Advertisment

ଫ୍ଲାଇଟ୍‌ରେ ଯାତ୍ରୀ ଅର୍ଡର କଲେ ଶାକାହାରୀ ଭୋଜନ, ପ୍ୟାକେଟରୁ ବାହାରିଲା ଚିକେନ ଖଣ୍ଡ

ଏପରି ସାଂଘାତିକ ତ୍ରୁଟି ଏୟାର ଇଣ୍ଡିଆ ଫ୍ଲାଇଟ୍‌ରେ ହୋଇଥିବା ବେଳେ ଯାତ୍ରୀଜଣକ ଏହାର ଭିଡିଓ ସୋଶାଲ ମିଡିଆ Xରେ ପୋଷ୍ଟ କରିଛନ୍ତି।

Food In Flight

Food In Flight

Advertisment

ଫ୍ଲାଇଟ୍‌ରେ ଯାତ୍ରୀଙ୍କୁ ପରଷାଗଲା ଶୁଦ୍ଧ ଶାକାହାରୀ ଭୋଜନ । ମାତ୍ର ପ୍ୟାକେଟ ଭିତରେ ଥିଲା ଚିକେନ୍‌ ଖଣ୍ଡ । ଏପରି ସାଂଘାତିକ ତ୍ରୁଟି ଏୟାର ଇଣ୍ଡିଆ ଫ୍ଲାଇଟ୍‌ରେ ହୋଇଥିବା ବେଳେ ଯାତ୍ରୀଜଣକ ଏହାର ଭିଡିଓ ସୋଶାଲ ମିଡିଆ Xରେ ପୋଷ୍ଟ କରିଛନ୍ତି।

Advertisment

ଏୟାର ଇଣ୍ଡିଆର କାଲିକଟରୁ ମୁମ୍ବାଇ ନିମନ୍ତେ ଯିବାକୁ ଥିବା ଫ୍ଲାଇଟ୍‌ ଘଣ୍ଟାଏ ବିଳମ୍ବ ଥିଲା। ଏଥିନିମନ୍ତେ ଯାତ୍ରୀମାନେ ଅସନ୍ତୋଷ ପ୍ରକାଶ କରିଥିଲେ। ବିମାନଟି ଉଡ଼ାଣ ଆରମ୍ଭ କରିବା ପରେ ସେଥିରେ ଥିବା ବୀରା ଜୈନ ନାମ୍ନୀ ଯୁବତୀ ଶାକାହାରୀ ଭୋଜନ ଅର୍ଡର କରିଥିଲେ। ।

ମାତ୍ର କିଛି ସମୟ ପରେ ତାଙ୍କୁ ଯେଉଁ ପ୍ୟାକେଟ ପରସା ଗଲା ତାହା ଉପରେ ଶାକାହାରୀ ବୋଲି ଲେଖା ଯାଇଥିଲା। ଏହାପରେ ସେ ପ୍ୟାକେଟ ଖୋଲିବାରୁ ଯାହା ଦେଖିଲେ ଆଶ୍ଚର୍ଯ୍ୟ ହୋଇଗଲେ। କାରଣ ପ୍ୟାକେଟ ଭିତରେ ଥିବା ଖାଦ୍ୟରେ ପଡ଼ିଥିଲା ଚିକେନ ଖଣ୍ଡ ।

Advertisment

ଏନେଇ ବୀରା ଜୈନ ତୁରନ୍ତ ବିମାନ ପରିଚାରିକାଙ୍କୁ ଅବଗତ କରିଥିଲେ। ଏହାଦେଖି ପରିଚାରିକାଜଣକ ତୁରନ୍ତ କ୍ଷମା ମାଗିଥିଲେ। ଏହା ନୂଆ ଘଟଣା ନୁହେଁ। ଏୟାର ଇଣ୍ଡିଆ ବିମାନରେ ପୂର୍ବରୁ ବି ଯାତ୍ରୀମାନେ ଏପରି ଅଭିଯୋଗ ଆଣୁଥିବା ଜଣାଯାଇଛି।

ଏନେଇ ବୀରା ଜୈନ ଟ୍ୱିଟ କରିବା ପରେ ଏୟାର ଇଣ୍ଡିଅ ପକ୍ଷରୁ ତାହାକୁ ଡିଲିଟ କରିବାକୁ ତାଙ୍କୁ ଅପିଲ୍‌ କରାଯାଇଛି। ତୁରନ୍ତ ତାହାକୁ ଡିଲିଟ କରିବାକୁ ଏୟାର ଇଣ୍ଡିଆ କର୍ତ୍ତୃପକ୍ଷ ବୀରାଙ୍କୁ ନିବେଦନ କରିଛନ୍ତି।

ଏୟାର ଇଣ୍ଡିଆର ଏପରି ଦାୟିତ୍ୱହୀନତା ଯୋଗୁ ବୀରା ଖୁବ୍‌ ହଇରାଣ ହୋଇଥିବା ଅଭିଯୋଗ କରିଛନ୍ତି। ବୀରା ମୁମ୍ବାଇରୁ ଟ୍ରେନ୍‌ରେ ଯିବାକୁ ଟିକେଟ କରିଥିଲେ। ମାତ୍ର ଫ୍ଲାଇଟ୍‌ଟି ବିଳମ୍ବରେ ପହଞ୍ଚିବାରୁ ସେ ଟ୍ରେନ୍‌ ଯାତ୍ରା କରି ପାରି ନ ଥିବା କହିଛନ୍ତି।

Mumbai Air India Flight
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe