Advertisment

ବିଶ୍ୱ ବ୍ୟାଙ୍କର ନେତୃତ୍ୱ ନେବେ ଅଜୟ ବାଙ୍ଗା

ସାଧାରଣତଃ ବିଶ୍ୱବ୍ୟାଙ୍କର ମୁଖ୍ୟ ଆମେରିକାନ ହୋଇଥାଆନ୍ତି। ସେହିପରି ଆଇଏମଏଫ ମୁଖ୍ୟ ପଦ ୟୁରୋପୀୟଙ୍କ ପାଖରେ ରହେ।

Ajay Banga

Ajay Banga

Advertisment

ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ମାଷ୍ଟରକାର୍ଡର ପୂର୍ବତନ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଅଜୟ ବାଙ୍ଗାଙ୍କୁ ଗୁରୁଦାୟିତ୍ୱ ଦେଇଛନ୍ତି। ସେ ୱାଶିଂଟନ ପକ୍ଷରୁ ଶ୍ରୀ ବାଙ୍ଗାଙ୍କୁ ବିଶ୍ୱବ୍ୟାଙ୍କର ନେତୃତ୍ୱ ନେବାକୁ ମନୋନୀତ କରିଛନ୍ତି। ବିଶ୍ୱବ୍ୟାଙ୍କର ମୁଖ୍ୟ ଭାବେ କାମ କରୁଥିବା ଡାଡିଭ ମାଲପାସ୍‌ କାର୍ଯ୍ୟକାଳ ପୂରଣ ଆଗରୁ ପଦ ଛାଡ଼ିବାକୁ ଚାହୁଁଥିବା ମତ ରଖିଥିଲେ। ସେ ପଦ ଛାଡ଼ିବାକୁ ଯାଉଥିବାରୁ ଶ୍ରୀ ବାଙ୍ଗା ଏବେ ବିଶ୍ୱବ୍ୟାଙ୍କ ମୁଖ୍ୟ ଭାବେ କାମ କରିବେ।

Advertisment

ସାଧାରଣତଃ ବିଶ୍ୱବ୍ୟାଙ୍କର ମୁଖ୍ୟ ଆମେରିକାନ ହୋଇଥାଆନ୍ତି। ସେହିପରି ଆଇଏମଏଫ ମୁଖ୍ୟ ପଦ ୟୁରୋପୀୟଙ୍କ ପାଖରେ ରହେ। ହେଲେ ଭାରତୀୟ ବଂଶୋଦ୍ଭବ ଆମେରିକା ନାଗରିକ ବାଙ୍ଗା ନୂଆ ଇତିହାସ ସୃଷ୍ଟି କରିବାକୁ ଯାଉଛନ୍ତି। ୬୩ ବର୍ଷୀୟ ବାଙ୍ଗା ବର୍ତ୍ତମାନ ଇକ୍ୟୁଟି ଫାର୍ମ ଜେନେରାଲ ଆଟଲାନଟିକର ଉପ ମୁଖ୍ୟ ଭାବେ କାର୍ଯ୍ୟ କରୁଛନ୍ତି।

ଏହାପୂର୍ବରୁ ସେ ମାଷ୍ଟରକାର୍ଡର ସିଇଓ ଥିଲେ। ତାଙ୍କ ପାଖରେ ବିଭିନ୍ନ ଆର୍ଥିକ ସମସ୍ୟାକୁ ମୁକାବିଲାର କରିବାର ଅଭିଜ୍ଞତା ଥିବାରୁ ରାଷ୍ଟ୍ରପତି ବାଇଡେନ ତାଙ୍କୁ ବିଶ୍ୱବ୍ୟାଙ୍କର ନେତୃତ୍ୱ ନେବାକୁ କହିଛନ୍ତି।

Advertisment

ବାଇଡେନ କ୍ଷମତାକୁ ଆସିବା ପରେ ଅର୍ଥାତ ୨୦୧୯ ମାଲପାସ ବିଶ୍ୱବ୍ୟାଙ୍କର ମୁଖ୍ୟ ହୋଇଥିଲା। ହେଲେ ଗତ ସପ୍ତାହରେ ସେ କାର୍ଯ୍ୟକାଳ ପୂରଣ ହେବାର ବର୍ଷକ ପୂର୍ବରୁ ପଦ ଛାଡ଼ିବାକୁ ଚାହୁଁଥିବା କହିଥିଲେ। ତାଙ୍କ କାର୍ଯ୍ୟକାଳ ୨୦୨୪ରେ ସରିବାର ଥିଲା। ହେଲେ ଏବେ ବାଙ୍ଗା ବିଶ୍ୱବ୍ୟାଙ୍କର ମୁଖିଆ ହେବାକୁ ଯାଉଛନ୍ତି।

Imf USA
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe