Advertisment

ପୁଣି ଦାଦାଙ୍କୁ ଭେଟିଲେ ଅଜିତ ପାୱାର, ଚୁପ ରହିଲେ ସିନିୟର ପାୱାର

୨୪ ଘଣ୍ଟା ମଧ୍ୟରେ ଏହା ଦାଦା-ପୁତୁରାଙ୍କ ଦ୍ୱିତୀୟ ଭେଟଘାଟ। ଗତକାଲି ମଧ୍ୟ ଅଜିତ ପାୱାର ଓ ଏନସିପିର ୮ ବିଦ୍ରୋହୀ ବିଧାୟକ ଶରଦ ପାୱାରଙ୍କୁ ଭେଟିଥିଲେ।

NCP

NCP

Advertisment

ମହାରାଷ୍ଟ୍ର ରାଜନୀତିରେ ଘଡ଼ିକେ ଘୋଡ଼ା ଛୁଟିବାରେ ଲାଗିଛି। ଏନସିପି ବିରୋଧରେ ବିଦ୍ରୋହ ଘୋଷଣା କରି ରାଜ୍ୟର କ୍ଷମତାସୀନ ବିଜେପି ସରକାରକୁ ସମର୍ଥନ କରିଥିବା ଅଜିତ ପାୱାରଙ୍କୁ ନେଇ ଚର୍ଚ୍ଚା ଲାଗି ରହିଛି। ଅଜିତ ପାୱାର ଆଜି ଏନସିପିର ପ୍ରତିଷ୍ଠାତା ତଥା ଦାଦା ଶରଦ ପାୱାରଙ୍କୁ ପୁଣି ଭେଟିଛନ୍ତି।

Advertisment

୨୪ ଘଣ୍ଟା ମଧ୍ୟରେ ଏହା ଦାଦା-ପୁତୁରାଙ୍କ ଦ୍ୱିତୀୟ ଭେଟଘାଟ। ଗତକାଲି ମଧ୍ୟ ଅଜିତ ପାୱାର ଓ ଏନସିପିର ୮ ବିଦ୍ରୋହୀ ବିଧାୟକ ଶରଦ ପାୱାରଙ୍କୁ ଭେଟିଥିଲେ। ସେମାନେ ସିନିୟର ପାୱାରଙ୍କ ଠାରୁ ଆଶୀର୍ବାଦ ନେଇଥିବା କହିଥିଲେ। ହେଲେ ସିନିୟର ପାୱାର ଚୁପ ରହିଥିଲେ। ଆଜି ମଧ୍ୟ ଶରଦ ପାୱାର ଭେଟଘାଟ ବେଳେ କେବଳ ନୀରବତା ଅବଲମ୍ବନ କରିଥିବା ଜଣାପଡ଼ିଛି।

ଭେଟଘାଟ ସମ୍ପର୍କରେ ଏନସିପିର ଅନ୍ୟତମ ବିଦ୍ରୋହୀ ସାଂସଦ ପ୍ରଫୁଲ ପଟେଲ କହିଛନ୍ତି, “ଶରଦ ପାୱାର ଆମକୁ କୌଣସି ପ୍ରକାରର ଜବାବ ଦେଇ ନାହାନ୍ତି। ସେ କେବଳ ଆମ କଥା ଶୁଣିଥିଲେ। ଏନସିପି ଭାଗଭାଗ ହୋଇ ନାହିଁ। ଆମେ ସମସ୍ତେ ଏକାଠି ଅଛୁ। ବାସ ଏ କଥା ନିଶ୍ଚିତ କରିବାକୁ ଆମେ ତାଙ୍କୁ କହିଥିଲୁ। ହେଲେ ସେ କିଛି ବି କହି ନଥିଲେ।”

Advertisment

ଆଜି ଭେଟଘାଟରେ କ’ଣ ସବୁ ଆଲୋଚନା ହୋଇଛି, ସେ ବିଷୟରେ କିଛି ବି ନିର୍ଦ୍ଦିଷ୍ଟ ଭାବେ ଜଣାପଡ଼ିନି। ତେବେ ମହାରାଷ୍ଟ୍ର ସରକାରଙ୍କୁ କେମିତି ଶରଦ ପାୱାରଙ୍କ ଏନସିପି ଗୋଷ୍ଠୀ ସମର୍ଥନ କରିବ, ସେକଥା ସୁନିଶ୍ଚିତ କରିବା ପାଇଁ ଅଜିତ ପାୱାର ଉଦ୍ୟମ କରୁଛନ୍ତି। ସେହିପରି ଆଜି ବେଙ୍ଗାଲୁରୁରରେ ବିରୋଧୀଙ୍କ ବୈଠକ ବସୁଛି।

ଏହି ବୈଠକରେ ଶରଦ ପାୱାର କେମିତି ଯୋଗ ନଦେବେ, ସେଥିପାଇଁ ସମ୍ଭବତଃ ଅଜିତ ପାୱାର ତାଙ୍କ ଉପରେ ଚାପ ପକାଉଥିବା ମଧ୍ୟ ଚର୍ଚ୍ଚା ହେଉଛି। କିନ୍ତୁ ଶରଦ ପାୱାର ଆସନ୍ତାକାଲି ବିରୋଧୀଙ୍କ ମହାବୈଠକରେ ଯୋଗଦେବେ ବୋଲି ତାଙ୍କ ଗୋଷ୍ଠୀ ପକ୍ଷରୁ ସ୍ପଷ୍ଟ କରାଯାଇଛି।

ଏଥିସହ ଆଜି ଶରଦ ପାୱାର ଦଳୀୟ କର୍ମୀମାନଙ୍କୁ ସମ୍ବୋଧନ କରିବାର ମଧ୍ୟ କାର୍ଯ୍ୟକ୍ରମ ରହିଛି। ଶରଦ ପାୱାର ସ୍ପଷ୍ଟ କରିଛନ୍ତି ଯେ ସେ ବିକାଶମୂଳକ ରାଜନୀତି ଜାରି ରଖିବେ ଓ ବିଜେପି ସହ କେବେ ହେଲେ ସାଲିସ କରିବେ ନାହିଁ।

Sharad Pawar Maharashtra Politics NCP
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe