Advertisment

ଓଡ଼ିଶା ଟ୍ରେନ ଟ୍ରାଜେଡି ପରେ ବିମାନ ଟିକେଟ ଦାମ ୩ ଗୁଣ ବଢ଼ିଲା

ଏହି ଟ୍ରେଣ୍ଡ ଆହୁରି କିଛି ଦିନ ଜାରି ରହିବ। କାରଣ ଏହିସବୁ ରୁଟ୍‌ରେ ଟିକେଟ ଚାହିଦା ଅଧିକ ରହିଛି। ଲୋକମାନେ ଅଧିକରୁ ଅଧିକ ଦାମ ଦେଇ ବିମାନ ଯାତ୍ରା ମଧ୍ୟ କରୁଛନ୍ତି।

Flight

Flight

Advertisment

ଓଡ଼ିଶାର ବାଲେଶ୍ୱର ଜିଲ୍ଲା ବାହାନଗାରେ ଘଟିଥିବା ଭୟଙ୍କର ଟ୍ରେନ ଦୁର୍ଘଟଣା ପରେ ଲୋକଙ୍କ ମନରେ ଛନକା ପଶିଛି। ଲୋକମାନେ ଟ୍ରେନ ଅପେକ୍ଷା ବିମାନରେ ଯିବାକୁ ବେଶୀ ପସନ୍ଦ କରୁଛନ୍ତି। ଏଥିପାଇଁ ବିଭିନ୍ନ ସ୍ଥାନକୁ ଯିବା ପାଇଁ ବିମାନ ଭଡ଼ା ମଧ୍ୟ ବଢ଼ିବା ଆରମ୍ଭ ହୋଇଛି।

Advertisment

ବିଶେଷ କରି ବିଶାଖାପଟନମରୁ ହାଇଦ୍ରାବାଦ, ଦିଲ୍ଲୀ ଓ ଆଉ କିଛି ସ୍ଥାନର ବିମାନ ଭଡ଼ା ୫ ଦିନ ମଧ୍ୟରେ ୩ ଗୁଣ ବଢ଼ି ଯାଇଛି। ଏହି ଟ୍ରେଣ୍ଡ ଆହୁରି କିଛି ଦିନ ଜାରି ରହିବ। କାରଣ ଏହିସବୁ ରୁଟ୍‌ରେ ଟିକେଟ ଚାହିଦା ଅଧିକ ରହିଛି। ଲୋକମାନେ ଅଧିକରୁ ଅଧିକ ଦାମ ଦେଇ ବିମାନ ଯାତ୍ରା ମଧ୍ୟ କରୁଛନ୍ତି।

ଗତ ଶୁକ୍ରବାର କରମଣ୍ଡଳ ଏକ୍ସପ୍ରେସ ବାଲେଶ୍ୱର ଠାରେ ଦୁର୍ଘଟଣାଗ୍ରସ୍ତ ହେବା ପରେ ଏହି ରୁଟ ଦେଇ ଯାତାୟାତ କରୁଥିବା ଅଧିକାଂଶ ଟ୍ରେନକୁ ବାତିଲ କରାଯାଇଥିଲା। ଫଳରେ ଲୋକମାନେ ବିମାନ ସେବାକୁ ଆପଣାଇବାକୁ ବାଧ୍ୟ ହୋଇଥିଲେ। ଏବେ ଉକ୍ତ ରୁଟ୍‌ରେ ଲାଇନ କ୍ଲିୟର ହୋଇ ସାରିଲାଣି। ତେବେ ଖରା ଛୁଟି ଚାଲିଥିବା ବେଳେ ସ୍କୁଲ ଗୁଡ଼ିକ ମଧ୍ୟ ଆଉ କିଛି ଦିନ ପରେ ଖୋଲିବ। ତେଣୁ ଟ୍ରେନ ଟିକେଟ ମଧ୍ୟ ଲୋକମାନଙ୍କୁ ଠିକ ଭାବେ ମିଳିପାରୁ ନାହିଁ।

Advertisment

ଟ୍ରାଭେଲ ଏଜେଣ୍ଟମାନଙ୍କ କହିବା କଥା ଯେ ଜୁନ୍ ୩ ତାରିଖ ସକାଳେ ଟ୍ରେନ ଦୁର୍ଘଟଣା କଥା ପ୍ରଚାର ହେବା ପରେ ଯାତ୍ରୀମାନେ ବିମାନ ଟିକେଟ ପାଇଁ ଉଦ୍ୟମ ଆରମ୍ଭ କରିଥିଲେ। କୋଲକାତାରୁ ଦକ୍ଷିଣ ପ୍ରାନ୍ତରେ ଥିବା ରାଜ୍ୟଗୁଡ଼ିକର ବିମାନ ଟିକେଟ ଦୁଇ ଗୁଣ ବୃଦ୍ଧି ପାଇଥିଲା। ଟିକେଟ ଚାହିଦା ବଢ଼ିବାରୁ ଭୁବନେଶ୍ୱର, ବିଶାଖାପଟନମ, ହାଇଦ୍ରାବାଦ, ଚେନ୍ନାଇ ଓ ବେଙ୍ଗାଲୁରୁ ରୁଟର ବିମାନ ଟିକେଟ ମଧ୍ୟ ଶନିବାର ଠାରୁ ଆକାଶ ଛୁଆଁ ହୋଇଛି।

ଦୁର୍ଘଟଣାର ଦୁଇ ଦିନ ଯାଏ ବିଶାଖାପଟନମ-ହାଇଦ୍ରାବାଦ ଓ ବିଶାଖାପଟନମ-ଦିଲ୍ଲୀ ମଧ୍ୟରେ ସେବା ଯୋଗାଉଥିବା ବିମାନ ଟିକେଟ ଆଦୌ ମିଳି ନଥିଲା। ଦୁର୍ଘଟଣାକୁ ୮ ଦିନ ପୂରିଥିଲେ ମଧ୍ୟ ଟିକେଟର ଦାମ କମି ନାହିଁ। ଏବେ ବି ହାଇଦ୍ରାବାଦ ଓ ନୂଆଦିଲ୍ଲୀକୁ ସିଧାସଳଖ ଯାଉଥିବା ବିମାନର ଟିକେଟ ମିଳୁନାହିଁ।

ୱାନ ଷ୍ଟପ ଫ୍ଲାଇଟର ଟିକେଟ ଦାମ ୩ ଗୁଣ ବଢ଼ିଥିବା ବେଳେ ନନ ଷ୍ଟପ ଫ୍ଲାଇଟର ଟିକେଟ ମିଳୁ ନଥିବା ଡିଏସ ବର୍ମା ନାମକ ଜଣେ ଯାତ୍ରୀ କହିଛନ୍ତି। ଭାଇଜାକରୁ ହାଇଦ୍ରାବାଦ ଓ ଦିଲ୍ଲୀ ଯାଉଥିବା ବିମାନ ଟିକେଟ ରବିବାର ଯାଏ ନାହିଁ।

ବିମାନ ଟିକେଟର ଦାମ ୩ ଗୁଣ ବଢ଼ିଥିବାରୁ ଲୋକମାନଙ୍କ ମଧ୍ୟରେ ଅସନ୍ତୋଷ ମଧ୍ୟ ପ୍ରକାଶ ପାଇଛି।

Odisha Indigo Airlines Train Accident Train Tragedy
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe