାଇଯାଇଛନ୍ତି ଦୁଇଟି ଯାତ୍ରୀବାହୀ ବିମାନ। ଏୟାର ଇଣ୍ଡିଆ ଓ ନେପାଳ ଏୟାର ଲାଇନ୍ସର ଦୁଇଟି ବିମାନ ନିଶ୍ଚିତ ଦୁର୍ଘଟଣାରୁ ବର୍ତ୍ତି ଯାଇଛନ୍ତି। ଏହି ଘଟଣାରେ ନେପାଳ ବେସାମରିକ ବିମାନ ଚଳାଚଳ ବିଭାଗ(ସିଏଏଏନ) ଏୟାର ଟ୍ରାଫିକ କଣ୍ଟ୍ରୋଲର ବିଭାଗର ୩ ଜଣ କର୍ମଚାରୀଙ୍କୁ ନିଲମ୍ବିତ କରିଛି। ଏଥିସହ ଘଟଣାର ତଦନ୍ତ ମଧ୍ୟ ଆରମ୍ଭ କରିଛି।
ମିଳିଥିବା ସୂଚନା ଅନୁଯାୟର, ଶୁକ୍ରବାର ସକାଳେ ନେପାଳ ଏୟାର ଲାଇନ୍ସର ଗୋଟିଏ ଏୟାରବସ ଏ-୩୨୦ କ୍ୱାଲାଲମ୍ପପୁରରୁ କାଠମାଣ୍ଡୁ ଆସୁଥିଲା। ସେହିପରି ଏୟାର ଇଣ୍ଡିଆର ଗୋଟିଏ ବିମାନ ଦିଲ୍ଲୀରୁ କାଠମାଣ୍ଡୁ ଯାଉଥିଲା। ଏୟାର ଇଣ୍ଡିଆ ବିମାନ ୧୯୦୦୦ ଫୁଟ ଓ ନେପାଳ ଏୟାର ଲାଇନ୍ସର ବିମାନ ୧୫ ହଜାର ଫୁଟ ଉପରେ ଉଡ଼ୁଥିଲେ।
ଦୁଇଟି ଯାକ ବିମାନ ଗୋଟିଏ ସ୍ଥାନରେ ହିଁ ଉଡ଼ୁଥିଲେ। ରାଡାରରେ ଦେଖାଯାଇଥିଲା ଯେ ଦୁଇଟି ଯାକ ବିମାନ ପରସ୍ପର ସହ ଏକ ପ୍ରକାରର ଧକ୍କା ହେବା ସ୍ଥିତିକୁ ଚାଲି ଆସିଛନ୍ତି। ଏହାଦେଖି ନେପାଳ ଏୟାର ଲାଇନ୍ସ ବିମାନର ପାଇଲଟ ଗତିପଥ ବଦଳାଇବା ସହ ବିମାନଟିକୁ ୭ ହଜାର ଫୁଟ ତଳକୁ ନେଇ ଆସିଥିଲେ। ଫଳରେ ଏକ ବଡ଼ ବିପଦ ଟଳିଥିଲା। ଦୁଇଟି ଯାକ ବିମାନରେ ପ୍ରାୟ ୨୦୦ ଜଣ ଯାତ୍ରୀ ରହିଥିଲେ।
ଘଟଣାକୁ ସିଏଏଏନ ବେଶ ଗୁରୁତ୍ୱର ସହ ନେଇ ତଦନ୍ତ ପାଇଁ ୩ ଜଣିଆ କମିଟି ଗଠନ କରିଥିଲା। ରିପୋର୍ଟ ପରେ ରବିବାର ୩ ଜଣ କର୍ମଚାରୀଙ୍କୁ ନିଲମ୍ବିତ କରାଯାଇଛି। ତେବେ ଏୟାର ଇଣ୍ଡିଆ ପକ୍ଷରୁ କୌଣସି ପ୍ରକାରର ପ୍ରତିକ୍ରିୟା ମିଳିନାହିଁ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploadimage/library/16_9/16_9_0/Air_India__1679885731.jpg)