Advertisment

ଅଜିତ ଡୋଭାଲ ଓ ପିକେ ମିଶ୍ରଙ୍କୁ ପୁନଃ ନିଯୁକ୍ତି ଦେଲେ କେନ୍ଦ୍ର ସରକାର

ପିକେ ମିଶ୍ର ହେଉଛନ୍ତି ଗୁଜରାଟ କ୍ୟାଡରର ପୂର୍ବତନ ଆଇଏଏସ ଓ ଓଡ଼ିଆ ପୁଅ।

author-image
Hemant Lenka
PK Mishra

PK Mishra

ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ଓ ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ଭାବେ ପିକେ ମିଶ୍ରଙ୍କୁ ପୁନଃ ନିଯୁକ୍ତି ଦେଇଛନ୍ତି କେନ୍ଦ୍ର ସରକାର। ଉଭୟଙ୍କ କାର୍ଯ୍ୟକାଳ ଜୁନ ୧୦ରୁ ଆରମ୍ଭ ହୋଇ ସାରିଛି।

Advertisment

ସରକାର ପକ୍ଷରୁ ଜାରି ବିଜ୍ଞପ୍ତିରେ କୁହାଯାଇଛି ଯେ ଡୋଭାଲ ଓ ପିକେ ମିଶ୍ର ବର୍ତ୍ତମାନର ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟକାଳ ଶେଷ ହେବା ଯାଏ କିମ୍ବା ପରବର୍ତ୍ତୀ ନିର୍ଦ୍ଦେଶ ଯାଏ ନିଜ ନିଜ ପଦବୀରେ କାମ କରିବେ। ଏହାର ଅର୍ଥ ନରେନ୍ଦ୍ର ମୋଦି ପ୍ରଧାନମନ୍ତ୍ରୀ ଥିବା ଯାଏ କିମ୍ବା ପରବର୍ତ୍ତୀ ନିର୍ଦ୍ଦେଶ ଯାଏ ଉଭୟ କାମ କରିବେ।

ଉଭୟଙ୍କୁ ପୂର୍ବ ଭଳି କ୍ୟାବିନେଟ ମନ୍ତ୍ରୀର ପାହ୍ୟା ମିଳିଛି। ପିକେ ମିଶ୍ର ହେଉଛନ୍ତି ଗୁଜରାଟ କ୍ୟାଡରର ପୂର୍ବତନ ଆଇଏଏସ ଓ ଓଡ଼ିଆ ପୁଅ। ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରମୁଖ ସଚିବ ଭାବେ ୨୦୧୯ରୁ କାର୍ଯ୍ୟ କରୁଛନ୍ତି। ତାଙ୍କ ପୂର୍ବରୁ ନୃପେନ୍ଦର ମିଶ୍ରା ଏହି ପଦରେ ରହିଥିଲେ। ମୋଦିଙ୍କ ପ୍ରମୁଖ ସଚିବ ହେବା ଆଗରୁ ପିକେ ମିଶ୍ର ପ୍ରଧାନମନ୍ତ୍ରୀଙ୍କ ଅତିରିକ୍ତ ପ୍ରମୁଖ ସଚିବ ପଦରେ ରହିଥିଲେ।

Advertisment

ନିଯୁକ୍ତି ସଂକ୍ରାନ୍ତ କ୍ୟାବିନେଟ ପ୍ରଧାନମନ୍ତ୍ରୀଙ୍କ ପରାମର୍ଶଦାତା ଭାବେ ପୁଣିଥରେ ଅମିତ ଖାରେ ଓ ତରୁନ କପୁରଙ୍କୁ ନିଯୁକ୍ତି ଦେଇଛନ୍ତି। ଜୁନ ୧୦ରୁ ଉଭୟ ୨ ବର୍ଷ ପାଇଁ ପୁନଃ ନିଯୁକ୍ତି ପାଇଛନ୍ତି।

ଗୁଇନ୍ଦା ବିଭାଗର ପୂର୍ବତନ ମୁଖ୍ୟ ଶ୍ରୀ ଡୋଭାଲ ହେଉଛନ୍ତି ପ୍ରଧାନମନ୍ତ୍ରୀ ମୋଦିଙ୍କ ଅନ୍ୟତମ ବିଶ୍ୱସ୍ତ ଅଧିକାରୀ। ସେ ୨୦୧୪ରୁ ଦେଶର ଜାତୀୟ ସୁରକ୍ଷା ପରମର୍ଶଦାତା ଭାବେ କାର୍ଯ୍ୟ କରି ଆସୁଛନ୍ତି। ୧୯୬୮ କେରଳ କ୍ୟାଡରର ଆଇପିଏସ ଅଫିସର ଡୋଭାଲଙ୍କ କୀର୍ତ୍ତି ଚକ୍ର ଓ ଅଶୋକ ଚକ୍ର ସମ୍ମାନରେ ସମ୍ମାନୀତ କରାଯାଇଛି।

Ajit Doval PK Mishra