କିଏ ହେବ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ? ଫଡନାବିସଙ୍କୁ ସମର୍ଥନ କଲେ ଅଜିତ ପାଓ୍ୱାର

ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଆସନରେ କିଏ ବସିବ ତାକୁ ନେଇ ଜାରି ରହିଛି ସସ୍‌ପେନ୍ସ। ଏହାରି ଭିତରେ ଦିଲ୍ଲୀ ଅଭିମୁଖେ ଗସ୍ତ କରିଛନ୍ତି ଦେବେନ୍ଦ୍ର ଫଡନାବସ, ଅଜିତ ପାଓ୍ୱାର ଓ ଏକନାଥ ସିନ୍ଦେ।

Maharashtra CM Race

ଦେବେନ୍ଦ୍ର ଫଡନାବିସ, ଏକନାଥ ସିନ୍ଦେ ଓ ଅଜିତ ପାଓ୍ୱାର

Madhupriya Mistry
  • Published: Monday, 25 November 2024
  • Updated: 25 November 2024, 10:31 AM IST

Sports

Latest News

କିଏ ହେବ ମହାରାଷ୍ଟ୍ରର ନୂଆ ମୁଖ୍ୟମନ୍ତ୍ରୀ। ଏକାନାଥ ସିନ୍ଦେ ନା ଦେବେନ୍ଦ୍ର ଫଡନାବିସ୍‌। ବିଧାନସଭା ନିର୍ବାଚନରେ ବିଜେପି ଏକା ୧୩୨ ଆସନରେ ଜିତି ବଡ଼ ଦଳ ଭାବେ ଉଭା ହୋଇଛି। ତେଣୁ ମୁଖ୍ୟମନ୍ତ୍ରୀ ରେସ୍‌ରେ ଦେବେନ୍ଦ୍ର ଫଡନାବିସ୍ ଆଗରେ ଅଛନ୍ତି।

ଏହାରି ଭିତରେ ମହାୟତିରେ ମୁଖ୍ୟମନ୍ତ୍ରୀ ପଦକୁ ନେଇ ବଡ଼ ଖବର ସାମ୍ନାକୁ ଆସିଛି। ମିଳିଥିବା ସୂଚନା ଅନୁଯାୟୀ ଅଜିତ ପାୱାର ଦଳର ଏନସିପି ଦେବେନ୍ଦ୍ର ଫଡନାବିସଙ୍କୁ ମୁଖ୍ୟମନ୍ତ୍ରୀ କରିବାକୁ ରାଜି ହୋଇଛନ୍ତି। ରବିବାର ଅନୁଷ୍ଠିତ ବୈଠକରେ ଅଜିତ ପାୱାର ଏବଂ ତାଙ୍କର ସମସ୍ତ ବିଧାୟକ ଦେବେନ୍ଦ୍ର ଫଡନାବିସଙ୍କୁ ସିଏମ୍ କରିବାକୁ ସମର୍ଥନ କରିଥିଲେ। ତଥାପି, ସିନ୍ଦେ ଶିବିରରେ ଥିବା ବିଧାୟକମାନେ ଏକନାଥ ସିନ୍ଦେ ହିଁ ମୁଖ୍ୟମନ୍ତ୍ରୀ ହୁଅନ୍ତୁ ବୋଲି ଚାହୁଁଛନ୍ତି।

Also Read

ଏପଟେ ମହାରାଷ୍ଟ୍ର ବିଧାନସଭାର କାର୍ଯ୍ୟକାଳ ନଭେମ୍ବର ୨୬ ତାରିଖରେ ଶେଷ ହେଉଛି। ତେଣୁ ହାତରେ ଆଉ ମାତ୍ର ଗୋଟିଏ ଦିନ ଥିବାରୁ ଯଥାଶୀଘ୍ର ସରକାର ଗଠନ ନେଇ ପ୍ରସ୍ତୁତ ହେଉଛି ମେଣ୍ଟ। ସୋମବାର ଅର୍ଥାତ୍ ଆଜି ନେତା ଚୟନ ନେଇ ମହାୟୁତିରେ ବିଧାୟକ ଦଳ ବୈଠକ ବସିବପାରେ। ଏହା ପୂର୍ବରୁ ତିନି ଦଳର ପ୍ରମୁଖ ନେତା ଦେବେନ୍ଦ୍ର ଫଡନାବିସ୍, ଏକନାଥ ସିନ୍ଦେ, ଅଜିତ୍ ପାଓ୍ୱାର ଦିଲ୍ଲୀ ଗସ୍ତ କରିଛନ୍ତି। ବିଜେପି ହାଇକମାଣ୍ଡଙ୍କ ସହ ବୈଠକ ପରେ ମୁଖ୍ୟମନ୍ତ୍ରୀଙ୍କ ନାଁ ଘୋଷଣା ହେବ।

ମହାରାଷ୍ଟ୍ରରେ ପୁରୁଣା ଫର୍ମୁଲାରେ ସରକାର ଚାଲିବ ବୋଲି କୁହାଯାଉଛି। ମହାୟୁତିରେ ଜଣେ ମୁଖ୍ୟମନ୍ତ୍ରୀ ଏବଂ ୨ ଜଣ ଉପ-ମୁଖ୍ୟମନ୍ତ୍ରୀ ରହିବେ। ଏହା ଉପରେ ଆଜିର ବୈଠକରେ ମୋହର ବାଜିବ ବୋଲି କୁହାଯାଉଛି। ଦେବେନ୍ଦ୍ର ଫଡାନାବିସ ମୁଖ୍ୟମନ୍ତ୍ରୀ ହେବା ନେଇ ଏକ ପ୍ରକାର ନିଶ୍ଚିତ ହୋଇସାରିଥିବା କୁହାଯାଉଛି। ଫଡନାବିସଙ୍କୁ ମୁଖ୍ୟମନ୍ତ୍ରୀ କରିବା ପାଇଁ ଅଜିତ ଗୋଷ୍ଠୀ ପକ୍ଷରୁ କୌଣସି ଆପତ୍ତି ନାହିଁ।

ଯଦି ଫଡନାବିସ୍ ମୁଖ୍ୟମନ୍ତ୍ରୀ ହୁଅନ୍ତି ତେବେ ଏକନାଥ ସିନ୍ଦେ ଏବଂ ଅଜିତ ପାୱାର ଉପମୁଖ୍ୟମନ୍ତ୍ରୀ ହୋଇପାରନ୍ତି। ମହାୟୁତି ମେଣ୍ଟରେ ପ୍ରତି ୬-୭ ବିଧାୟକରେ ଜଣିଏ ଲେଖାଏଁ ମନ୍ତ୍ରୀ ହେବା ଫର୍ମୁଲା ଚୂଡ଼ାନ୍ତ ହୋଇଛି। ସେହି ହିସାବରେ ବିଜେପିରୁ ୨୨ରୁ ୨୪, ସିନ୍ଦେ ଗୋଷ୍ଠୀରୁ ୧୦ରୁ ୧୨ ଏବଂ ଅଜିତ୍ ଗୋଷ୍ଠୀରୁ ୮-୧୦ ମନ୍ତ୍ରୀ ହୋଇପାରନ୍ତି। ମୁଖ୍ୟମନ୍ତ୍ରୀ ଘୋଷଣା ପରେ ଶପଥ ଗ୍ରହଣ ସମାରୋହ ହେବ।

ସେପଟେ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ପଦକୁ ନେଇ ୫୦-୫୦ ଫର୍ମୁଲା ଦାବି କରିଛି ସିନ୍ଦେ ଶିବ ସେନା ଗୋଷ୍ଠୀ। ଏହି ଫର୍ମୁଲା ଅନୁଯାୟୀ, ଅଢ଼େଇ ବର୍ଷ ସିନ୍ଦେ ମୁଖ୍ୟମନ୍ତ୍ରୀ ପଦରେ ରହିବେ। ଦିଲ୍ଲୀରେ ବିଜେପି ହାଇକମାଣ୍ଡଙ୍କ ବୈଠକ ବେଳେ ଏକନାଥ ସିନ୍ଦେ ଏହି ଫର୍ମୁଲା ଉପରେ ଜୋର ଦେଇ ପାରନ୍ତି।

ମହାରାଷ୍ଟ୍ରରେ ମହୟୁତିକୁ ୨୮୮ ବିଧାନସଭା ଆସନରୁ ୨୩୩ ସିଟ୍ ମିଳିଛି । ଏଥିରୁ ୧୩୨ ଆସନରେ ବିଜେପି ବିଜୟ ଲାଭ କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story