Advertisment

ସଂଖ୍ୟା ଖେଳରେ ବାଜି ମାରିନେଲେ ଅଜିତ ପାୱାର, ଜଳକା ହେଲେ ଶରଦ ପାୱାର

ରବିବାର ସେ ଅନ୍ୟ ୮ ବିଧାୟକଙ୍କ ସରକାରଙ୍କୁ ସମର୍ଥନ କରିଥିଲେ। ଫଳରେ ଏନସିପି ଦି’ଫାଳ ହୋଇ ଯାଇଥିଲା। ଶରଦ ପାୱାର ଏହାକୁ ଗ୍ରହଣ ନ କରି ଆଜି ବିଧାୟକ ଦଳ ବୈଠକ ଡାକିଥିଲେ। ଅଜିତ ପାୱାର ମଧ୍ୟ ସମାନ ପଦକ୍ଷେପ ନେଇଥିଲେ।

author-image
Hemant Lenka
NCP

NCP

ଅପ୍ରତ୍ୟାଶିତ ଘଟଣାକ୍ରମରେ ମହାରାଷ୍ଟ୍ରର କ୍ଷମତାସୀନ ବିଜେପି ଓ ଏକନାଥ ସିନ୍ଦେଙ୍କ ଶିବସେନା ସରକାରଙ୍କୁ ସମର୍ଥନ କରିଥିବା ଏନସିପିର ବିଦ୍ରୋହୀ ନେତା ଅଜିତ ପାୱାର ସଂଖ୍ୟା ଖେଳରେ ଆଗୁଆ ହୋଇ ଯାଇଛନ୍ତି। ସେ ନିଜର ଦାଦା ଶରଦ ପାୱାରଙ୍କ ବିରୋଧରେ ବିଦ୍ରୋହ ଘୋଷଣା କରି ମହାରାଷ୍ଟ୍ରର ଉପ ମୁଖ୍ୟମନ୍ତ୍ରୀ ହୋଇଥିଲେ।

Advertisment

ରବିବାର ସେ ଅନ୍ୟ ୮ ବିଧାୟକଙ୍କ ସରକାରଙ୍କୁ ସମର୍ଥନ କରିଥିଲେ। ଫଳରେ ଏନସିପି ଦି’ଫାଳ ହୋଇ ଯାଇଥିଲା। ଶରଦ ପାୱାର ଏହାକୁ ଗ୍ରହଣ ନ କରି ଆଜି ବିଧାୟକ ଦଳ ବୈଠକ ଡାକିଥିଲେ। ଅଜିତ ପାୱାର ମଧ୍ୟ ସମାନ ପଦକ୍ଷେପ ନେଇଥିଲେ।

ଶରଦ ପାୱାର ବନାମ ଅଜିତ ପାୱାର ଲଢ଼େଇକୁ ସମସ୍ତେ ଚାହିଁଥିବା ବେଳେ ଏବେ ନୂଆ ଟ୍ୱିଷ୍ଟ ଆସିଛି। ଦଳ ବଦଳ ନିରୋଧ ଆଇନକୁ ମାତ ଦେବା ପାଇଁ ଅଜିତ ପାୱାରଙ୍କୁ ଏନସିପିର ୫୩ ବିଧାୟକଙ୍କ ମଧ୍ୟରୁ ୩୬ ଜଣଙ୍କ ସମର୍ଥନ ଆବଶ୍ୟକ। ଆଜି ଅଜିତ ପାୱାର ଡାକିଥିବା ବୈଠକରେ ପ୍ରାୟ ୩୦ ଜଣ ବିଧାୟକ ଯୋଗ ଦେଇଥିଲେ। ଆଗକୁ ଏହି ସଂଖ୍ୟା ବଢ଼ିବ ବୋଲି ଅଜିତ ପାୱାରଙ୍କ ଗୋଷ୍ଠୀ ଦାବି କରିଛି।

Advertisment

ଏନସିପିର ୮ ବିଧାନ ପରିଷଦ ସଦସ୍ୟଙ୍କ ମଧ୍ୟରୁ ୫ ଜଣ ଆଜି ଅଜିତ ପାୱାରଙ୍କ ଗ୍ୟାଙ୍ଗରେ ନଜର ଆସିଛନ୍ତି। ଅଜିତ ପାୱାର କ୍ୟାମ୍ପର ପ୍ରମୁଖ ନେତା ଛଗନ ଭୁଜବଳ କହିଛନ୍ତି, ଆମ ସହ ୪୦ରୁ ଅଧିବ ବିଧାୟକ ଓ ବିଧାନ ପରିଷଦ ସଦସ୍ୟ ରହିଛନ୍ତି। ଏନସିପିର ସାଂସଦମାନେ ମଧ୍ୟ ଆମକୁ ସମର୍ଥନ କରିଛନ୍ତି। ଆମେ ଶପଥ ନେବା ପୂର୍ବରୁ ସବୁ କିଛି ନିଶ୍ଚିତ କରିଥିଲୁ। ଆମେ କିଛି ନ ଚିନ୍ତା କରି ଶପଥ ନେଇଥିବା ଭାବିବା ଭୁଲ ବୋଲି ସେ କହିଛନ୍ତି।

ଅନ୍ୟପକ୍ଷରେ ୧୯୯୯ରେ ଏନସିପି ପ୍ରତିଷ୍ଠା କରିଥିବା ୮୩ ବର୍ଷୀୟ ଶରଦ ପାୱାର ମଧ୍ୟ ଆଜି ସମାନ୍ତରଳ ଭାବେ ଦଳୀୟ ବିଧାୟକଙ୍କ ବୈଠକ ଡାକିଥିଲେ। ଯଶବନ୍ତରାଓ ଚୌହାନ କେନ୍ଦ୍ରରେ ଅନୁଷ୍ଠିତ ଏହି ବୈଠକରେ ମାତ୍ର ୧୪ ଜଣ ଏନସିପି ବିଧାୟକ ସାମିଲ ହୋଇଥିଲେ। ଏହାର ଅର୍ଥ ବାକି ବିଧାୟକ ଅଜିତ ପାୱାରଙ୍କୁ ସମର୍ଥନ କରିଛନ୍ତି।

ଯଦି ଏପରି ହୁଏ, ତା’ହେଲେ ଅଜିତ ପାୱାର ଆଣ୍ଡ କୋଙ୍କ ଉପରେ ଦଳ ବଦଳ ଆଇନ ଲାଗୁ ହୋଇପାରିବ ନାହିଁ। ସେମାନଙ୍କୁ ପ୍ରକୃତ ଏନସିପି ନେତାର ମାନ୍ୟତା ମିଳିବ। ଶରଦ ପାୱାର ଡାକିଥିବା ବୈଠକରେ ସୁପ୍ରିୟା ସୁଲେ, ଅନୀଲ ଦେଶମୁଖ ଓ ଜୟନ୍ତ ପାଟିଲଙ୍କ ଭଳି ହେଭିୱେଟ ରହିଥିଲେ।

ବୈଠକ ପୂର୍ବରୁ ସୁଲେ ସମସ୍ତ ଏନସିପି ବିଧାୟକଙ୍କୁ ଶରଦ ପାୱାରଙ୍କ ସହ ହାତ ମିଳାଇବାକୁ ଆହ୍ୱାନ ଦେଇଥିଲେ। କିନ୍ତୁ ଏହି ବୈଠକରେ କେବଳ ୧୪ ଜଣ ବିଧାୟକ ହିଁ ସାମିଲ ହୋଇଛନ୍ତି।

Maharashtra Politics NCP