Advertisment

ବିମାନ କ୍ରାଶ: ବଞ୍ଚି ଯାଇଥିବା ବିଶ୍ୱାସ କରିପାରୁ ନାହାନ୍ତି ବିଶ୍ୱାସ

ଅହମଦାବାଦ ଭୟଙ୍କର ବିମାନ ଦୁର୍ଘଟଣାରେ ୨୬୫ ଜଣଙ୍କ ମୃତ୍ୟୁ ହୋଇଛି।

PM Modi

PM Modi

Advertisment

ଅହମଦାବାଦ ଭୟଙ୍କର ବିମାନ ଦୁର୍ଘଟଣାରେ ୨୬୫ ଜଣଙ୍କ ମୃତ୍ୟୁ ହୋଇଛି। ବିମାନରେ ୨୪୨ ଜଣ ଲୋକ ରହିଥିଲେ। ସେହିପରି ବିମାନଟି ସ୍ଥାନୀୟ ବିଜେ ମେଡିକାଲ କଲେଜର ହଷ୍ଟେଲରେ ପିଟି ମଧ୍ୟ ହୋଇଥିଲା। ବିମାନଟି କ୍ରାଶ ହେବାରୁ ନିଆଁ ପିଣ୍ଡୁଳାରେ ପରିଣତ ହୋଇ ଯାଇଥିଲା। ଏଥିଯୋଗୁ ବିମାନରେ ଥିବା ୨୪୨ ଜଣଙ୍କ ମଧ୍ୟରୁ ୨୪୧ ଜଣ ଓ ହଷ୍ଟେଲ ଏବଂ ଆଖପାଖ ଅଞ୍ଚଳର ଆଉ ୨୪ ଜଣଙ୍କ ମୃତ୍ୟୁ ହୋଇଛି। ଅହମଦାବାଦ ହସ୍ପିଟାଲରେ ୨୬୫ ଜଣଙ୍କ ମୃତଦେହ ରହିଥିବା ବେଳେ ଏହାକୁ ଚିହ୍ନଟ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି।

Advertisment

କିନ୍ତୁ ସମସ୍ତଙ୍କୁ ଚିକିତ କରି ଦୁର୍ଘଟଣାଗ୍ରସ୍ତ ବିମାନର ଏକମାତ୍ର ଯାତ୍ରୀ ଜୀବିତ ରହିଛନ୍ତି। ବିମାନ ନିଆଁ ପିଣ୍ଡୁଳାରେ ପରିଣତ ହୋଇଥିବା ବେଳେ ତାପମାତ୍ରା ୧୧୦୦ ଡିଗ୍ରୀ ସେଲସିୟସ ହୋଇ ଯାଇଥିଲା। ଆଖାପାଖରେ ଥିବା କୁକୁର ଠାରୁ ଆରମ୍ଭ କରି ପକ୍ଷୀମାନେ ମଧ୍ୟ ଏତେ ତାପମାତ୍ରା ସହ୍ୟ କରି ପାରି ନଥିଲେ। କିନ୍ତୁ ବିମାନରେ ଅହମଦାବାଦରୁ ଲଣ୍ଡନ ଯାଉଥିବା ୪୦ ବର୍ଷୀୟ ବିଶ୍ୱାସ କୁମାର ରମେଶ ବଞ୍ଚି ଯାଇଛନ୍ତି।

ଏବେ ତାଙ୍କର ଚିକିତ୍ସା ହସ୍ପିଟାଲରେ ଚାଲିଛି। କିନ୍ତୁ ଏବେ ବି ବିଶ୍ୱାସ ନିଜେ କେମିତି ବଞ୍ଚିଲେ, ତା’କୁ ବିଶ୍ୱାସ କରିପାରୁ ନାହାନ୍ତି। ଆଜି ସକାଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୁର୍ଘଟଣା ଗ୍ରସ୍ତ ସ୍ଥାନରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଥିଲେ। ଏହାପରେ ସେ ଅହମଦାବାଦ ହସ୍ପିଟାଲ ଯାଇ ବିଶ୍ୱାସକୁ ଭେଟିଛନ୍ତି।

Advertisment

ବିଶ୍ୱାସଙ୍କ ଚିକିତ୍ସା ହସ୍ପିଟାଲରେ ଚାଲିଥିବା ବେଳେ ସେ ବିଭିନ୍ନ ଗଣମାଧ୍ୟମକୁ ନିଜର ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି, “ମୁଁ କେମିତି ବଞ୍ଚିଲି, ସେକଥା ମୁଁ ନିଜେ ବି ଜାଣିନି। କିଛି କ୍ଷଣ ପାଇଁ ମୋତେ ଲାଗିଥିଲା ଯେ ମୁଁ ମରିଯିବି। କିନ୍ତୁ ଆଖି ଖୋଲିଲା ବେଳକୁ ମୁଁ ଜୀବିତ ଥିବା ଜାଣିବାକୁ ପାଇଥିଲି। ଏହାପରେ ସିଟ ବେଲ୍ଟ ଖୋଲିଥିଲି ଓ ସେଠାରୁ ଦୌଡ଼ିବା ଆରମ୍ଭ କରିଥିଲି। ଏୟାରହୋଷ୍ଟେସମାନଙ୍କ ଠାରୁ ଆରମ୍ଭ କରି ଅଙ୍କଲ ଆଣ୍ଟିଙ୍କ ମୃତଦେହ ମୁଁ ନିଜ ଆଖିରେ ଦେଖିଛି।”

ବିଶ୍ୱାସ କୁମାର ଏୟାର ଇଣ୍ଡିଆର ସିଟ ନମ୍ବର ୧୧ଏରେ ବସିଥିଲେ। ଏହା ବିମାନର ଏମର୍ଜେନ୍ସି ଦ୍ୱାର ନିକଟରେ ରହିଥିଲା। ବିମାନଟି ହଷ୍ଟେଲ କାନ୍ଥରେ ମାଡ଼ ହେବା ପରେ ସିଟଟି ବାହାରକୁ ଖସି ପଡ଼ିଥିଲା। କିନ୍ତୁ ସିଟ ବେଲ୍ଟ ପିନ୍ଧିଥିବା ଯୋଗୁ ବିଶ୍ୱାସ ସିଟରେ ହିଁ ଲାଖି ରହିଥିଲେ। 

କ’ଣ ବିଶ୍ୱାସ କୁମାର ହଷ୍ଟେଲରେ ଖସି ପଡ଼ିଥିଲେ କି? ଏହାର ଉତ୍ତରେ ସେ କହିଛନ୍ତି, “ନାଁ, ମୁଁ ଚଟଣାର ଅତି ନିକଟରେ ରହିଥିଲି। ଗ୍ରାଉଣ୍ଡ ଫ୍ଲୋର କାନ୍ଥରେ ବିମାନଟି ଲାଖି ଥିଲା। ସେଠାରେ କିଛି ସ୍ଥାନ ରହିଥିଲା। ସେହି ବାଟେ ମୁଁ ବାହରକୁ ଆସିଥିଲି। ବିଲଡିଂର କାନ୍ଥ ବିପରୀତି ଦିଗରେ ଥିଲା। ବିମାନଟି କାନ୍ଥ ସହ ଲାଗି ରହିଥିବାରୁ ସମ୍ଭବତଃ ଅନ୍ୟମାନେ ସେପେଟ ବାହାରିବାକୁ ଅକ୍ଷମ ହୋଇଥିଲେ।”

ବିମାନ କ୍ରାଶ ହେବାର କିଛି ସେକେଣ୍ଡ ପରେ ଏଥିରେ ନିଆଁ ଲାଗିଥିଲା। ଏଥିଯୋଗୁ ତାଙ୍କ ମୁହଁ, ହାତ ଓ ଗୋଡ଼ କିଛି ମାତ୍ରାରେ ପୋଡ଼ି ଯାଇଥିବା ରମେଶ କହିଛନ୍ତି। ସେ କହିଛନ୍ତି, “ ମୋ ସାମ୍ନାରେ ଦୁଇ ଜଣ ଏୟାର ହୋଷ୍ଟେସ ରହିଥିଲେ। ସେମାନେ ପୋଡ଼ି ହୋଇ ପ୍ରାଣ ହରାଇଛନ୍ତି।

ବିମାନ ଟେକ ଅଫ କରିବାର କିଛି ମିନଟ ପରେ ଲାଗିଥିଲା ଯେ ଏହା କେଉଁଠି ଲାଖି ଯାଇଛି। ଏହାପରେ ଗ୍ରୀନ ଓ ଧଳା ଲାଇଟ ସବୁ ଜଳିଥିଲା। ସେମାନେ(ପାଇଲଟ) ବିମାନକୁ ଉଠାଇବାକୁ ଚେଷ୍ଟା କରିଥିଲେ। କିନ୍ତୁ ଏହା ଅତ୍ୟନ୍ତ ଦ୍ରୁତଗତିରେ ତଳକୁ ଖସିଥିଲା ଓ ବିଲଡିଂରେ ପିଟି ହୋଇଯାଇଥିଲା।”

Air India Plane Crash Air India Flight
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe