Advertisment

Ajit Pawar: ଅଜିତ ପାୱାରଙ୍କ ବିମାନ କ୍ରାଶ: ଷଡ଼ଯନ୍ତ୍ରର ଗନ୍ଧ ବାରିଲେ, ସୁପ୍ରିମକୋର୍ଟ ନେତୃତ୍ୱାଧୀନ ତଦନ୍ତ ଦାବି କଲେ ମମତା

ଅଜିତ ପାୱାରଙ୍କ ମୃତ୍ୟୁ ପଛରେ ଗଭୀର ଷଡ଼ଯନ୍ତ୍ରର ଗନ୍ଧ ବାରିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ଏଥିସହ ସେ କ୍ରାଶ ଘଟଣାର ତଦନ୍ତ ସୁପ୍ରିମକୋର୍ଟଙ୍କ ନେତୃତ୍ୱାଧୀନ କମିଟି ଦ୍ୱାରା କରିବାକୁ ଦାବି କରିଛନ୍ତି।

Mamata

ମମତା ଓ ଅଜିତ ପାୱାର (ଫାଇଲ ଫଟୋ)

Advertisment

ବିମାନ ଦୁର୍ଘଟଣାରେ ମହାରାଷ୍ଟ୍ର ଉପ ମୁଖ୍ୟମନ୍ତ୍ରୀ ଅଜିତ ପାୱାର(Ajit Pawar)ଙ୍କ ମୃତ୍ୟୁ ପଛରେ ଗଭୀର ଷଡ଼ଯନ୍ତ୍ରର ଗନ୍ଧ ବାରିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ଏଥିସହ ସେ କ୍ରାଶ ଘଟଣାର ତଦନ୍ତ ସୁପ୍ରିମକୋର୍ଟଙ୍କ ନେତୃତ୍ୱାଧୀନ କମିଟି ଦ୍ୱାରା କରିବାକୁ ଦାବି କରିଛନ୍ତି। ଏହାବାଦ ଦେଶର ରାଜନେତାଙ୍କ ସୁରକ୍ଷା ଉପରେ ମଧ୍ୟ ଦିଦି ପ୍ରଶ୍ନ ଉଠାଇଛନ୍ତି। 

Advertisment

ଅଜିତ ପାୱାରଙ୍କ ମୃତ୍ୟୁ ଖବରରେ ମମତା ପୂରା ସ୍ତବ୍ଧ ହୋଇଥିବା ବେଳେ ଏହା ଦେଶ ପାଇଁ ଗୋଟିଏ ବଡ଼ କ୍ଷତି ବୋଲି କହିଛନ୍ତି। ସେ ଦାବି କରିଛନ୍ତି ଯେ ରାଜନେତାମାନଙ୍କ ପାଇଁ ମଧ୍ୟ ଦେଶରେ କୌଣସି ସୁରକ୍ଷା ବ୍ୟବସ୍ଥା ନାହିଁ। ଅଜିତ ପାୱାର ବିଜେପି ଛାଡ଼ିବାକୁ ଚିନ୍ତା କରୁଥିବା କଥା ମଧ୍ୟ ସେ ଗଣମାଧ୍ୟମକୁ ଜଣାଇଛନ୍ତି।

ସେ କହିଛନ୍ତି, “ଆଜି ଯାହା ଘଟିଛି, ତାହା ଅନେକ ପ୍ରଶ୍ନ ସୃଷ୍ଟି କରିଛି। ସୁପ୍ରିମକୋର୍ଟଙ୍କ ନେତୃତ୍ୱାଧୀନ ତଦନ୍ତ ହିଁ କେବଳ ବିଶ୍ୱାସ ଯୋଗ୍ୟ। ଆମେ କେବଳ ସୁପ୍ରିମକୋର୍ଟଙ୍କ ଉପରେ ବିଶ୍ୱାସ ରଖିଛୁ। ଅନ୍ୟ କୌଣସି ତଦନ୍ତକାରୀ ସଂସ୍ଥା ଉପରେ ଆମର ବିଶ୍ୱାସ ନାହିଁ। ସମସ୍ତ ତଦନ୍ତକାରୀ ସଂସ୍ଥା ସେମାନଙ୍କ ସ୍ୱାଧୀନତା ହରାଇ ସାରିଛନ୍ତି।” 

Advertisment

କେବଳ ମମତା ନୁହନ୍ତି, ବାରାମତୀ ବିମାନ ଦୁର୍ଘଟଣାରେ ଅଜିତ ପାୱାରଙ୍କ ମୃତ୍ୟୁର ଉପଯୁକ୍ତ ଓ ନିରପେକ୍ଷ ତଦନ୍ତ ପାଇଁ ଅନେକ ରାଜନେତା ମଧ୍ୟ ଦାବି କରିଛନ୍ତି। କଂଗ୍ରେସ ସାଂସଦ ଗୌରବ ଗୋଗୋଇ, ଆରଜେଡି ମୁଖ୍ୟ ଲାଲୁ ପ୍ରସାଦ ଯାଦବ ଓ ବଞ୍ଚିତ ବହୁଜନ ଅଘାଡ଼ି ନେତା ପ୍ରକାଶ ଆମ୍ବେଦକର ପ୍ରମୁଖ ଘଟଣାରେ ଶୋକ ପ୍ରକାଶ କରି ତଦନ୍ତ ପାଇଁ ଦାବି ଉପସ୍ଥାପନ କରିଛନ୍ତି। 

ଲାଲୁ ପ୍ରସାଦ ଯାଦବ ଉଚ୍ଚ ସ୍ତରୀୟ ତଦନ୍ତ ଦାବି କରି ଏକ୍ସରେ ଲେଖିଛନ୍ତି ଯେ ଘଟଣା ଅତ୍ୟନ୍ତ ହୃଦୟ ବିଦାରକ। ସେ ଅଜିତ ପାୱାରଙ୍କ ଆତ୍ମାର ସଦଗତି କାମନା କରି ତାଙ୍କ ପରିବାର ଓ ସମର୍ଥକଙ୍କୁ ଦୁଃଖ ସହିବାର କ୍ଷମତା ଦେବାକୁ ଈଶ୍ୱରଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି।

ଗୌରବ ଗୋଗୋଇ ଗୋଟିଏ ଉପଯୁକ୍ତ ଓ ସ୍ୱଚ୍ଛ ତଦନ୍ତ ଦାବି କରିଛନ୍ତି। ଏଥିସହ ସେ ଅଜିତ ପାୱାରଙ୍କ ମୃତ୍ୟୁରେ ଶୋକବ୍ୟକ୍ତ କରିଛନ୍ତି। ପ୍ରକାଶ ଆମ୍ବେଦକର ମଧ୍ୟ ଉପଯୁକ୍ତର ତଦନ୍ତର ଆବଶ୍ୟକତା ଥିବା କଥା ଦୋହରାଇଛନ୍ତି। 

Ajit Pawar
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe