Advertisment

ଇରାନ-ଇସ୍ରାଏଲ ବିବାଦ; ତେଲ୍ ଆଭିଭକୁ ଉଡ଼ାଣ ସ୍ଥଗିତ ରଖିଲା ଏୟାର ଇଣ୍ଡିଆ

ଯାତ୍ରୀଙ୍କ ପାଇଁ 24 ଘଣ୍ଟିଆ ହେଲ୍ପଲାଇନ ନଂ ଜାରି କରିଛି ଏୟାର ଇଣ୍ଡିଆ।

ଅଦ୍ୟତନ ହୋଇଛି
Air India

Air India

Advertisment

ଇରାନ ଓ ଇସ୍ରାଏଲ ବିବାଦ ମଧ୍ୟରେ ଏୟାର ଇଣ୍ଡିଆ ତେଲ୍ ଆଭିଭକୁ ଉଡ଼ାଣ ସ୍ଥଗିତ ରଖିଛି। ଅଗଷ୍ଟ 8 ପର୍ଯ୍ୟନ୍ତ ତେଲ୍ ଆଭିବକୁ କୌଣସି ବିମାନ ଚଳାଚଳ କରିବ ନାହିଁ ବୋଲି ଏୟାରଇଣ୍ଡିଆ ପକ୍ଷରୁ କୁହାଯାଇଛି।

Advertisment

ବିମାନ ସେବା ପକ୍ଷରୁ ଏକ ବିବୃତ୍ତି ଜାରି କରାଯାଇ ଏହି ସୂଚନା ଦିଆଯାଇଛି। ଏଥିରେ କୁହାଯାଇଛି ଯେ, ମଧ୍ୟପ୍ରାଚ୍ୟର କିଛି ଅଂଶରେ ଚାଲିଥିବା ପରିସ୍ଥିତିକୁ ଦୃଷ୍ଟିରେ ରଖି ତେଲ୍ ଆଭିଭକୁ ବିମାନ ଚଳାଚଳକୁ ସ୍ଥଗିତ ରଖାଯାଇଛି।

ବିବୃତ୍ତିରେ ଆହୁରି କୁହାଯାଇଛି, ଆମେ ନିରନ୍ତର ପରିସ୍ଥିତି ଉପରେ ନଜର ରଖିଛୁ। ଯେଉଁ ଯାତ୍ରୀମାନେ ଏଥିପାଇଁ ଟିକେଟ୍ କରିଥିଲେ ସେମାନଙ୍କୁ ସହାୟତା ଯୋଗାଇ ଦେଉଛୁ। ଆମ ପାଇଁ ଯାତ୍ରୀ ଏବଂ କର୍ମଚାରୀଙ୍କ ସୁରକ୍ଷା ପ୍ରଥମ ପ୍ରାଥମିକତା। 

Advertisment

ଅଧିକ ସୂଚନା ପାଇଁ ଏୟାର ଇଣ୍ଡିଆ ପକ୍ଷରୁ 24 ଘଣ୍ଟିଆ ହେଲ୍ପଲାଇନ ନଂ ମଧ୍ୟ ଜାରି କରାଯାଇଛି। ଅଧିକ ସୂଚନା ପାଇଁ 011-69329333 / 011-69329999 ରେ କଲ୍ କରିପାରିବେ।

ପ୍ରକାଶ ଥାଉକି, ଗତ ବର୍ଷ ଅକ୍ଟୋବର 7ରେ ଇସ୍ରାଏଲ ଉପରେ ଆକ୍ରମଣ କରିଥିଲା ପାଲେଷ୍ଟାଇନ ସମର୍ଥିତ ହମାସ ସଂଗଠନ। ଏହାପରେ ଇସ୍ରାଏଲ ଓ ହମାସ ମଧ୍ୟରେ ଯୁଦ୍ଧ ଲାଗି ରହିଛି। ଏହାରି ମଧ୍ୟରେ ହମାସ ସଂଗଠନର ଟପ୍ ନେତା କୁହାଯାଉଥିବା ଇସମାଇଲ ହାନିୟାଙ୍କୁ ଇରାନରେ ହତ୍ୟା କରାଯାଇଛି। ସେ ଜୁଲାଇ 31ରେ ଇରାନର ନବନିର୍ବାଚିତ ରାଷ୍ଟ୍ରପତିଙ୍କ ଶପଥ ଗ୍ରହଣ ଉତ୍ସବରେ ଯୋଗଦେଇ ଫେରିବା ପରେ ତାଙ୍କୁ ହତ୍ୟା କରାଯାଇଛି।

ଇରାନର ରାଜଧାନୀ ତେହରନରେ ତାଙ୍କୁ ହତ୍ୟା କରାଯଇ ଥିବାରୁ ଏହାକୁ ନେଇ ପ୍ରତିକ୍ରିୟା ପରାୟଣ ହୋଇଛି ଇରାନ। ହାନିୟାଙ୍କ ମତ୍ୟୁକୁ ନେଇ ଇରାନ ଏବଂ ଏହାର ସମର୍ଥିତ ସଂଗଠନମାନେ ସିଧାସଳଖ ଇସ୍ରାଏଲକୁ ଦାୟୀ କରିଛନ୍ତି। ଇସ୍ରାଏଲ ହାନିୟାଙ୍କ ହତ୍ୟାକୁ ନେଇ ନିଜକୁ ଦାୟୀ କରିନଥିଲେ ମଧ୍ୟ ଅଭିଯୋଗକୁ ଖଣ୍ଡନ କରିନାହିଁ।  

ଏହି ବିବାଦ ମଧ୍ୟରେ ଗତକାଲି ଇସ୍ରାଏଲ ସେନା ଏକ ସୋଶାଲ ମିଡିଆ ପୋଷ୍ଟରେ ଦାବି କରି କହିଛି ଯେ, ସେମାନେ ହମାସର ସାମରିକ ମୁଖ୍ୟ ମହମ୍ମଦ ଦୈଫକୁ ହତ୍ୟା କରିଛନ୍ତି। 

ଏସବୁ ମଧ୍ୟରେ ଇରାନ ସର୍ବୋଚ୍ଚ ନେତା ଅୟତୋଲ୍ଲା ଅଲି ଖାମେନି ଇସ୍ରାଏଲ ଉପରେ ଆକ୍ରମଣ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଇରାନ ଏହାର ସମର୍ଥିତ ଲେବାନାନର ହିଜବୁଲ, ଇରାକର ଇସଲାମିକ ଜିହାଦ, ୟେମେନର ହୁତି ଏବଂ ସିରିଆର ଶିଆ ଗୋଷ୍ଠୀଙ୍କ ସହାୟତାରେ ଏହି ଆକ୍ରମଣ ପାଇଁ ପ୍ରସ୍ତୁତ ହେଉଥିବା କୁହାଯାଇଛି।

ସେପଟେ ଇସ୍ରାଏଲ ମଧ୍ୟ ପ୍ରତି ଆକ୍ରମଣ ପାଇଁ ପ୍ରସ୍ତୁତି ଜାରି ରଖିଛି। ମଧ୍ୟପ୍ରାଚ୍ୟରେ ଚାଲିଥିବା ଏହି ବିବାଦକୁ ଦୃଷ୍ଟିରେ ରଖି ଏୟାର ଇଣ୍ଡିଆ ଇସ୍ରାଏଲର ତେଲ୍ ଆଭିଭକୁ ବିମାନ ଚଳାଚଳ ସ୍ଥଗିତ ରଖିଛି। 

Air India Hamas Israel Iran Conflict Tel Aviv
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe