Advertisment

ମଝି ଆକାଶରେ ଏୟାର ଇଣ୍ଡିଆ ବିମାନରେ ଦେଖାଗଲା ତ୍ରୁଟି, ଆଉ ତା’ ପରେ...

ଅହମଦାବାଦ ବିମାନ ଦୁର୍ଘଟଣା କଥା ଲୋକଙ୍କ ମନରୁ ଲିଭି ନଥିବା ବେଳେ ପୁଣି ଗୋଟିଏ ବିମାନ ମଝି ଆକାଶରେ ଯାନ୍ତ୍ରିକ ତ୍ରୁଟିର ସମ୍ମୁଖୀନ ହୋଇଛି।

Air India

Air India

Advertisment

ଅହମଦାବାଦ ବିମାନ ଦୁର୍ଘଟଣା କଥା ଲୋକଙ୍କ ମନରୁ ଲିଭି ନଥିବା ବେଳେ ପୁଣି ଗୋଟିଏ ବିମାନ ମଝି ଆକାଶରେ ଯାନ୍ତ୍ରିକ ତ୍ରୁଟିର ସମ୍ମୁଖୀନ ହୋଇଛି। ଦିଲ୍ଲୀ ଆସୁଥିବା ଏୟାର ଇଣ୍ଡିଆ ବୋଇଂ ୭୮୭ ଡ୍ରିମ ଲାଇନର ମଝି ଆକାଶରେ ସାଂଘାତିକ ଯାନ୍ତ୍ରିକ ତ୍ରୁଟିର ସମ୍ମୁଖୀନ ହୋଇଛି। ଏଥିଯୋଗୁ ବିମାନକୁ ଦିଲ୍ଲୀ ବଦଳରେ ପୁଣିଥରେ ହଂକଂ ବିମାନବନ୍ଦରରେ ଅବତରଣ କରାଯାଇଛି।

Advertisment

ବିମାନ ଏଆଇ-୩୧୫ ଆଜି ସକାଳେ ଯାତ୍ରୀଙ୍କୁ ଧରି ହଂକଂରୁ ଦିଲ୍ଲୀକୁ ଉଡ଼ାଣ ଭରିଥିଲା। ବିମାନଟି ମଝି ଆକାଶରେ ଥିବା ବେଳେ ଏହାର ଜଣେ କ୍ରୁ ବୈଷୟିକ ତ୍ରୁଟି ଆଶଙ୍କା କରିଥିଲେ। ଏ ସମ୍ପର୍କରେ ସେ ତୁରନ୍ତ ବିମାନର ପାଇଲଟଙ୍କୁ ସୂଚନା ଦେଇଥିଲେ। ପାଇଲଟ ଏହି ଖବର ପାଇବା କ୍ଷଣି ହଂକଂ ଏୟାର ଟ୍ରାଫିକ କଣ୍ଟ୍ରୋଲ ସହ ଯୋଗାଯୋଗ କରି ବିମାନକୁ ପୁଣି ସେଠାରେ ଅବତରଣ କରାଇଥିଲେ।

ଯାତ୍ରୀଙ୍କ ସୁରକ୍ଷା ଦୃଷ୍ଟିରୁ ପାଇଲଟ ବିମାନକୁ ହଂକଂକୁ ଫେରାଇ ନେଇଥିବା ଜଣାପଡ଼ିଛି। ବିମାନଟି ହଂକଂ ଏୟାରପୋର୍ଟରେ ସୁରକ୍ଷିତ ଅବତରଣ କରିଛି। ବିମାନରେ ଥିବା ସମସ୍ତ ଯାତ୍ରୀ ସଂପୂର୍ଣ୍ଣ ସୁରକ୍ଷିତ ରହିଛନ୍ତି।

Advertisment

ତେବେ ଏ ସମ୍ପର୍କରେ ଏଯାଏ ଏୟାର ଇଣ୍ଡିଆ ପକ୍ଷରୁ କୌଣସି ପ୍ରକାରର ବିବୃତି ଜାରି କରାଯାଇ ନାହିଁ। କିନ୍ତୁ ମଝି ଆକାଶରେ ବିମାନରେ ତ୍ରୁଟି ଚିହ୍ନଟ ହେବା ଲୋକଙ୍କ ମନରେ ଭୟର ବାତାବରଣ ସୃଷ୍ଟି କରିଛି।

କାରଣ ଜୁନ ୧୨ରେ ଅହମଦାବାଦରେ ଘଟିଥିବା ଭୟଙ୍କର ବିମାନ ଦୁଘର୍ଟଟଣା ଏଯାଏ ଲୋକଙ୍କ ମନରୁ ଲିଭି ନାହିଁ। ଜୁନ ୧୨ରେ ଏୟାର ଇଣ୍ଡିଆର ବୋଇଂ ଡ୍ରିମଲାଇନର ଅହମଦାବାଦରୁ ଲଣ୍ଡନ ଯାଉଥିବା ବେଳେ କ୍ରାଶ ହୋଇ ଯାଇଥିଲା। ଏଥିରେ ୨୭୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିଲା।

Delhi Air India Hong Kong
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe