Advertisment

ବାୟୁସେନାର ଦୁଇ ଲଢ଼ୁଆ ବିମାନ କ୍ରାଶ୍‌, ଜଣେ ମୃତ

ଆଜି ଭୋରରେ ଅଭ୍ୟାସ ନିମନ୍ତେ ଏହି ଦୁଇଟି ଲଢ଼ୁଆ ବିମାନ ଗୋଆଲିୟର୍‌ ସ୍ଥିତ ମହାରାଜପୁର ବିମାନଘାଟିରୁ ଉଡ଼ାଣ ଆରମ୍ଭ କରିଥିଲେ।

author-image
Madhupriya Mistry
ଅଦ୍ୟତନ ହୋଇଛି
Indian air force jets crash

Indian air force jets crash

ଦୁର୍ଘଟଣାଗ୍ରସ୍ତ ହେଲା ଦୁଇ ଲଢ଼ୁଆ ବିମାନ। ମଧ୍ୟପ୍ରଦେଶର ମୋରାନରେ ବାୟୁସେନାର ସୁଖୋଇ-୩୦ ଓ ମିରେଜ୍‌-୨୦୦୦ ବିମାନ କ୍ରାଶ ହୋଇଛି। ଏନେଇ ‘ଦିଲ୍ଲୀ ଡିଫେନ୍ସ ରିଭ୍ୟୁ’ ଟୁଇଟ୍‌ କରି ସୂଚନା ଦେଇଛି। ଏଥିରେ ଜଣେ ପାଇଲଟ୍‌ଙ୍କ ମୃତ୍ୟୁ ହୋଇଛି।

Advertisment

ମିଳିଥିବା ସୂଚନା ମୁତାବକ, ଆଜି ଭୋରରେ ଅଭ୍ୟାସ ନିମନ୍ତେ ଏହି ଦୁଇଟି ଲଢ଼ୁଆ ବିମାନ ଗୋଆଲିୟର୍‌ ସ୍ଥିତ ମହାରାଜପୁର ବିମାନଘାଟିରୁ ଉଡ଼ାଣ ଆରମ୍ଭ କରିଥିଲା। ଦୁର୍ଘଟଣା ପରେ ତଲାସି ଓ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଛି।

ଦୁର୍ଘଟଣା ପରେ ବାୟୁସେନା ଘଟଣାର ତଦନ୍ତ ପାଇଁ କୋର୍ଟ ଅଫ୍ ଇନ୍‌କ୍ୱାରୀ ଗଠନ କରିଛି। ଦୁଇଟି ବିମାନ ପରସ୍ପର ମଧ୍ୟରେ ଧକ୍କା ହେବା ପରେ ଦୁର୍ଘଟଣା ଘଟିଛି ନା ଅନ୍ୟ କୌଣସି କାରଣ ରହିଛି ସେ ନେଇ ତଦନ୍ତ ହେବ।  

Advertisment

ସୂଚନା ଅନୁଯାୟୀ, ଦୁର୍ଘଟଣା ସମୟରେ ସୁଖୋଇ-୩୦ରେ ଦୁଇଜଣ ପାଇଲଟ୍ ଥିବାବେଳେ ମିରାଜ୍-୨୦୦୦ରେ ଜଣେ ପାଇଲଟ୍ ଥିଲେ। ଦୁଇ ଜଣ ପାଇଲଟ୍‌ଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଥିବା ବେଳେ ମିରାଜ ଲଢ଼ୁଆ ବିମାନରେ ଥିବା ଜଣେ ପାଇଲଟ୍‌ଙ୍କ ମୃତ୍ୟୁ ହୋଇଛି।  ସେହିପରି ସୁଖୋଇରୁ ଉଦ୍ଧାର ହୋଇଥିବା ଦୁଇ ଜଣ ପାଇଲଟ୍‌ଙ୍କ ମଧ୍ୟରୁ ଜଣେ ଗୁରୁତର ଅଛନ୍ତି। ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।  

Indian AirForce