Advertisment

'ବଣ୍ଟେଙ୍ଗେ ତୋ କଟେଙ୍ଗେ'କୁ ବିରୋଧ, ଅଜିତ ପାଓ୍ୱାର କହିଲେ- ମହାରାଷ୍ଟ୍ରରେ ଏହା ଚଳିବନି

ଅଜିତ ପାଓ୍ୱାରଙ୍କ ଏଭଳି ବୟାନ ସାମ୍ନାକୁ ଆସିବା ପରେ ଏବେ ପ୍ରଶ୍ନ ଉଠୁଛି ଯେ, ବିଜେପି ଯେଉଁ ନାରାକୁ ମାଷ୍ଟରଷ୍ଟ୍ରୋକ୍‌ ରୂପେ ବ୍ୟବହାର କରୁଛି ତା'ଠାରୁ ଅଜିତ ପାଓ୍ୱାର କାହିଁକି ଦୂରେଇ ଯାଇଛନ୍ତି?

ଅଦ୍ୟତନ ହୋଇଛି
Ajit Pawar

Ajit Pawar

Advertisment

'ବଣ୍ଟେଙ୍ଗେ ତୋ କଟେଙ୍ଗେ' ନାରା ବର୍ତ୍ତମାନ ଦେଶର ରାଜନୀତିରେ ଚର୍ଚ୍ଚାରେ ରହିଛି। ପ୍ରଧାନମନ୍ତ୍ରୀ ମୋଦି ମଧ୍ୟ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ସିଏମ ଯୋଗୀ ଆଦିତ୍ୟନାଥଙ୍କ ଏହି ସ୍ଲୋଗାନକୁ ତାଙ୍କ ରାଲିରେ ଏକ ନୂଆ ରୂପରେ ଉପସ୍ଥାପନ କରୁଛନ୍ତି। ଏହି ସ୍ଲୋଗାନ ମାଧ୍ୟମରେ ବିଜେପି ବିରୋଧୀ ଦଳର 'ଜାତି' ରାଜନୀତିକୁ ଟାର୍ଗେଟ କରୁଛି। ଝାଡ଼ଖଣ୍ଡ ଏବଂ ମହାରାଷ୍ଟ୍ରରେ ହେବାକୁ ଥିବା ବିଧାନସଭା ନିର୍ବାଚନରେ ମଧ୍ୟ ​​ଏହି ସ୍ଲୋଗାନ ଉପରେ ଚର୍ଚ୍ଚା ହେଉଛି। କିନ୍ତୁ ଏହି ସ୍ଲୋଗାନକୁ ନେଇ ମହାୟୁତିରେ ମତଭେଦ ଦେଖାଦେଇଛି। ବିଶେଷକରି ଅଜିତ ପାୱାର ବିଜେପିର ଏହି ନାରାକୁ ଖୋଲାଖୋଲି ଭାବେ ବିରୋଧ କରିଛନ୍ତି।

Advertisment

ଆସନ୍ତା ୨୦ ତାରିଖରେ ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପାଇଁ ପଡ଼ିବ ଭୋଟ୍‌। ଏଥିପାଇଁ ସବୁ ରାଜନୈତିକ ଦଳ ଗୁଡିକ ଜୋରସୋର୍‌ରେ ପ୍ରଚାର ଚଳାଇଛନ୍ତି। ଏହାରି ଭିତରେ ଶାସନ କ୍ଷମତାରେ ଥିବା ‘ମହାୟୁତି’ ମେଣ୍ଟରେ ସାମିଲ୍ ଥିବା ଏନସିପି ମୁଖିଆ ଅଜିତ୍ ପାଓ୍ୱାର ‘ବଣ୍ଟେଙ୍ଗେ ତୋ କଟେଙ୍ଗେ’ ବୟାନକୁ ଜୋରଦାର ବିରୋଧ କରିଛନ୍ତି।

ସେ କହିଛନ୍ତି, ଯୋଗୀ ଆଦିତ୍ୟନାଥଙ୍କ ବୟାନକୁ ମୁଁ ସମର୍ଥନ କରୁନାହିଁ। ଉତ୍ତର ପ୍ରଦେଶ ଏବଂ ଝାଡ଼ଖଣ୍ଡରେ ଏଭଳି ବୟାନବାଜି ଚାଲୁ ଥାଇପାରେ କିନ୍ତୁ ମହାରାଷ୍ଟ୍ରରେ ଏହା ଚଳିବ ନାହିଁ। ମହାରାଷ୍ଟ୍ରରେ କେବଳ ‘ସବ୍‌କା ସାଥ୍ ସବ୍‌କା ବିକାଶ’ ଚାଲିବ। ଅଜିତ ପାଓ୍ୱାରଙ୍କ ଏଭଳି ବୟାନ ସାମ୍ନାକୁ ଆସିବା ପରେ ଏବେ ପ୍ରଶ୍ନ ଉଠୁଛି ଯେ, ବିଜେପି ଯେଉଁ ନାରାକୁ ମାଷ୍ଟରଷ୍ଟ୍ରୋକ୍‌ ରୂପେ ବ୍ୟବହାର କରୁଛି ତା'ଠାରୁ ଅଜିତ ପାଓ୍ୱାର କାହିଁକି ଦୂରେଇ ଯାଇଛନ୍ତି?

Advertisment

ଯଦିଓ ଅଜିତ ପାୱାର ଆଜି ମହାୟୁତିର ଏକ ଅଂଶ ଏବଂ ସେ ବିଜେପି ସହିତ ସରକାରଙ୍କ ଦାୟିତ୍ୱ ତୁଲାଉଛନ୍ତି। କିନ୍ତୁ ତାଙ୍କ ରାଜନୀତିର ମୂଳଦୁଆ ବିଜେପିର ଆଦର୍ଶଠାରୁ ସମ୍ପୂର୍ଣ୍ଣ ଭିନ୍ନ। ସେ ହିନ୍ଦୁ ଧର୍ମର ଭାବମୂର୍ତ୍ତିକୁ ଖୋଲାଖୋଲି ଭାବେ ବ୍ୟବହାର କରିନାହାଁନ୍ତି। ଅଜିତ ପାୱାରଙ୍କ ଏନସିପି ସମର୍ଥକଙ୍କ ମଧ୍ୟରେ ଢ଼େର ସଂଖ୍ୟାରେ ସଂଖ୍ୟାଲଘୁ ସମ୍ପ୍ରଦାୟର ଲୋକମାନେ ଅଛନ୍ତି। ତେଣୁ ଏହି ସ୍ଲୋଗାନରୁ ଅଜିତ ପାଓ୍ୱାର ନିଜକୁ ଦୂରେଇ ରଖିବାକୁ ବାଧ୍ୟ ଥିବା କୁହାଯାଉଛି।

କହିରଖୁ ଯେ, ନଭେମ୍ବର ୨୦ ତାରିଖରେ ମହାରାଷ୍ଟ୍ରରେ ବିଧାନସଭା ନିର୍ବାଚନ ହେବ। ଲୋକସଭା ନିର୍ବାଚନ ପରେ ବିଧାନସଭା ନିର୍ବାଚନରେ ମଧ୍ୟ କଂଗ୍ରେସ ଜତିଗତ ଜନଗଣନା ଏବଂ ଶସାନ କ୍ଷମତାକୁ ଆସିଲେ ୫୦ ପ୍ରତିଶତ ସଂରକ୍ଷଣ ଦେବାକୁ ପ୍ରତିଶ୍ରୁତି ଦେଇଛି। ଜାତି ଆଧାରରେ ଭୋଟ୍ ମାଗିବାକୁ ନେଇ ରାଜନୈତିକ ଝଡ଼ ସୃଷ୍ଟି ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ବାରମ୍ବାର ଏହାକୁ ଟାର୍ଗେଟ୍ କରୁଛନ୍ତି। ମହାରାଷ୍ଟ୍ର ନିର୍ବାଚନରେ ପ୍ରଧାନମନ୍ତ୍ରୀ ନାରା ଦେଇଛନ୍ତି ‘ଏକ ସାଥ ରହେଙ୍ଗେ ତୋ ସୁରକ୍ଷିତ ରହେଙ୍ଗେ’ । ସେପଟେ ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କହିଛନ୍ତି, ‘ବଣ୍ଟେଙ୍ଗେ ତୋ କଟେଙ୍ଗେ’।

Bjp Ajit Pawar Maharashtra Eelection 2024
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe