Advertisment

ବାୟୁସେନାର ଉପମୁଖ୍ୟ ହେଲେ ଏୟାର ମାର୍ଶାଲ୍‌ ଏପି ସିଂହ

ସେ ମଧ୍ୟ ନ୍ୟାସନାଲ ଫ୍ଲାଇଟ୍‌ ଟେଷ୍ଟ ସେଣ୍ଟରର ପ୍ରକଳ୍ପ ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରିଛନ୍ତି।

ଅଦ୍ୟତନ ହୋଇଛି
Air Marshal AP Singh

Air Marshal AP Singh

Advertisment

ଏୟାର ମାର୍ଶାଲ୍‌ ଏପି ସିଂହ ଆଜି ବାୟୁସେନାର ଉପମୁଖ୍ୟ ଭାବେ ନିଯୁକ୍ତି ପାଇଛନ୍ତି। ଏହି ଅବସରରେ ଆଜି ଏପି ସିଂହ ନୂଆ ଦିଲ୍ଲୀରେ ଜାତୀୟ ଯୁଦ୍ଧ ସ୍ମାରକୀ କ୍ଷେତ୍ର ପରିଦର୍ଶନ କରି ସହିଦ ସୈନିକଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି। ଏହା ପରେ ଭାରତୀୟ ବାୟୁସେନା ମୁଖ୍ୟାଳୟରେ ତାଙ୍କୁ ଗାର୍ଡ଼ ଅଫ ଅନର ଦିଆଯାଇଥିଲା। ଏୟାର ମାର୍ଶାଲ ସନ୍ଦୀପ ସିଂହ ପରେ ଏପି ସିଂହ ଏହି ଗୁରୁଦାୟିତ୍ୱ ନେବେ। ବାୟୁ ସେନାରେ ୩୯ ବର୍ଷେ ସେବା ପରେ ଗତ ଜାନୁଆରୀ ୩୧ ତାରିଖରେ ବାୟୁସେନାର ଉପମୁଖ୍ୟ ପଦରୁ ସନ୍ଦୀପ ସିଂହ ଅବସର ନେଇଛନ୍ତି । ନୂଆ ବାୟୁସେନାର ଉପମୁଖ୍ୟ ଏପି ସିଂହ ହେଉଛନ୍ତି ନ୍ୟାସନାଲ ଡିଫେନ୍ସ ଆକାଡେମି( ରାଷ୍ଟ୍ରୀୟ ପ୍ରତିରକ୍ଷା ଆକାଡେମି)ର ପୂର୍ବତନ ଛାତ୍ର ।

Advertisment

ବାୟୁ‌ସେନାର ଫାଇଟର୍‌ ବିଭାଗରେ ସେ ୧୯୮୪, ଡିସେମ୍ବର ୨୧ରେ ସାମିଲ ହୋଇଥିଲେ। ୫୦୦୦ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ସମୟ ପର୍ଯ୍ୟନ୍ତ ତାଙ୍କର ଉଡ଼ାଣ ଦକ୍ଷତା ରହିଛି। ନିଜ କ୍ୟାରିୟରରେ ଶ୍ରୀ ସିଂହ ଶକ୍ତିଶାଳୀ ଫାଇଟର ଜେଟ୍‌ ସ୍କ୍ୱାଡ୍ରନ୍‌ ଏବଂ ଫ୍ରଣ୍ଟଲାଇନ୍‌ ଏୟାର ବେସକୁ କମାଣ୍ଡି କରିବାରେ ତାଙ୍କର ବେଶ ଅଭିଜ୍ଞତା ରହିଛି। ଜଣେ ଟେଷ୍ଟ ପାଇଲଟ୍‌ ଭାବେ ମସ୍କୋର ଅତ୍ୟାଧୁନିକ ପ୍ରୋଜେକ୍ଟ ମ୍ୟାନେଜମେଣ୍ଟ ଟିମ୍‌ ଦ୍ୱାରା ପ୍ରସ୍ତୁତ ଏମଆଇଜି-୨୯ର ସେ ନେତୃତ୍ୱ ନେଇଥିଲେ।

ସେ ମଧ୍ୟ ନ୍ୟାସନାଲ ଫ୍ଲାଇଟ୍‌ ଟେଷ୍ଟ ସେଣ୍ଟରର ପ୍ରକଳ୍ପ ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରିଛନ୍ତି। ଯେଉଁଠି ସେ ଲାଇଟ୍‌ କମ୍ବାଟ୍‌ ଏୟାରକ୍ରାଫ୍ଟ(ତେଜାସ୍‌)କୁ ପରିଚାଳନାରେ ଚମତ୍କାର ଦକ୍ଷତା ପ୍ରଦର୍ଶିତ କରିଛନ୍ତି। ସେହିପରି ଦୀର୍ଘ ବର୍ଷ ଧରି ତାଙ୍କ ଅଭିଜ୍ଞତାରେ ଏପି ସିଂହ ବିଭିନ୍ନ ଯୁଦ୍ଧବିମାନ ଏବଂ ପ୍ରଶିକ୍ଷକ ବିମାନ ଉଡ଼ାଇଛନ୍ତି। ମିଗ୍‌ -୨୧, ମିଗ -୨୩ ଏମଏଫ, ମିଗ ୨୯ ଏବଂ ସୁଖୋଇ -୩୦ ଏମ୍‌କେଆଇ ଯୁଦ୍ଧ ବିମାନରେ କାର୍ଯ୍ୟକ୍ଷମ ଫ୍ଲାଇଙ୍ଗ ସହିତ ତାଙ୍କର ୫୦୦୦ଘଣ୍ଟାରୁ ଅଧିକ ଉଡ଼ାଣ ଅଭିଜ୍ଞତା ଅଛି। ସେ ମଧ୍ୟ ଅନେକ ଗୁରୁତ୍ୱପୂର୍ଣ୍ଣ ପଦବୀରେ କାର୍ଯ୍ୟ କରିଛନ୍ତି।

Advertisment
Indian AirForce
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe