Advertisment

ବଦଳିଲା ଏୟାର ଇଣ୍ଡିଆର କଳେବର, ଆସିଲା ନୂଆ ଲୋଗୋ

ଗତକାଲି ନୂଆଦିଲ୍ଲୀରେ ଆୟୋଜିତ ଏକ ରଙ୍ଗାରଙ୍ଗ କାର୍ଯ୍ୟକ୍ରମରେ ଏୟାର ଇଣ୍ଡିଆର ଏହି ନୂଆ ଲୁକ୍‌କୁ ଲଞ୍ଚ କରାଯାଇଛି।

Air India

Air India

Advertisment

ଏୟାର ଇଣ୍ଡିଆର ହେଲା ନବକଳେବର। ଆସିଲା ନୂଆ ଲୋଗୋ। ରେଡ, ହ୍ୱାଇଟ ଓ ପର୍ପଲ କଲରରେ ସଜେଇ ହେଲା ଏୟାର ଇଣ୍ଡିଆ। ଟାଟା ଗ୍ରୁପ୍‌ ହାତକୁ ଯିବା ପରେ ଏୟାର ଇଣ୍ଡିଆର ଏପରି କାୟା ପରିବର୍ତ୍ତନ ହୋଇଛି। ଗତକାଲି ନୂଆଦିଲ୍ଲୀରେ ଆୟୋଜିତ ଏକ ରଙ୍ଗାରଙ୍ଗ କାର୍ଯ୍ୟକ୍ରମରେ ଏୟାର ଇଣ୍ଡିଆର ଏହି ନୂଆ ଲୁକ୍‌କୁ ଲଞ୍ଚ କରାଯାଇଛି।

Advertisment

ଏୟାର ଇଣ୍ଡିଆର ଆଇକନିକ ମହାରାଜା ମାସକଟକୁ ଦିଆଯାଇଛି ମର୍ଡନ ଲୁକ୍‌ । ଏଥିରେ ଅଧିକ ଷ୍ଟାଇଲିସ୍‌ ଡିଜାଇନ୍‌ କରାଯିବା ସହ ରେଡ, ହ୍ୱାଇଟ୍‌ ଓ ପର୍ପଲ କଲର ଏଥିରେ ସ୍ଥାନ ପାଇଛି।

ନୂତନ ଲୋଗୋର ଶୁଭାରମ୍ଭ ସମୟରେ ଟାଟା ସନ୍ସ ଚେୟାରମ୍ୟାନ୍ ଏନ ଚନ୍ଦ୍ରଶେଖରନ୍ କହିଛନ୍ତି ଯେ, ଏୟାର ଇଣ୍ଡିଅର ନୂଆ ଲୋଗୋ ଅଗଣିତ ସମ୍ଭାବନାର ପ୍ରତୀକ ଭାବେ ଛିଡ଼ା ହୋଇଛି।

Advertisment

ସେ କହିଛନ୍ତି ଯେ, ଏୟାର ଇଣ୍ଡିଆ ଦ୍ୱାରା ବ୍ୟବହୃତ କ୍ଲାସିକ୍ ଏବଂ ଆଇକନିକ୍ ଇଣ୍ଡିଆ ୱିଣ୍ଡୋ ଆକୃତି ଦ୍ୱାରା ନୂତନ ଲୋଗୋ ଅନୁପ୍ରାଣିତ ହୋଇଛି। ଏୟାରଲାଇନ୍ସ ବିଶ୍ୱାସ କରେ ଯେ ଏହା ଅସୀମିତ ସମ୍ଭାବନାକୁ ପ୍ରତିପାଦିତ କରିବା ସହ ଉନ୍ନତିର ପଥେ ଅଗ୍ରସର ହେବ।

ସେ କହିଛନ୍ତି ଯେ, ଏୟାର ଇଣ୍ଡିଆ ଏହାର ବିମାନ ଚଳାଚଳର ଉନ୍ନତି ପାଇଁ କାର୍ଯ୍ୟ କରୁଛି ଯାହା ଦ୍ୱାରା ସେଗୁଡିକ ବିଶ୍ୱ ମାନକ ହୋଇପାରିବ। ଏଥିନିମନ୍ତେ ବିମାନର ସମସ୍ତ କର୍ମଚାରୀଙ୍କୁ ନବୀକରଣ କରାଯାଉଛି।

ଏୟାର ଇଣ୍ଡିଆର ସିଇଓ ତଥା ଏମଡି କ୍ୟାମ୍ପବେଲ ୱିଲସନ କହିଛନ୍ତି ଯେ, ଏୟାର ଇଣ୍ଡିଆର ନିଜ ଗ୍ରାହକଙ୍କୁ ସବୁବେଳେ ବିଶ୍ୱ ସ୍ତରୀୟ ବିମାନ ସେବା ଯୋଗାଇ ଦେବାକୁ ପ୍ରତିଶ୍ରୁତିବଦ୍ଧ।

ଯେତେବେଳେ ଆମେ ବ୍ରାଣ୍ଡକୁ ଏକ ନୂଆ ଲୁକ୍‌ ଦେବାକୁ କଳ୍ପନା କରୁଥିଲୁ, ଆମେ ପ୍ରକୃତରେ ଏୟାର ଇଣ୍ଡିଆ ବ୍ରାଣ୍ଡରେ ଥିବା ଉପାଦାନଗୁଡିକୁ ଦେଖିଥିଲୁ, ଏବଂ ଏହାକୁ ନୂତନ ଭାବେ ଖୋଜିବାକୁ ଚେଷ୍ଟା କରିଥିଲୁ। ତେଣୁ ବିମାନରେ ଥିବା ୱିଣ୍ଡୋକୁ ଏକ ସ୍ଥାୟୀ ଡିଜାଇନ୍ ପ୍ରତୀକ ଭାବେ ଗ୍ରହଣ କରି ଏହାକୁ ରି-ଡିଜାଇନ କରିବାକୁ ସ୍ଥିର କଲୁ। ହେଲେ ଏହା ଯେପରି ଭାରତୀୟତାର ଛାପ ଛାଡ଼ିବ ତାହାକୁ ବି ଭୁଲି ନ ଥିଲୁ। ଏଥିସହ ଏହାକୁ ବିଶ୍ୱ ସ୍ତରୀୟ କରିବାକୁ ବି ମନସ୍ଥ କରିଥିଲୁ ବୋଲି ଏୟାର ଇଣ୍ଡିଆ ପାଇଁ ନୂତନ ଲୋଗୋ ଡିଜାଇନ୍ କରିଥିବା ଫ୍ୟୁଚର ବ୍ରାଣ୍ଡ ଇଣ୍ଡିଆର ମୁଖ୍ୟ କ୍ରିଏଟିଭ୍ ଅଫିସର ତସନିମ ଅଲି ଗଣମାଧ୍ୟମକୁ କହିଛନ୍ତି।

ଏୟାର ଇଣ୍ଡିଆ ଗତ ୧୫ ମାସ ଧରି ନୂଆ ଲୋଗୋ ଉପରେ କାମ କରୁଥିଲା। ଏଥିପାଇଁ ଏକ ଏକ୍ସପର୍ଟ ଟିମ୍‌ ଗଠିତ ହୋଇଥିଲା। ଏୟାର ଇଣ୍ଡିଆର ନୂତନ ଲୋଗୋ ଭିସ୍ତା ସୁନା ୱିଣ୍ଡୋ ଫ୍ରେମ ଦ୍ୱାରା ଅନୁପ୍ରାଣିତ ହୋଇଛି, ‘ଦ ଭିଷ୍ଟା’ ଗୋଲ୍‌ଡ ୱିଣ୍ଡୋ ଫ୍ରେମର ଶୀର୍ଷରୁ ଅନୁପ୍ରାଣିତ, ଯାହା ଅସୀମ ସମ୍ଭାବନା, ପ୍ରଗତିଶୀଳତା ଏବଂ ଏୟାରଲାଇନ୍‌ସର ସାହସିକ ନୂତନ ଦୃଷ୍ଟିକୋଣକୁ ସୂଚିତ କରୁଛି ବୋଲି କମ୍ପାନୀ କହିଛି।

ଟାଟା ସନ୍ସ ଗତବର୍ଷ ଜାନୁୟାରୀରେ ଏୟାର ଇଣ୍ଡିଆର ସମ୍ପୂର୍ଣ୍ଣ ମାଲିକାନା ହାସଲ କରିଥିଲା | ପରବର୍ତ୍ତୀ ସମୟରେ ଏହା ଏୟାର ଇଣ୍ଡିଆକୁ ନିଜର ଅନ୍ୟ ଏକ ସହାୟକ କମ୍ପାନୀ ଭିସ୍ତାରା ସହ ଏହାକୁ ମିଶ୍ରଣ କରାଯିବ ବୋଲି ଘୋଷଣା କରିଥିଲା। ମାର୍ଚ୍ଚ ୨୦୧୪ ସୁଦ୍ଧା ଏହି ମିଶ୍ରଣ ସମାପ୍ତ ହେବ ବୋଲି ଆକଳନ କରାଯାଇଛି।

Delhi Air India
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe