Advertisment

ନିର୍ବାଚନ ପୂର୍ବରୁ ଶରଦ ପାୱାରଙ୍କୁ ସୁପ୍ରିମ ଝଟକା, ପୁତୁରା ନେଇଗଲେ 'ଘଡ଼ି' ଚିହ୍ନ

ମହାରାଷ୍ଟ୍ର ନିର୍ବାଚନ ପୂର୍ବରୁ ଶରଦ ପାୱାରଙ୍କ ଗୋଷ୍ଠୀକୁ ଝଟକା। 'ଘଡ଼ି' ଚିହ୍ନ ବ୍ୟବହାର ପାଇଁ ଅଜିତ ପାୱାରଙ୍କ ଗୋଷ୍ଠୀକୁ ଅନୁମତି ଦେଲେ ସୁପ୍ରିମକୋର୍ଟ।

ଅଦ୍ୟତନ ହୋଇଛି
Ajit Pawar and Sharad Pawar

Ajit Pawar and Sharad Pawar

Advertisment

ମହାରାଷ୍ଟ୍ର ନିର୍ବାଚନ ପୂର୍ବରୁ ଶରଦ ପାୱାର ଏବଂ ତାଙ୍କ ଦଳ NCP(SCP)କୁ ଏକ ବଡ଼ ଝଟକା ଲାଗିଛି। ମହାରାଷ୍ଟ୍ର ନିର୍ବାଚନରେ 'ଘଡ଼ି' ଚିହ୍ନ ବ୍ୟବହାର ଉପରେ ପ୍ରତିବନ୍ଧକ ଲଗାଇବାକୁ ଏନସିପି (ଶରଦ ଚନ୍ଦ୍ର ପାୱାର) ଦଳ ପକ୍ଷରୁ ଅକ୍ଟୋବର ୨ରେ ସୁପ୍ରିମକୋର୍ଟରେ ଆବେଦନ କରାଯାଇଥିଲା। ହେଲେ ଏହି ଦାବିକୁ ସୁପ୍ରିମକୋର୍ଟ ବର୍ତ୍ତମାନ ପ୍ରତ୍ୟାଖ୍ୟାନ କରିଛନ୍ତି। ଅର୍ଥାତ ମହାରାଷ୍ଟ୍ର ନିର୍ବାଚନରେ ​​ଅଜିତ ପାୱାର ଗୋଷ୍ଠୀ 'ଘଡ଼ି' ଚିହ୍ନରେ ନିର୍ବାଚନ ଲଢ଼ିବାକୁ ସକ୍ଷମ ହେବେ।

Advertisment

ସୁପ୍ରିମକୋର୍ଟ କହିଛନ୍ତି ଯେ ମହାରାଷ୍ଟ୍ର ନିର୍ବାଚନରେ ​​ଅଜିତ ପାୱାରଙ୍କ ଦଳ 'ଘଡ଼ି' ଚିହ୍ନ ବ୍ୟବହାର କରିପାରିବେ। କିନ୍ତୁ ସେମାନଙ୍କୁ ମଧ୍ୟ ଏକ ସର୍ତ୍ତ ମାନିବାକୁ ପଡିବ। ଅଦାଲତ କହିଛନ୍ତି ଯେ ଅଜିତ ପାୱାରଙ୍କ ଦଳ 'ଘଡ଼ି' ଚିହ୍ନ ବ୍ୟବହାର ସହିତ ଅଦାଲତରେ ବିଚାରାଧୀନ ଥିବା ଆଦେଶକୁ ଅନୁସରଣ କରିବା ସମ୍ବନ୍ଧରେ ଏକ ଆଫିଡେଭିଟ୍ ପ୍ରଦାନ କରିବେ। 

ଏହାପୂର୍ବରୁ, 'ଘଡ଼ି ନିର୍ବାଚନ ଚିହ୍ନ ମାମଲା କୋର୍ଟରେ ବିଚାରାଧୀନ ଅଛି' ବୋଲି ଏକ ସର୍ବସାଧାରଣ ନୋଟିସ ଜାରି କରିବାକୁ ମାର୍ଚ୍ଚ ୧୯, ୨୦୨୪ ତାରିଖରେ ସୁପ୍ରିମକୋର୍ଟ ଅଜିତ ପାୱାରଙ୍କ ଗୋଷ୍ଠୀକୁ ନିର୍ଦ୍ଦେଶ ଦେଇଥିଲେ। ସେ ଏହାକୁ ଅଧିକ ବ୍ୟବହାର କରିବାକୁ ସକ୍ଷମ ହେବେ କି ନାହିଁ ତାହା ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତି ଅନୁଯାୟୀ ସ୍ଥିର ହେବ ବୋଲି ନୋଟିସରେ ଉଲ୍ଲେଖ କରିବାକୁ ଅଜିତଙ୍କ ଗୋଷ୍ଠୀକୁ ନିର୍ଦ୍ଦେଶ ମିଳିଥିଲା। କୋର୍ଟଙ୍କ ଏହି ନିର୍ଦ୍ଦେଶ ପାଳନ କରାଯାଇଛି କି ନାହିଁ, ସେନେଇ ଉତ୍ତର ରଖିବାକୁ ଅଜିତଙ୍କ ଗୋଷ୍ଠୀକୁ ଏକ ନୋଟିସ ଯୋଗେ କୋର୍ଟ ପଚାରିଛନ୍ତି। ଅଜିତ ପାୱାର କୋର୍ଟଙ୍କ ନିର୍ଦ୍ଦେଶ ପାଳନ କରୁଛନ୍ତି ବୋଲି ଏକ ସତ୍ୟପାଠ ଦାଖଲ କରିବା ପାଇଁ ମଧ୍ୟ ସୁପ୍ରିମକୋର୍ଟ ଅଜିତଙ୍କ ଗୋଷ୍ଠୀକୁ ନିର୍ଦ୍ଦେଶ ଦେଇଛନ୍ତି।

Advertisment

ଉଭୟ ଶରଦ ଓ ଅଜିତଙ୍କ ଗୋଷ୍ଠୀକୁ ଚେତାବନୀ ପୂର୍ବକ ସୁପ୍ରିମକୋର୍ଟ କହିଛନ୍ତି, 'ଆମେ ଆଶା କରୁଛୁ ଉଭୟ ପକ୍ଷ ଆମର ନିର୍ଦ୍ଦେଶ ପାଳନ କରିବେ। ନିଜ ପାଇଁ ଲଜ୍ଜାଜନକ ପରିସ୍ଥିତି ସୃଷ୍ଟି କରନ୍ତୁ ନାହିଁ। ଯଦି ଆମର ଅନୁଭବ ହେବ ଯେ ଆମର ଆଦେଶକୁ ଉଲ୍ଲଂଘନ କରିବାକୁ ଚେଷ୍ଟା କରାଯାଉଛି, ତେବେ ଆମେ ନିଜଆଡ଼ୁ ଅବମାନନା କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିବୁ।' ଆସନ୍ତା ନଭେମ୍ବର ୬ରେ ଏହି ପ୍ରସଙ୍ଗରେ ଅଧିକ ଶୁଣାଣି ହେବ।

ଉଲ୍ଲେଖଯୋଗ୍ୟ, ନଭେମ୍ବର ୨୦ରେ ମହାରାଷ୍ଟ୍ରର ୨୮୮ ବିଧାନସଭା ଆସନ ପାଇଁ ଗୋଟିଏ ପର୍ଯ୍ୟାୟରେ ନିର୍ବାଚନ ଅନୁଷ୍ଠିତ ହେବ। ନଭେମ୍ବର ୨୩ରେ ଫଳାଫଳ ପ୍ରକାଶ ପାଇବ।

Sharad Pawar Maharashtra Politics NCP Ajit Pawar
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe