ଗତକାଲି ବେଙ୍ଗାଲୁରୁରେ ଥିବା ୩ ପ୍ରସିଦ୍ଧ କଲେଜକୁ ବୋମା ବିସ୍ଫୋରଣର ଧମକ ମିଳିଥିବା ବେଳେ ଏହାପରେ ରାଜସ୍ଥାନ ଜୟପୁରରେ ଥିବା ଦୁଇ ହୋଟେଲକୁ ମିଳିଛି ଧମକ । ଏନେଇ CISF ପାଖକୁ ଏକ ଅଜଣା ମେଲ୍ ଆସିଛି।
Advertisment
ତୁରନ୍ତ ସମ୍ପୃକ୍ତ ଅଞ୍ଚଳରେ ହାଇ ଆଲର୍ଟ ଜାରି କରାଯାଇ ତନ ତନ କରି ସନ୍ଧାନ କରାଯାଇଥିଲା। ମାତ୍ର କୌଣସି ବୋମା କିମ୍ବା ବିସ୍ଫୋରକ ଦ୍ରବ୍ୟ ମିଳି ନ ଥିଲା।
ଜୟପୁର ଏୟାପୋର୍ଟର SHO ସନ୍ଦୀପ ବସେରାଙ୍କ ସୂଚନା ଅନୁଯାୟୀ, ଗତକାଲି ଅପରାହ୍ନ ସମୟରେ ଜଣେ ଅଜଣା ବ୍ୟକ୍ତି ଆମ ନିକଟକୁ ମେଲ୍ ପଠାଇଥିଲେ। ଉକ୍ତ ମେଲ୍ରେ ଦୁଇ ହୋଟଲକୁ ଉଡ଼ାଇ ଦେବାକୁ ଧମକ ଦିଆଯାଇଥିଲା। ପୁଲିସ୍ ଏହି ମାମଲାର ଯାଞ୍ଚ କରୁଥିବା ବେଳେ ମେଲ୍ ପଠାଇଥିବା ବ୍ୟକ୍ତିଙ୍କ ସନ୍ଧାନ କରୁଛି।
Advertisment
ଗତକାଲି ବେଙ୍ଗାଲୁରୁର ୩ ପ୍ରତିଷ୍ଠିତ କଲେଜକୁ ବୋମାରେ ଉଡ଼ାଇ ଦେବାକୁ ଧମକ ଦିଆଯାଇଥିବା ବେଳେ ତା’ ପୂର୍ବରୁ ରାଜସ୍ଥାନର ହନୁମାନଗଡ଼ରେ ବହୁ ରେଳ ଷ୍ଟେଶନକୁ ଉଡ଼ାଇ ଦେବାର ଏକ ଚିଠି ମିଳିଥିଲା ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
