Advertisment

ବଢ଼ିଲା ପ୍ରଦୂଷଣ: ରେଡ୍‌ ଲାଇଟ୍‌ ଅନ୍‌, ଗାଡ଼ି ଅଫ୍‌

ଶୀତ ବଢ଼ିବା ସହ ବଢ଼ି ଚାଲିଛି ପ୍ରଦୂଷଣ।

Delhi pollution

Delhi pollution

Advertisment

ଧୀରେ ଧୀରେ ବଢ଼ିଲାଣି ପ୍ରଦୂଷଣ। ଅଳ୍ପ ଶୀତରେ ଗ୍ୟାସ ଚାମ୍ବର ପାଲଟିଗଲାଣି ରାଜଧାନୀ। ଯୁଆଡେ ଚାହିଁବ ସିଆଡେ କେବଳ ଧୂଆଁମୟ ଦେଖାଯାଉଛି। ଅତ୍ୟନ୍ତ ଖରାପ ସ୍ତରକୁ ଖସିଗଲାଣି ବାୟୁର ଗୁଣବତ୍ତା। ଏହାକୁ ସୁଧାରିବା ପାଇଁ ଏବେ ଦିଲ୍ଲୀ ପରିବେଶ ମନ୍ତ୍ରୀ ଅଣ୍ଟା ଭିଡିଛନ୍ତି। 'ରେଡ୍‌ ଲାଇଟ୍‌ ଅନ୍‌, ଗାଡି ଅଫ୍‌' ଅଭିଯାନ ଆରମ୍ଭ କରିଛନ୍ତି।

Advertisment

ଦିଲ୍ଲୀରେ ଶୀତ ବଢ଼ିବା ସହ ବଢ଼ି ଚାଲିଛି ପ୍ରଦୂଷଣ। ଆଗକୁ ଏହା ଆହୁରି ଭୟଙ୍କର ରୂପ ନେଇପାରେ। ତେଣୁ ସମୟ ଥାଉ ଥାଉ ସଜାଗ ହୋଇଛନ୍ତି ସରକାର। ରାଜଧାନୀର ପ୍ରଦୂଷଣକୁ ଦୃଷ୍ଟିରେ ରଖି ପରିବେଶ ମନ୍ତ୍ରୀ ଗୋପାଳ ରୟ ଏକ ବୈଠକ ଡାକିଥିଲେ। ଏହି ବୈଠକରେ ଅଫିସରମାନଙ୍କୁ ସେ ତାଗିଦ କରିଛନ୍ତି। ଏଥିସହ ଆସନ୍ତା ୨୬ ତାରିଖରୁ ରାଜଧାନୀରେ 'ରେଡ୍‌ ଲାଇଟ୍‌ ଅନ୍‌, ଗାଡି ଅଫ୍‌' ଅଭିଯାନ ଆରମ୍ଭ କରିବାକୁ ଘୋଷଣା କରିଛନ୍ତି। ରେଡ୍‌ ଲାଇଟ୍‌ରେ ଅପେକ୍ଷା କରିବା ସମୟରେ ଲୋକଙ୍କୁ ଇଞ୍ଜିନ୍‌ ବନ୍ଦ କରିବାକୁ ଉତ୍ସାହିତ କରି ସହରରେ ବାୟୁ ପ୍ରଦୂଷଣ ହ୍ରାସ କରିବା ଏହି ଅଭିଯାନର ଲକ୍ଷ୍ୟ। 

ଦିଲ୍ଲୀରେ ଏବେବି ଅଡ୍‌ ଇଭେନ ଜାରି ରହିଛି। ଦଶହରା ବେଳେ ଦିଲ୍ଲୀରେ ବାଣ ଫୁଟାଇବା ଉପରେ ରୋକ ଲଗାଯାଇଛି। ବାୟୁ ପ୍ରଦୂଷଣ ହ୍ରାସ କରିବା ଦିଗରେ ସାହାଯ୍ୟ କରିବାକୁ ଦିଲ୍ଲୀବାସୀଙ୍କୁ ଗୋପାଳ ରାୟ ନିବେଦନ କରିଛନ୍ତି।

Advertisment

ଏବେ ଦିଲ୍ଲୀରେ ଜିଆର୍‌ଏପି(ଗ୍ରେଡେଡ୍‌ ରେସ୍‌ପନ୍ସ ଆକ୍ସନ ପ୍ଲାନ) ଫେଜ୍‌ -୨ କଟକଣା ଲାଗୁ କରାଯାଇଛି। ଏଥିପାଇଁ ୨୮ଟି ବିଭାଗକୁ ନେଇ ଏହି ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ୧୩ଟି ହଟ୍‌ସ୍ପଟ୍‌ ବ୍ୟତୀତ ୮ଟି ପଏଣ୍ଟ ଚିହ୍ନଟ କରାଯାଛି, ଯେଉଁଠାରେ ବାୟୁର ଗୁଣବତ୍ତା ୩୦୦ରୁ ଅଧିକ ଥିବା ରେକର୍ଡ କରାଯାଇଛି। ସେଥିପାଇଁ ଏହି ୮ଟି ସ୍ଥାନରେ ସ୍ୱତନ୍ତ୍ର ଟିମ୍‌ ନିୟୋଜିତ କରବାକୁ ନିର୍ଦ୍ଦେଶ ଦିଆଯାଇଛି। ଯେଉଁ ପାଣି ସିଞ୍ଚନ କରାଯାଉଥିଲା ଏବେ ସେଥିରେ ପ୍ରଦୂଷଣ ରୋକିବା ପାଇଁ ଏକ ପ୍ରକାର ପାଉଡର୍ ମିଶା ଯାଇ ସିଞ୍ଚନ କରାଯିବ ବୋଲି କୁହାଯାଇଛି।

ଦିଲ୍ଲୀରେ ବାୟୁର ମାନ ଅତି ଖରାପ ସ୍ତରକୁ ଚାଲିଯାଇଥିବାରୁ ଜାତୀୟ ଗ୍ରିନ୍‌ ଟ୍ରିବୁନାଲ ବା ଏନ୍‌ଜିଟି ଉକ୍ତ ପ୍ରସଙ୍ଗରେ ହସ୍ତକ୍ଷେପ କରିଛନ୍ତି। କେନ୍ଦ୍ର, ଦିଲ୍ଲୀ ସରକାର ଓ ଏମ୍‌ସିଡି (ମୁନିସିପାଲ କର୍ପୋରେସନ ଅଫ୍‌ ଦିଲ୍ଲୀ)ଠାରୁ ଆକ୍ସନ ଟେକେନ୍‌ ରିପୋର୍ଟ ମାଗିଛନ୍ତି।

Delhi Delhi Air Pollution
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe