Advertisment

Ajit Pawar: କାନ୍ଦି କାନ୍ଦି ଅଜିତ ଦାଦାଙ୍କୁ ବିଦାୟ ଦେଲା ବାରାମତୀ, ସରିଲା ଅନ୍ତିମ ସଂସ୍କାର

ହଜାର ହଜାର ସମର୍ଥକଙ୍କ ଅମର ରହେ ନାରା ଭିତରେ ଚିରନିଦ୍ରାରେ ଶୋଇ ଯାଇଛନ୍ତି ଅଜିତ ଦାଦା। ବାରାମତୀ ବିଦ୍ୟା ପ୍ରତିଷ୍ଠାନ ପଡ଼ିଆରେ ସିରିଛି ଅଜିତ ପାୱାରଙ୍କ ଶେଷକୃତ୍ୟ। ବୈଦିକ ମନ୍ତ୍ର ଉଚାରଣ ଭିତରେ ଦୁଇ ପୁଅ ପାର୍ଥ ଓ ଜୟ ମିଳିତ ଭାବେ ଅଜିତଙ୍କୁ ଦେଇଛନ୍ତି ମୁଖାଗ୍ନି।

ajit-pawar

ଅଲବିଦା ଅଜିତ ଦାଦା

Advertisment

ଅଜିତ ପାୱାର ଓରଫ ଅଜିତ ଦାଦା(Ajit Pawar)ଙ୍କୁ କାନ୍ଦି କାନ୍ଦି ବିଦାୟ ଜଣାଇଛି ମହାରାଷ୍ଟ୍ର ସମେତ ପୂରା ବରାମତୀ। ବିଦାୟ ନେଇଛନ୍ତି ମହାରାଷ୍ଟ୍ରର ଉପ ମୁଖ୍ୟମନ୍ତ୍ରୀ ଅଜିତ ପାୱାର। ଅଶ୍ରୁଳ ଚକ୍ଷୁରେ ତାଙ୍କୁ ଆଜି ଅଲବିଦା କହିଛି ପୂରା ଦେଶ। 

Advertisment

ହଜାର ହଜାର ସମର୍ଥକଙ୍କ ଅମର ରହେ ନାରା ଭିତରେ ଚିରନିଦ୍ରାରେ ଶୋଇ ଯାଇଛନ୍ତି ଅଜିତ ଦାଦା। ବାରାମତୀ ବିଦ୍ୟା ପ୍ରତିଷ୍ଠାନ ପଡ଼ିଆରେ ସିରିଛି ଅଜିତ ପାୱାରଙ୍କ ଶେଷକୃତ୍ୟ। ବୈଦିକ ମନ୍ତ୍ର ଉଚାରଣ ଭିତରେ ଦୁଇ ପୁଅ ପାର୍ଥ ଓ ଜୟ ମିଳିତ ଭାବେ ଅଜିତଙ୍କୁ ଦେଇଛନ୍ତି ମୁଖାଗ୍ନି। ଅନ୍ତିମ ସଂସ୍କାର ଶେଷ ହେବା ସହ ମହାରାଷ୍ଟ୍ର ରାଜନୀତିରେ ଗୋଟିଏ ଯୁଗର ଅବସାନ ଘଟିଛି। 

ଅଜିତ ଦାଦାଙ୍କ ଅନ୍ତିମ ସଂସ୍କାର ପାଇଁ ବିଦ୍ୟା ପ୍ରତିଷ୍ଠାନ ପଡ଼ିଆ ପାଲଟିଥିଲା ଜନସମୁଦ୍ର। ଲକ୍ଷାଧିକ ଲୋକ ତାଙ୍କ ଅନ୍ତିମ ସଂସ୍କାରରେ ସାମିଲ ହୋଇ ନିଜର ପ୍ରିୟ ନେତାଙ୍କୁ ଜଣାଇଛନ୍ତି ଅନ୍ତିମ ବିଦାୟ। ପୂର୍ଣ୍ଣ ରାଷ୍ଟ୍ରୀୟ ମର୍ଯ୍ୟାଦ ସହ ଅଜିତ ପାୱାରଙ୍କ ଶେଷକୃତ୍ୟ ଶେଷ କରାଯାଇଛି। 

Advertisment

ଆଜି ୧୨.୧୫ରେ ଅନ୍ତିମ ସଂସ୍କାର ଶେଷ ହୋଇଥିବା ବେଳେ ୩ ଦିନ ଧରି ରାଜ୍ୟ ପାଳିବ ରାଷ୍ଟ୍ରୀୟ ଶୋକ। ଅଜିତ ଦାଦାଙ୍କୁ ଶ୍ମଶାନ ଘାଟରେ ଅନ୍ତିମ ବିଦାୟ ଜଣାଇଛନ୍ତି କେନ୍ଦ୍ରମନ୍ତ୍ରୀ ଅମିତ ଶାହଙ୍କ ଠାରୁ ଆରମ୍ଭ କରି ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ, ଉପ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ, ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତୀନ ନବୀନ, ଉଦ୍ଧବ ଠାକରେ, ରାଜ ଠାକରେ, ସୁପ୍ରିୟା ସୁଲେ, ଶରଦ ପାୱାରଙ୍କ ଭଳି ବିଶିଷ୍ଟ ବ୍ୟକ୍ତି ବିଶେଷ। ବିଶିଷ୍ଟ ବ୍ୟକ୍ତି ଓ ଲକ୍ଷାଧିକ ସମର୍ଥକଙ୍କ ଉପସ୍ଥିତରେ ପଞ୍ଚଭୂତରେ ବିଲୀନ ହୋଇଛନ୍ତି ଅଜିତ ପାୱାର। 


ବୁଧବାର ବାରାମତୀରେ ଏକାଧିକ ନିର୍ବାଚନ ରାଲିକୁ ସମ୍ବୋଧନ କରିବାକୁ ଯିବା ବେଳେ ବିମାନ କ୍ରାଶରେ ଅଜିତ ପାୱାରଙ୍କ ମୃତ୍ୟୁ ହୋଇଥିଲା। ବାରାମତୀ ଏୟାପୋର୍ଟର ରନୱେ ନିକଟରେ ବିମାନଟି ଖସି ପଡ଼ି ଜଳି ଯିବାରୁ ପାୱାରଙ୍କ ସମେତ ଏହା ମଧ୍ୟରେ ଥିବା ସମସ୍ତ ୫ ଜଣ ପ୍ରାଣ ହରାଇଥିଲେ। ଅଜିତ ପାୱାରଙ୍କ ମୃତଦେହକୁ ପ୍ରଥମେ ସ୍ଥାନୀୟ ହସ୍ପିଟାଲ ଓ ପରେ କାଟେୱାଡି ସ୍ଥିତ ବାସଭବନକୁ ଅଣାଯାଇଥିଲା। 


ଅଜିତ ଦାଦାଙ୍କୁ ଶେଷ ଦର୍ଶନ କରିବାକୁ ଗତକାଲି ରାତିରୁ ହିଁ ସମର୍ଥକଙ୍କ ଭିଡ଼ ଜମିଥିଲା। ଆଜି ସକାଳ ପ୍ରାୟ ୯ଟା ବେଳେ ବିରାଟ ପଟୁଆରରେ ବାହାରିଥିଲା ଅଜିତ ଦାଦାଙ୍କ ଅନ୍ତିମ ଯାତ୍ରା। ପ୍ରାୟ ୬ କିମି ରାସ୍ତା ଅତିକ୍ରମ କରି ଏହା ବାରାମତୀ ବିଦ୍ୟା ପ୍ରତିଷ୍ଠାନରେ ପହଞ୍ଚିଥିଲେ। ସେଠାରେ ପୂର୍ଣ୍ଣ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଅନ୍ତିମ ସଂସ୍କାର କରାଯାଇଛି।

ଅଜିତ ଦାଦାଙ୍କ ଅନ୍ତିମ ଯାତ୍ରାରେ ହଜାର ହଜାର ଏନସିପି ସମର୍ଥକ ଏକାଠି ହୋଇଥିଲେ। ଅଜିତ ପାୱାର ଅମର ରହେ ନାରାରୁ ଅନ୍ତିମ ଯାତ୍ରା ଆରମ୍ଭ ହୋଇଥିଲା। କିନ୍ତୁ ଅନ୍ତିମ ଯାତ୍ରା ଆରମ୍ଭ ହେବାର ୧ ଘଣ୍ଟାରୁ କମ ସମୟ ମଧ୍ୟରେ ଏହାକୁ କାଟଛାଣ୍ଟ କରାଯାଇଥିଲା। ବିରାଟ ଶୋଭାଯାତ୍ରା ବଦଳରେ ପାର୍ଥିବ ଶରୀରକୁ ସିଧା ଓ ତୁରନ୍ତ ଶ୍ମଶାନ ଘାଟକୁ ନେବାକୁ ନିଷ୍ପତ୍ତି ନେଇଥିଲେ ପ୍ରଶାସନିକ ଅଧିକାରୀ। 


ପ୍ରକୃତରେ ଅଜିତ ଦାଦାଙ୍କ ପାର୍ଥିବ ଶରୀର ବିରାଟ ପଟୁଆରେ ତାଙ୍କ କେଟୱାଡି ବାସଭବନରୁ ବିଦ୍ୟା ପ୍ରତିଷ୍ଠାନ ପଡ଼ିଆ ଯାଏ ଯିବାର ଥିଲା। ୫ଟି ପ୍ରମୁଖ ସ୍ଥାନ ଦେଇ ଏହା ଯିବାକୁ ଥିବା ବେଳେ ଅଜିତ ଦାଦାଙ୍କୁ ତାଙ୍କ ସମର୍ଥକମାନେ ସେହି ସମୟରେ ଅନ୍ତିମ ଦର୍ଶନ କରିଥାଆନ୍ତେ। କିନ୍ତୁ ପାର୍ଥିବ ଶରୀରର ଅବସ୍ଥା ଠିକ ନଥିବା ସାଙ୍ଗକୁ ଲୋକଙ୍କ ଭିଡ଼ ଦ୍ରୁତ ଗତିରେ ବଢ଼ିବାକୁ ଲାଗିଥିଲା।

ଆକଳନ ଠାରୁ ଅଧିକ ଭିଡ଼ ହେବାରୁ ସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ପ୍ରଶାସନ ଶୋଭାଯାତ୍ରାକୁ କାଟଛାଣ୍ଟ କରି ପାର୍ଥିବ ଶରୀରକୁ ସିଧା ଶ୍ମଶାନ ଘାଟକୁ ନେଇଥିଲା। ସେଠାରେ ପୂର୍ବରୁ ହିଁ ହଜାର ହଜାର ଲୋକ ନିଜର ପ୍ରିୟ ନେତାଙ୍କୁ ଅନ୍ତିମ ବିଦାୟକ ଜଣାଇବାକୁ ଉପସ୍ଥିତ ଥିଲେ। ପୂରା ପଡ଼ିଆ ଲୋକାରଣ୍ୟ ହୋଇ ଯାଇଥିଲା। ସେହି ଭିଡ଼ ମଧ୍ୟରେ ଅଜିତ ପାୱାରଙ୍କ ଅନ୍ତିମ ସଂସ୍କାର କରାଯାଇଛି। 

ଶ୍ମଶାନ ଘାଟଣେ ଅଜିତ ପାୱାରଙ୍କ ପତ୍ନୀ ସୁନେତ୍ରା, ଦୁଇ ପୁଅ ପାର୍ଥ ଓ ଜୟ, ଭଉଣୀ ସୁପ୍ରିୟା ସୁଲେ, ଉଦ୍ଧବ ଠାକରେ, ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ, ଉପ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ, ଅଭିନେତା ରିତେଶ ଦେଶମୁଖ, ନବ ନିର୍ମାଣ ସେନାର ରାଜ ଠାକରେ ଓ ବିଭିନ୍ନ ଦଳର ପ୍ରମୁଖ ବ୍ୟକ୍ତିମାନେ ଶେଷ ଦର୍ଶନ କରିଥିଲେ। ଏହାପରେ ବୈଦିକ ରୀତିନୀତି ଅନୁସାରେ ପାୱାରଙ୍କ ଅନ୍ତିମ ସଂସ୍କାର କରାଯାଇଛି। 

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe