Advertisment

୨୩ ବର୍ଷରେ ପ୍ରଥମ, କ୍ରାଶ ହେଲା 'ତେଜସ୍‌'

ଯୁଦ୍ଧାଭ୍ୟାସ୍‌ରେ ସାମିଲ ହେବାକୁ ଯାଉଥିବା ବେଳେ ବୟଜ୍‌ ହଷ୍ଟେଲ ନିକଟରେ ଏହି ଯୁଦ୍ଧ ବିମାନଟି କ୍ରାଶ୍‌ ହୋଇ ଖସି ପଡିଛି

ଅଦ୍ୟତନ ହୋଇଛି
army-plane-carshed

army-plane-carshed

Advertisment

କ୍ରାଶ୍ ହେଲା ଭାରତୀୟ ବାୟୁସେନାର ଲଢ଼ୁଆ ବିମାନ। ରାଜସ୍ଥାନ ଜୈସଲମେରର ଜବାହର ନଗର ନିକଟରେ ବାୟୁସେନା ବିମାନ ତେଜସ ଦୁର୍ଘଟଣାଗ୍ରସ୍ତ ହୋଇଛି। ଯୁଦ୍ଧାଭ୍ୟାସ୍‌ରେ ସାମିଲ ହେବାକୁ ଯାଉଥିବା ବେଳେ ବୟଜ୍‌ ହଷ୍ଟେଲ ନିକଟରେ ଏହି ଯୁଦ୍ଧ ବିମାନଟି କ୍ରାଶ୍‌ ହୋଇ ଖସି ପଡିଛି। ୨୩ ବର୍ଷ ଭିତର ପ୍ରଥମ ଥର ପାଇଁ ଭାରତୀୟ ସେନାର ସେବା ଯୋଗାଇ ଆସୁଥିବା ଲଢ଼ୁଆ ବିମାନ ତେଜସ ଦୁର୍ଘଟଣାଗ୍ରସ୍ତ ହୋଇଛି। 

Advertisment

ମିଳିଥିବା ସୂଚନା ମୁତାବକ, ବିମାନଟି ଦୁର୍ଘଟଣାଗ୍ରସ୍ତ ହୋଇ ସିଧା ମେଘବାଲ ହଷ୍ଟେଲ ପାଖରେ ପଡିଥିଲା। ଏହାପରେ ଏଥିରେ ଭୟଙ୍କର ବିସ୍ଫୋରଣ ହୋଇଥିଲା। ଫଳରେ ଆଖପାଖ ଅଞ୍ଚଳରେ ବ୍ୟାପକ ଧୂଆଁ ବ୍ୟାପୀ ଯାଇଥିଲା। ସେହିପରି ସ୍ଥାନୀୟ ଅଞ୍ଚଳର ଲୋକେ ଭୟଭୀତ ମଧ୍ୟ ହୋଇପଡିଥିଲେ। ତେବେ ଏହି ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି ପାଇଲଟ୍‌। ସଠିକ୍ ସମୟରେ ପାଇଲଟ ଜଣକ ପ୍ଲେନରୁ ଡେଇଁ ପଡିବା କାରଣରୁ ତାଙ୍କ ଜୀବନ ବଞ୍ଚିଯାଇଛି।

ଦୁର୍ଘଟଣାଗ୍ରସ୍ତ ହେଇଥିବା ଭାରତୀୟ ସେନାର ଏହି ଏୟାରକ୍ରାଫ୍ଟ ଲାଇଟ୍ କମ୍ବାକ୍ଟ ଏୟାରକ୍ରାଫ୍ଟ ତେଜସ୍ ଥିଲା। ଦୁର୍ଘଟଣା ସମୟରେ ଏହା ଅପରେସନାଲ ଟ୍ରେନିଂରେ ରହିଥିଲା। ତେବେ କେଉଁ କାରଣରୁ ଏହି ଦୁର୍ଘଟଣା ହେଲା। ତା'ର କାରଣ ଜାଣିବା ଲାଗି କୋର୍ଟ ଅଫ୍‌ ଇନ୍‌କ୍ୱାୟରୀ ପାଇଁ ନିର୍ଦ୍ଦେଶ ଦିଆଯାଇଛି।

Advertisment

Jaisalmer Chopper Indian Navy Rajasthan Tejas Aircraft Chopper Crash 
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe