Advertisment

Pawar Parivar: ନିର୍ବାଚନ ପାଇଁ ଏକାଠି ହେଲେ ପାୱାର ଦାଦା-ପୁତୁରା

ଜାନୁଆରୀ ୧୫ରେ ମହାରାଷ୍ଟ୍ରର ସମସ୍ତ ୨୯ଟି ଯାକ ପୌର ନିଗମରେ ନିର୍ବାଚନ ହେବ। ଏହାର ଦିନକ ପରେ ଭୋଟ ଗଣତି ସହ ଫଳାଫଳ ପ୍ରକାଶ ପାଇବ। ଏଥିପାଇଁ ନାମାଙ୍କନ ଦାଖଲର ଶେଷ ତାରିଖ ହେଉଛି ଡିସେମ୍ବର ୩୦।

Pawar

ଅଜିତ ଓ ଶରଦ ପାୱାର (ଫାଇଲ ଫଟୋ)

Advertisment

ନିର୍ବାଚନ ପାଇଁ ଏକାଠି ହୋଇଛନ୍ତି ପାୱାର ଦାଦା-ପୁତୁରା। କ୍ଷମତା ଦଖଲ ପାଇଁ ଅଲଗା ହୋଇ ଯାଇଥିବା ପାୱାର ଦାଦା ପୁତୁରା ଏବେ ପୁଣି ଏକାଠି ନିର୍ବାଚନ ଲଢ଼ିବାକୁ ନିଷ୍ପତ୍ତି ନେଇଛନ୍ତି। ମହାରାଷ୍ଟ୍ର ଉପ ମୁଖ୍ୟମନ୍ତ୍ରୀ ଅଜିତ ପାୱାରଙ୍କ ଏନସିପି ଓ ଶରଦ ପାୱାରଙ୍କ ଏନସିପି(ଶରଦ ଚନ୍ଦ୍ର ପାୱାର) ଆଗାମୀ ପିମ୍ପରି-ଛିନ୍ଦୱାଡ ପୌର ନିଗମ ନିର୍ବାଚନ ଏକାଠି ଲଢ଼ିବେ। ଏକଥା ନିଜେ ଅଜିତ ପାୱାର ଘୋଷଣା କରିଛନ୍ତି।

Advertisment

ପିମ୍ପରି-ଛିନ୍ଦୱାଡରେ ଆୟୋଜିତ ନିର୍ବାଚନ ପ୍ରଚାର ରାଲିରେ ଅଜିତ ପାୱାର(Ajit Pawar) ଦୁଇ ଭାଗ ହୋଇଥିବା ଏନସିପିର ଏକତା ଉପରେ ଗୁରୁତ୍ୱ ଦେଇଛନ୍ତି ଓ ପରିବାର ଏକାଠି ହୋଇଥିବା କହିଛନ୍ତି। ବିଜେପି ସହ ମିଶି ମହାରାଷ୍ଟ୍ରର ଉପ ମୁଖ୍ୟମନ୍ତ୍ରୀ ହେବାକୁ ଅଜିତ ପାୱାର ଦାଦା ଶରଦ ପାୱାର(Sharad Pawar)ଙ୍କ ଠାରୁ ଅଲଗା ହୋଇ ଯାଇଥିଲେ। ସେ ଅଲଗା ହୋଇଯିବାରୁ ଏନସିପି ମଧ୍ୟ ଦୁଇ ଭାଗ ହୋଇ ଯାଇଥିଲା। ଅଜିତ ପାୱାର ଗୋଟିଏ ଭାଗର ନେତୃତ୍ୱ ନେଉଥିବା ବେଳେ ବିରୋଧୀ ମେଣ୍ଟରେ ଶରଦ ପାୱାର ରହିଛନ୍ତି। 

ହେଲେ ଏବେ ପୌର ନିର୍ବାଚନ ପୂର୍ବରୁ ପାୱାର ପରିବାର ପୁଣି ଏକାଠି ହୋଇଛନ୍ତି। ସେମାନେ ଏକାଠି ନିର୍ବାଚନ ଲଢ଼ିବାକୁ ଯାଉଥିବା ଅଜିତ ପାୱାର ସୂଚନା ଦେଇଛନ୍ତି। ସେ କହିଛନ୍ତି, “ପୌର ନିର୍ବାଚନ ପାଇଁ ପ୍ରାର୍ଥୀ ଚୂଡ଼ାନ୍ତ କରିବା ବେଳେ ଉଭୟ ଦଳ ଏକାଠି ଲଢ଼ିବାକୁ ନିଷ୍ପତ୍ତି ନେଇଛନ୍ତି। ଏଥିଯୋଗୁ ପରିବାର ପୁଣି ଏକାଠି ହୋଇଛି।

Advertisment

ଏହାକୁ ନେଇ ଅନେକ ପ୍ରଶ୍ନ ଉଠିପାରେ। କିନ୍ତୁ କିଛି ନିଷ୍ପତ୍ତି ମହାରାଷ୍ଟ୍ରର ବିକାଶ ପାଇଁ ନେବାକୁ ହୋଇଥାଏ। ମୁଁ ସିଟ ଶେୟାରିଂ ସମ୍ପର୍କରେ ସ୍ଥାନୀୟ ନେତାମାନଙ୍କ ସହ କଥା ହୋଇଛି। ଖୁବଶୀଘ୍ର ସିଟ ଶେୟାରିଂ ସମ୍ପର୍କରେ ଘୋଷଣା କରାଯିବ। କିନ୍ତୁ ଘଣ୍ଟା ଓ ତୁରୀ ଏକାଠି ହୋଇଥିବା ସମସ୍ତେ ମନେ ରଖନ୍ତୁ।”

ଏନସିପିର ଦଳୀୟ ଚିହ୍ନ ଘଣ୍ଟା ହୋଇଥିବା ବେଳେ ତୁରୀ ଶରଦ ପାୱାରଙ୍କ ଏନସିପିକୁ ଦଳୀୟ ଚିହ୍ନ ହିସାବରେ ନିର୍ବାଚନ କମିଶନ ଦେଇଛନ୍ତି। ତେଣୁ ଅଜିତ ପାୱାର ଏଠାରେ ଘଣ୍ଟା ଓ ତୁରୀ କଥା କହିଛନ୍ତି।

ଜାନୁଆରୀ ୧୫ରେ ମହାରାଷ୍ଟ୍ରର ସମସ୍ତ ୨୯ଟି ଯାକ ପୌର ନିଗମରେ ନିର୍ବାଚନ ହେବ। ଏହାର ଦିନକ ପରେ ଭୋଟ ଗଣତି ସହ ଫଳାଫଳ ପ୍ରକାଶ ପାଇବ। ଏଥିପାଇଁ ନାମାଙ୍କନ ଦାଖଲର ଶେଷ ତାରିଖ ହେଉଛି ଡିସେମ୍ବର ୩୦। 

Sharad Pawar Ajit Pawar
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe