Advertisment

ଦିଲ୍ଲୀରେ ଗ୍ରାପ୍-୪ କଟକଣା କୋହଳ; ଏବେ ବି ଟଳିନି ବିପଦ

ଦିଲ୍ଲୀ ଏବଂ ଏହାର ପଡୋଶୀ ଅଞ୍ଚଳରେ ଗ୍ରାପ୍-୨ ବଳବତ୍ତର ରହିବ। ବାୟୁ ଗୁଣବତ୍ତା ସୂଚକାଙ୍କ ୪୦୦ ଅତିକ୍ରମ କଲେ ପୁଣି ଲାଗୁ ହେବ ଚତୁର୍ଥ ପର୍ଯ୍ୟାୟ ପ୍ରତିବନ୍ଧକ।

Delhi Air Pollution (Representational Image)

Delhi Air Pollution (Representational Image)

Advertisment

ବାୟୁ ଗୁଣବତ୍ତାରେ ଉନ୍ନତି ପରେ ଦିଲ୍ଲୀ ଏବଂ ଏହାର ପଡୋଶୀ ଅଞ୍ଚଳରେ ପ୍ରଦୂଷଣକୁ ରୋକିବା ପାଇଁ ଲାଗୁ ହୋଇଥିବା GRAP ନିୟମକୁ କୋହଳ କରିଦିଆଯାଇଛି। ଗ୍ରେଡେଡ୍ ରେସପନ୍ସ ଆକ୍ସନ ପ୍ଲାନର ପର୍ଯ୍ୟାୟ -୪ ଏବଂ ୩ ରଦ୍ଦ କରିବାକୁ ନିଷ୍ପତ୍ତି ନିଆଯାଇଛି। ତେବେ ଏହି ସମସ୍ତ ଅଞ୍ଚଳରେ ଗ୍ରାପ୍-୨ ବଳବତ୍ତର ରହିବ। ଶୁଣାଣି ସମୟରେ ବାୟୁ ଗୁଣବତ୍ତା ପରିଚାଳନା ଆୟୋଗକୁ ଗ୍ରାପ୍-୩ର କିଛି ଅତିରିକ୍ତ ପଦକ୍ଷେପକୁ ଦ୍ୱିତୀୟ ପର୍ଯ୍ୟାୟରେ ଅନ୍ତର୍ଭୁକ୍ତ କରିବାକୁ ପରାମର୍ଶ ଦେଇଛନ୍ତି ସୁପ୍ରିମକୋର୍ଟ।

Advertisment

ଜଷ୍ଟିସ୍ ଅଭୟ ଏସ୍ ଓକା ଏବଂ ଜଷ୍ଟିସ୍ ଅଗଷ୍ଟାଇନ୍ ଜର୍ଜ ମାସିହଙ୍କ ଖଣ୍ଡପୀଠ କହିଛନ୍ତି ଯେ ଯଦି ବାୟୁ ଗୁଣବତ୍ତା ସୂଚକାଙ୍କ ୩୫୦ ଅତିକ୍ରମ କରେ, ତେବେ ତୃତୀୟ ପର୍ଯ୍ୟାୟ ପ୍ରତିବନ୍ଧକ ଲାଗୁ ହେବ ଏବଂ ଯଦି ବାୟୁ ଗୁଣବତ୍ତା ସୂଚକାଙ୍କ ୪୦୦ ଅତିକ୍ରମ କରେ, ତେବେ ଚତୁର୍ଥ ପର୍ଯ୍ୟାୟ ପ୍ରତିବନ୍ଧକ ପୁଣିଥରେ ଲାଗୁ ହେବ। କୋର୍ଟ କହିଛନ୍ତି ଯେ ଗତ ଚାରି ଦିନ ମଧ୍ୟରେ ଜାତୀୟ ରାଜଧାନୀ ଅଞ୍ଚଳରେ (ଏନସିଆର) AQI ସ୍ତର ୩୦୦ରୁ ଅଧିକ ହୋଇନାହିଁ।

GRAP ଓ ଏହାର ବିଭିନ୍ନ ପର୍ଯ୍ୟାୟ:
ଗ୍ରେଡେଡ୍ ରେସପନ୍ସ ଆକ୍ସନ ପ୍ଲାନ୍ ହେଉଛି ନିର୍ଦ୍ଦେଶାବଳୀ ଏବଂ ପଦକ୍ଷେପଗୁଡ଼ିକର ଏକ ସେଟ୍, ଯାହା ଦେଶର ଜାତୀୟ ରାଜଧାନୀ ଅଞ୍ଚଳ (NCR)ରେ ବାୟୁ ପ୍ରଦୂଷଣକୁ ମୁକାବିଲା କରିବା ପାଇଁ ଦୀର୍ଘ ଦିନ ହେବ କାର୍ଯ୍ୟକାରୀ ହୋଇଥିଲା। ଏହାର ୪ଟି ପର୍ଯ୍ୟାୟ ରହିଛି। ଗ୍ରାପ୍ -୧ ପ୍ରୟୋଗ ହୁଏ ଯେତେବେଳେ ବାୟୁ ଗୁଣବତ୍ତା ସୂଚକାଙ୍କ ୨୦୧ରୁ ୩୦୦ ଅର୍ଥାତ୍ ଖରାପ ଅବସ୍ଥାରେ ପହଞ୍ଚିଯାଏ। ଯେତେବେଳେ ଏହା ୩୦୧ ରୁ ୪୦୦ ପର୍ଯ୍ୟନ୍ତ ପହଞ୍ଚେ ଗ୍ରାପ୍-୨ ଲାଗୁ ହୁଏ। ଯେତେବେଳେ ବାୟୁ ଗୁଣବତ୍ତା ଗୁରୁତର ଭାବରେ ଖରାପ ବୋଲି ଧରାଯାଏ, ଅର୍ଥାତ AQI ୪୦୧ରୁ ୪୫୦ ଛୁଇଁଲେ, ଗ୍ରାପ୍ -୩ ଲାଗୁ ହୁଏ। ସେହିଭଳି AQI ୪୫୦ରୁ ଅଧିକ, ସାଂଘାତିକ ସ୍ଥିତିକୁ ଗଲେ ଗ୍ରାପ-୪ ଲାଗୁ କରାଯାଏ।

Advertisment

ଗ୍ରାପ୍-୨ରେ କ'ଣ ରହିବ କଟକଣା:
ଗ୍ରାପର ଦ୍ୱିତୀୟ ପର୍ଯ୍ୟାୟରେ ଦିଲ୍ଲୀରେ ଅନେକ ପ୍ରକାର ପ୍ରତିବନ୍ଧକ ଜାରି ରହିବ। ଏହି କଟକଣାରେ ଡାକ୍ତରଖାନା, ରେଳ ଏବଂ ମେଟ୍ରୋ ସେବା ବ୍ୟତୀତ ଅନ୍ୟ ସ୍ଥାନରେ ଡିଜେଲ ଚାଳିତ ଜେନେରେଟର ବ୍ୟବହାର ନିଷେଧ ରହିବ। ପ୍ରତିଦିନ ରାସ୍ତାଘାଟ ସଫା ସାଙ୍ଗକୁ ପାଣି ସ୍ପ୍ରେ କରାଯିବ। ଏହା ବ୍ୟତୀତ କୋଇଲା ଓ କାଠ ଜାଳିବା ଉପରେ ନିଷେଧାଦେଶ ରହିଛି। ଆହୁରି ମଧ୍ୟ, କାରଖାନାଗୁଡ଼ିକରେ କେବଳ ଉପଯୁକ୍ତ ଇନ୍ଧନ ବ୍ୟବହୃତ ହେବ। ଜନସାଧାରଣଙ୍କ ପରିବହନର ସର୍ବାଧିକ ବ୍ୟବହାର ରୋକିବା ପାଇଁ ପାର୍କିଂ ଫି ବୃଦ୍ଧି କରାଯାଇଛି। ନିର୍ମାଣ ସ୍ଥାନଗୁଡିକରେ ଯାଞ୍ଚ ମଧ୍ୟ ବୃଦ୍ଧି କରାଯାଇଛି।

Supreme Court Delhi Pollution Delhi Air Pollution Delhi NCR GRAP 4 Revoked In Delhi
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe