Advertisment

ଭାଣ୍ଡିଆ ହେଲେ ଅଜିତ ପାୱାରଙ୍କ ଗୋଷ୍ଠୀ, ଉଦଘାଟନ ପାଇଁ ଗଲା ବେଳକୁ ଅଫିସରେ ପଡ଼ିଥିଲା ତାଲା

ଦାଦା ଶରଦ ପାୱାରଙ୍କ ସହ ଏନସିପି ଉପରେ ନିୟନ୍ତ୍ରଣ ହାସଲ କରିବା ପାଇଁ ଲଢ଼େଇ କରୁଥିବା ଅଜିତ ପାୱାର ରାଜ୍ୟ ସଚିବାଳୟ ନିକଟରେ ଦଳର ନୂଆ ଅଫିସ ଉଦଘାଟନ କରିବାର ଥିଲା।

Ajit pawar

Ajit pawar

Advertisment

ଏନିସିପି ବିରୋଧରେ ବିଦ୍ରୋହ କରି ଦଳରୁ ବିଦା ହୋଇଥିବା ଅଜିତ ପାୱାର ଆଣ୍ଡ କୋ ଆଜି ଭାଣ୍ଡିଆ ହୋଇଛନ୍ତି। ସକାଳୁ ସକାଳୁ ଅଜିତ ପାୱାରଙ୍କ ଗୋଷ୍ଠୀ ଗୋଟିଏ ପେନ୍ଥା ଚାବି ହଜିବାକୁ ନେଇ ଲଜ୍ଜାଜନକ ସ୍ଥିତିର ସମ୍ମୁଖୀନ ହୋଇଛି। ସେମାନେ ଏନସିପିର ନୂଆ ଅଫିସକୁ ଉଦଘାଟନ ପାଇଁ ପ୍ରସ୍ତୁତ କରିବାକୁ ଆସିଥିବା ବେଳେ ବାହାରେ ତାଲା ପଡ଼ିଥିବା ଦେଖି ଚକିତ ହୋଇଛନ୍ତି। ଦୀର୍ଘ ସମୟର ଅପେକ୍ଷା ଓ ତାଲାକୁ ଭାଙ୍ଗିବା ପାଇଁ ମଧ୍ୟ ସେମାନେ ଉଦ୍ୟମ କରିବା ବେଳର ଭିଡିଓ ସାମ୍ନାକୁ ଆସିଛି। 

Advertisment

ଦାଦା ଶରଦ ପାୱାରଙ୍କ ସହ ଏନସିପି ଉପରେ ନିୟନ୍ତ୍ରଣ ହାସଲ କରିବା ପାଇଁ ଲଢ଼େଇ କରୁଥିବା ଅଜିତ ପାୱାର ରାଜ୍ୟ ସଚିବାଳୟ ନିକଟରେ ଦଳର ନୂଆ ଅଫିସ ଉଦଘାଟନ କରିବାର ଥିଲା। କିନ୍ତୁ ଅଜିତ ପାୱାରଙ୍କ ବିଶ୍ୱସ୍ତ ଲୋକମାନେ ଯେତେବେଳେ ଆଜି ସକାଳୁ ନୂଆ ରାଷ୍ଟ୍ରବାଦୀ ଭବନ ପାଖରେ ପହଞ୍ଚିଥିଲେ ସେତେବେଳେ ଏହା ବାହାରୁ ତାଲା ପଡ଼ିଥିଲା। କାହା ପାଖରେ ଚାବି ମଧ୍ୟ ନଥିଲା। ଦଳୀୟ ନେତାମାନେ ବାହାରେ ଚେୟାର ପକାଇ ବସିବା ସହ ଯଥାଶୀଘ୍ର ଚାବି ଠାବ କରିବାକୁ ଫୋନ ମଧ୍ୟ ଲଗାଇ ଚାଲିଥିଲେ।

ସାମ୍ନାକୁ ପରବର୍ତ୍ତୀ ଅବସ୍ଥାରେ ଆସିଥିବା ଭିଡିଓରେ କିଛି ନେତା ଚାବି ଭାଙ୍ଗି ବଙ୍ଗଳା ଭିତରେ ପଶିବାକୁ ଚେଷ୍ଟା କରୁଥିବା ଦେଖିବାକୁ ମିଳିଛି। ସେମାନେ ଭିତରକୁ ଯାଇ ଉଦଘାଟନ ପାଇଁ ଏହାକୁ ପ୍ରସ୍ତୁତ କରିବାକୁ ଲକ୍ଷ୍ୟ ରଖିଥିଲେ। ବେଶ କିଛି ସମୟର ଅପେକ୍ଷା ପରେ ସେମାନେ ଭିତରକୁ ଯାଇଥିଲେ। କିନ୍ତୁ ସେଠାରେ ସେମାନେ ନୂଆ ସମସ୍ୟାର ସମ୍ମୁଖୀନ ହୋଇଥିଲେ। ବଙ୍ଗଳା ଭିତରେ ଥିବା ରୁମ ଗୁଡ଼ିକ ମଧ୍ୟ ଲକ ହୋଇଥିବା ସେମାନେ ଦେଖିଥିଲେ।

Advertisment

ନୂଆ ପାର୍ଟି ଅଫିସ ପାଇଁ ଅଜିତ ପାୱାର ହିଁ ଉକ୍ତ ବଙ୍ଗଳାକୁ ବାଛିଥିଲେ। ପୂର୍ବରୁ ଏହା ମହାରାଷ୍ଟ୍ର ବିଧାନ ପରିଷଦର ବିରୋଧୀ ଦଳ ନେତା ଅମ୍ବଦାସ ଡାଦଭେଙ୍କ ପାଖରେ ଥିଲା। ସେ ଉଦ୍ଧବ ଠାକରେଙ୍କ ବିଶ୍ୱସ୍ତ। ତାଙ୍କୁ ଏବେ ଆଉ ଏକ ବଙ୍ଗଳା ଦିଆଯାଇଛି। ତେଣୁ ଅଜିତ ପାୱାର ଉକ୍ତ ବଙ୍ଗଳାକୁ ବାଛିଥିଲେ।

ଏନସିପି ନେତା ଅପ୍ପା ସାୱନ୍ତ ଆଜିର ଘଟଣା ସମ୍ପର୍କରେ କହିଛନ୍ତି ଯେ ଶ୍ରୀ ଡାନଭେଙ୍କ ପିଏ ଏହି ବଙ୍ଗଳାରେ ଶୁଅନ୍ତି। ଆମେ ଭିତରେ ସବୁ ପ୍ରକାରର ବ୍ୟବସ୍ଥା କରିଥିଲୁ। କିନ୍ତୁ ପିଏ ବାହାରୁ ବଙ୍ଗଳାକୁ ଲକ୍‌ କରିଥିଲେ ଓ ଚାଲି ଯାଇଥିଲେ। ଆମେ ତାଙ୍କୁ କଲ କରିଥିଲୁ। ସେ ମନ୍ତ୍ରଣାଳୟ ଅଭିମୁଖେ ଥିବା କହିଥିଲେ। ସେ ଆସିବା ପରେ ଚାବି ଦେଇଥିଲେ। ଏହା ପଛରେ ଷଡ଼ଯନ୍ତ୍ର ମଧ୍ୟ ସେ ଅଭିଯୋଗ କରିଛନ୍ତି। 

ତେବେ ମଧ୍ୟାହ୍ନ ସମୟରେ ଅଜିତ ପାୱାର ବଙ୍ଗଳାରେ ପହଞ୍ଚିବା ସହ ଏନସିପିର ନୂଆ ପାର୍ଟି ଅଫିସକୁ ଉଦଘାଟନ କରିଛନ୍ତି। 

ଅଜିତ ପାୱାର ଓ ଏନସିପିର ୮ ବିଧାୟକ ମହାରାଷ୍ଟ୍ରର ବିଜେପି ସରକାରଙ୍କୁ ସମର୍ଥନ କରିବା ପରେ ହଟଚମଟ ଦେଖାଯାଇଛି। ଶରଦ ପାୱାର ନିଜେ ବିଦ୍ରୋହ ଘୋଷଣା କରିଥିବା ଅଜିତ ଆଣ୍ଡ କୋଙ୍କୁ ଦଳରୁ ବିଦା କରିଛନ୍ତି। ହେଲେ ଅଜିତ ପାୱାର ଏହାକୁ ଗ୍ରହଣ କରି ନାହାନ୍ତି। ସେ ନିଜକୁ ଏନସିପିର ନେତା କହିବା ସହ ଶରଦ ପାୱାର ଏବେ ବି ଦଳର ଜାତୀୟ ସଭାପତି ବୋଲି କହିଛନ୍ତି। ଏଥିସହ ଏନସିପିର ଅଧିକାଂଶ ବିଧାୟକ ତାଙ୍କ ସହ ରହିଥିବା ସେ ଦାବି କରିଛନ୍ତି।

ଉଭୟ ପାୱାର ନିଜକୁ ପ୍ରକୃତ ଏନସିପି ବୋଲି କହୁଥିଲେ ହେଁ କାହା ପାଖରେ କେତେ ବିଧାୟକ ଅଛନ୍ତି, ସେକଥା ସ୍ପଷ୍ଟ କରି ନାହାନ୍ତି।

Sharad Pawar NCP Ajit Pawar
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe