Air India Airlines
ପୁଣି ଯାତ୍ରୀବାହୀ ବିମାନରେ ଦେଖାଦେଲା ଯାନ୍ତ୍ରିକ ତ୍ରୁଟି। ଇଞ୍ଜିନ୍ରୁ ଲିକ୍ ହେଲା ତେଲ। ଫଳରେ ନ୍ୟୁୟର୍କରୁ ଦିଲ୍ଲୀ ଆସୁଥିବା ଏୟାର ଇଣ୍ଡିଆ ବିମାନର ଏମରଜେନ୍ସି ଲ୍ୟାଣ୍ଡିଂ ହୋଇଛି। ଏହି ବିମାନରେ ପ୍ରାୟ ୩୦୦ ଯାତ୍ରୀ ଥିଲେ।
ଉଡାଣ ଭରିବା ପରେ ଏହି ବିମାନର ଏକ ଇଞ୍ଜିନ୍ରୁ ତେଲ ଲିକ୍ ହୋଇଥିଲା। ଏହାପରେ ସ୍ୱିଡେନ୍ର ରାଜଧାନୀ ଷ୍ଟକହୋମ୍ରେ ଏହାର ଜରୁରୀ ଅବତରଣ କରାଯାଇଛି। ଯାତ୍ରୀମାନଙ୍କ କୌଣସି କ୍ଷତି ହୋଇନାହିଁ, ସମସ୍ତେ ସଂପୂର୍ଣ୍ଣ ସୁରକ୍ଷିତ ଅଛନ୍ତି। ବିମାନର ଜରୁରୀ ଅବତରଣକୁ ଦୃଷ୍ଟିରେ ରଖି ବିମାନବନ୍ଦରରେ ଅନେକ ଅଗ୍ନିଶମ ବାହିନୀ ନିୟୋଜିତ କରାଯାଇଥିଲା। ସୌଭାଗ୍ୟବଶତଃ କୌଣସି ବଡ଼ ଦୁର୍ଘଟଣା ଘଟି ନଥିଲା।
ଏହାପୂର୍ବରୁ ମଧ୍ୟ ରବିବାର ଦିନ ଦୁବାଇରୁ ତିରୁବନ୍ତପୁରମ୍ ଆସୁଥିବା ଏୟାର ଇଣ୍ଡିଆ ଏକ୍ସପ୍ରେସ ବିମାନର ପାଇଲଟଙ୍କୁ ଲ୍ୟାଣ୍ଡିଂ ବେଳେେ ଅନେକ ଅସୁବିଧାର ସାମ୍ନା କରିବାକୁ ପଡିଥିଲା। ବିମାନର ନୋଜ୍ ହ୍ୱିଲ୍ରେ ଯାନ୍ତ୍ରିକ ତ୍ରୁଟି ଦେଖାଦେବା ପରେ ଏହାକୁ ଜରୁରୀ ଅବତରଣ କରିବାକୁ ପଡିଥିଲା।
ତେବେ ବିମାନରେ ଥିବା ସମସ୍ତ ୧୫୬ ଯାତ୍ରୀ ସୁରକ୍ଷିତ ଥିଲେ। ଏମରଜେନ୍ସି ଲ୍ୟାଣ୍ଡିଂ ପାଇଁ ପାଇଲଟ ଏୟାର ଟ୍ରାଫିକ କଣ୍ଟ୍ରୋଲକୁ ଅନୁରୋଧ କରିଥିଲେ। ଏହାପରେ ଏୟାର ଇଣ୍ଡିଆ ବିମାନଟି ଭୋର ୫ଟା ୪୦ରେ ଜରୁରୀ ଅବତରଣ କରିଥିଲା।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploadimage/library/16_9/16_9_0/IMAGE_1677045541.jpg)