Advertisment

ମହାରାଷ୍ଟ୍ରର ନୂଆ ମୁଖ୍ୟମନ୍ତ୍ରୀଙ୍କ ନାଁ ଘୋଷଣା ପୂର୍ବରୁ ବଡ଼ ସୂଚନା ଦେଲେ ଅଜିତ ପାୱାର

ଗତକାଲି ମୁମ୍ବାଇରେ ମହାୟୁତିର ଏକ ବୈଠକ ବସିବାର ଥିଲା। ମାତ୍ର କାମଚଳା ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ହଠାତ୍ ତାଙ୍କ ଗାଁକୁ ଚାଲିଯିବାରୁ ବୈଠକ ବାତିଲ ହୋଇ ଯାଇଥିଲା।

Mahayuti Leaders

Mahayuti Leaders

Advertisment

ମହାରାଷ୍ଟ୍ରର ନୂଆ ମୁଖ୍ୟମନ୍ତ୍ରୀ ଡିସେମ୍ବର ୫ ତାରିଖରେ ଶପଥ ନେବେ ବୋଲି ଘୋଷଣା କରାଯାଇଛି। କିନ୍ତୁ ମୁଖ୍ୟମନ୍ତ୍ରୀଙ୍କ ନାଁ ଘୋଷଣା କରାଯାଇନାହିଁ। ମୁଖ୍ୟମନ୍ତ୍ରୀଙ୍କ ନାଁ ଘୋଷଣା ପୂର୍ବରୁ ମହାୟୁତି ମେଣ୍ଟର ସାମିଲ ଏନ୍‌ସିପିର ନେତା ଅଜିତ ପାୱାର ଦେଇଛନ୍ତି ବଡ଼ ବୟାନ। ସେ କହିଛନ୍ତି, ମୁଖ୍ୟମନ୍ତ୍ରୀ ବିଜେପିରୁ ଜଣେ ହେବେ। ମେଣ୍ଟ ଦଳଗୁଡ଼ିକୁ ଉପ-ମୁଖ୍ୟମନ୍ତ୍ରୀ ପଦ ମିଳିବ। 

Advertisment

ଅଜିତ କହିଛନ୍ତି, ବୈଠକରେ (ଦିଲ୍ଲୀରେ ଅନୁଷ୍ଠିତ ମହାୟୁତି ବୈଠକ) ନିଷ୍ପତ୍ତି ହୋଇଥିଲା ଯେ ମହାୟୁତି ସରକାର ଗଠନ କରିବ। ମୁଖ୍ୟମନ୍ତ୍ରୀ ପଦ ବିଜେପି ପାଖରେ ରହିବ। ଅନ୍ୟ ଦୁଇ ଦଳ ଉପ-ମୁଖ୍ୟମନ୍ତ୍ରୀ ପଦ ପାଇବେ। ସରକାର ଗଠନ କରିବାରେ ବିଳମ୍ବ ହେବାରେ ଏହା ପ୍ରଥମ ଘଟଣା ନୁହେଁ। ୧୯୯୯ ମସିହାରେ ସରକାର ଗଠନ ପାଇଁ ଏକ ମାସ ଲାଗି ଯାଇଥିଲା। 

ଅଜିତ ପାୱାରଙ୍କ ଏହି ମନ୍ତବ୍ୟରୁ ସ୍ପଷ୍ଟ ହୋଇଯାଇଛି ଯେ ବିଜେପି ନେତା ଦେବେନ୍ଦ୍ର ଫଡ଼ନାଭିସ ହେବେ ମୁଖ୍ୟମନ୍ତ୍ରୀ। ଅନ୍ୟପକ୍ଷରେ ମୁଖ୍ୟମନ୍ତ୍ରୀ ପଦ ହାତରୁ ଚାଲିଯାଉଥିବାରୁ ଶିବସେନା ନେତା ତଥା କାମଚଳା ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ମନ ଊଣା କରିଥିବା ଜଣାପଡ଼ିଛି। ଗୁରୁବାର ମହାୟୁତି ମେଣ୍ଟର ପ୍ରମୁଖ ନେତା ବିଜେପିର ଦେବେନ୍ଦ୍ର ଫଡନାଭିସ୍, ଶିବସେନାର ଏକନାଥ ସିନ୍ଦେ ଏବଂ ଏନସିପିର ଅଜିତ ପାୱାର ଦିଲ୍ଲୀରେ ଅମିତ ଶାହ ଏବଂ ଜେପି ନଡ୍ଡାଙ୍କୁ ଭେଟିଥିଲେ। ସେଠାରେ ମୁଖ୍ୟମନ୍ତ୍ରୀ ଓ ଉପମୁଖ୍ୟମନ୍ତ୍ରୀ ପଦ ବଣ୍ଟନ ନେଇ ଆଲୋଚନା ହୋଇଥିଲା। ଏହା ପରେ ତା’ପର ଦିନ ଅର୍ଥାତ୍ ଗତକାଲି ମୁମ୍ବାଇରେ ମହାୟୁତିର ଏକ ବୈଠକ ବସିବାର ଥିଲା। ମାତ୍ର କାମଚଳା ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ହଠାତ୍ ତାଙ୍କ ଗାଁକୁ ଚାଲିଯିବାରୁ ବୈଠକ ବାତିଲ ହୋଇ ଯାଇଥିଲା।

Advertisment

ମହାୟୁତି ମେଣ୍ଟ (ବିଜେପି, ଏକନାଥ ସିନ୍ଦେଙ୍କ ଶିବ ସେନା ଓ ଅଜିତ ପାୱାରଙ୍କ ଏନ୍‌ସିପି)କୁ ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ ମିଳିଛି ବିପୁଳ ବିଜୟ। ୨୮୮ଟି ଆସନରୁ ୨୩୦ଟି ଜିତିଛି ମହାୟୁତି। ସେଥିରୁ ବିଜେପି କେବଳ ୧୩୩ଟି ଜିତିଥିବା ବେଳେ ଏକନାଥ ସିନ୍ଦେଙ୍କ ଶିବ ସେନା ୫୭ଟି ଓ ଅଜିତ ପାୱାରଙ୍କ ଏନ୍‌ସିପି ୪୧ଟି ଆସନ ଜିତିଛି। ବିଜେପି ଏତେ ସଂଖ୍ୟକ ଆସନ ଜିତି ଥିବାରୁ ତଥା ଗତ ଥର ଅପେକ୍ଷା ୨୮ଟି ସିଟ୍ ଅଧିକ ଜିତିଥିବାରୁ ଦଳ ମୁଖ୍ୟମନ୍ତ୍ରୀ ପଦ ନିଜ ହାତକୁ ନେବ ବୋଲି ଫଳାଫଳ ଆସିବା ଦିନଠାରୁ ଅନୁମାନ କରାଯାଉଥିଲା। 

ବିଜେପି ଏଯାଏଁ ଆନୁଷ୍ଠାନିକ ଭାବେ ମୁଖ୍ୟମନ୍ତ୍ରୀ ନାଁ ଘୋଷଣା କରି ନଥିବା ବେଳେ ଦଳର ମହାରାଷ୍ଟ୍ର ସଭାପତି ଚନ୍ଦ୍ରଶେଖର ବାବନକୁଲେ ଆଜି ଘୋଷଣା କରିଛନ୍ତି ଡିସେମ୍ବର ୫ ତାରିଖ ସନ୍ଧ୍ୟା ୫ଟା ବେଳେ ନୂଆ ସରକାର ଗଠନ ପାଇଁ ଶପଥ ଗ୍ରହଣ ଉତ୍ସବ ଅନୁଷ୍ଠିତ ହେବ। ମୁମ୍ବାଇର ଆଜାଦ ମୈଦାନରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ବୋଲି ସେ ତାଙ୍କ ‘ଏକ୍ସ’ରେ ଏକ ପୋଷ୍ଟ କରିଛନ୍ତି। ଶପଥ ଗ୍ରହଣ ଉତ୍ସବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯୋଗ ଦେବେ ବୋଲି ମଧ୍ୟ ସେ ଲେଖିଛନ୍ତି। 

Eknath Sinde Ajit Pawar Debendra Fadnavis
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe