Advertisment

ଐତିହାସିକ: ଏୟାରବସ୍‌ ଠାରୁ ୨୫୦ଟି ବିମାନ କିଣିବ ଟାଟା ଗ୍ରୁପ

ଏୟାର ଇଣ୍ଡିଆ ମୋଟ ୪୭୦ଟି ବିମାନ କିଣିବାକୁ ଲକ୍ଷ୍ୟ ରଖିଥିବା ବେଳେ ଏୟାରବସ୍‌ ଠାରୁ ୨୫୦ଟି ବିମାନ କିଣିବ। ଏଥିପାଇଁ ୧୦୦ ବିଲିୟନ ଡଲାରରୁ ଅଧିକ ଖର୍ଚ୍ଚ ହେବ। ସେହିପରି ଟାଟା ଗ୍ରୁପ୍‌ ଆଉ ୨୨୦ଟି ବିମାନ ବୋଇଂରୁ କିଣିବ।

author-image
Hemant Lenka
Air India

Air India

ବିଶ୍ୱର ସବୁଠାରୁ ବଡ଼ ବିମାନ ଡିଲ୍‌ କରିଛି ଟାଟା ଗ୍ରୁପ୍‌। ବିମାନ ନିର୍ମାଣକାରୀ କମ୍ପାନୀ ଏୟାରବସ୍‌ ଠାରୁ ୨୫୦ଟି ବିମାନ କିଣିବାକୁ ଆଜି ଟାଟା ଗ୍ରୁପ୍‌ ଚୁକ୍ତି କରିଛି। ଏହି ଡିଲ୍‌ରେ ୪୦ଟି ଏ୩୫୦ ୱାଇଡ ବଡି ଲଙ୍ଗ ରେଞ୍ଜ ବିମାନ ଏ୩୫୦ ଓ ୨୧୦ଟି କମ ଚଉଢ଼ା ରହିଥିବା ବିମାନ ରହିଛି। ଏ୩୨୦ ନେଓ ଢାଞ୍ଚାର ନୂଆ ବିମାନ ଗୁଡ଼ିକ ରହିବ।

Advertisment

ଏହି ଡିଲ୍‌କୁ ଐତିହାସିକ ବୋଲି କହିଛନ୍ତି ଏୟାରବସ୍‌ର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଜି ଫାଉରୀ। ସେ କହିଛନ୍ତି, “ଏହା ଏୟାରବସ୍‌ ପାଇଁ ଗୋଟିଏ ଐତହାସିକ ମୁହୂର୍ତ୍ତ। ଏୟାର ଇଣ୍ଡିଆର ପୁନଃଉଦ୍ଧାର ପାଇଁ ଏୟାରବସ୍‌ ସହଯୋଗ କରିବ।” ଏହି ଡିଲ୍‌ ସମୟରେ ଭିଡିଓ କନଫରେନ୍ସିଂ ଯୋଗେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଟାଟା ଗ୍ରୁପ ମୁଖ୍ୟ ରତନ ଟାଟା ଓ ଫ୍ରାନ୍ସ ରାଷ୍ଟ୍ରପତି ଇମାନ୍ୟୁଏଲ ମାର୍କନ ଉପସ୍ଥିତ ରହିଥିଲେ।

ଏୟାର ଇଣ୍ଡିଆ ମୋଟ ୪୭୦ଟି ବିମାନ କିଣିବାକୁ ଲକ୍ଷ୍ୟ ରଖିଥିବା ବେଳେ ଏୟାରବସ୍‌ ଠାରୁ ୨୫୦ଟି ବିମାନ କିଣିବ। ଏଥିପାଇଁ ୧୦୦ ବିଲିୟନ ଡଲାରରୁ ଅଧିକ ଖର୍ଚ୍ଚ ହେବ। ସେହିପରି ଟାଟା ଗ୍ରୁପ୍‌ ଆଉ ୨୨୦ଟି ବିମାନ ବୋଇଂରୁ କିଣିବ।

Advertisment

ମାର୍କନ କହିଛନ୍ତି, “ଏହି କଣ୍ଟ୍ରାକ୍ଟ ଭାରତ-ଫ୍ରାନ୍ସ ମଧ୍ୟରେ ଥିବା ବନ୍ଧୁତ୍ୱ ପାଇଁ ଗୋଟିଏ ମାଇଲଖୁଣ୍ଟ।” କେନ୍ଦ୍ରମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ, ପୀୟୂଷ ଗୋଏ ଓ ଓ ଟାଟା ସନ୍ସ ଅଧ୍ୟକ୍ଷ ଏନ ଚନ୍ଦ୍ରଶେଖରନ ମଧ୍ୟ ଏହି ଡିଲ୍‌ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ।

ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, “ଭାରତ ବିମାନ ଚଳାଚଳ କ୍ଷେତ୍ରରେ ତୃତୀୟ ସର୍ବବୃହତ୍ତ ଦେଶ ହେବାକୁ ଯାଉଛି। ଭାରତ ଆସନ୍ତା ୧୫ ବର୍ଷ ମଧ୍ୟରେ ୨୫ଶହ ବିମାନ ଆବଶ୍ୟକ କରିବ।” ଏୟାରବସଠାରୁ ଏୟାର ଇଣ୍ଡିଆ ଆଣିବାକୁ ଥିବା ୨୫୦ ବିମାନ ମଧ୍ୟରେ ୪୦ଟି ଚଉଡ଼ା ବିମାନ ଏ୩୫୦ ରହିବ। ପ୍ରଥମ ଭାରତୀୟ କମ୍ପାନୀ ଭାବେ ଏୟାର ଇଣ୍ଡିଆ ଏଭଳି ବିମାନ ପରିଚାଳନା କରିବ।

ପୂର୍ବରୁ ସରକାରଙ୍କ ଅଧୀନରେ ପରିଚାଳିତ ହେଉଥିବା ଏୟାର ଇଣ୍ଡିଆ ୨୦୦୫ ମସିହାଠାରୁ ନୂଆ ବିମାନ କିଣିନାହିଁ। ଶେଷଥର ପାଇଁ କମ୍ପାନୀ ୨୦୦୫ରେ ୧୧୧ଟି ବିମାନ କିଣିବା ଲାଗି ଅର୍ଡର ଦେଇଥିଲା।

Air India